ଯଶୋଧାରା ମିଶ୍ର
ଯଶୋଧାରା ମିଶ୍ର | |
---|---|
ଦିଲ୍ଲୀରେ ଏକ ସଭାରେ ଯଶୋଧାରା ମିଶ୍ର । | |
ଜନ୍ମ ଓ ଜନ୍ମସ୍ଥାନ | ପଟ୍ଟନାୟକପଡ଼ା, ସମ୍ବଲପୁର | ୬ ଜାନୁଆରୀ ୧୯୫୧
ବୃତ୍ତି | ଗାଳ୍ପିକ, ଔପନ୍ୟାସିକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ବର, ଜନହାରତି |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଯଶୋଧାରା ମିଶ୍ର (ଜନ୍ମ ୬ ଜାନୁଆରୀ ୧୯୫୧)[୧] ଓଡ଼ିଶାରେ ଜନ୍ମିତ ଜଣେ ଇଂରାଜୀ ପ୍ରଫେସର, ଔପନ୍ୟାସିକ, କ୍ଷୁଦ୍ରଗଳ୍ପ ଲେଖକ, କବି, ଗାଳ୍ପିକ ଏବଂ ଅନୁବାଦକ । ସେ ଓଡ଼ିଆ ବ୍ୟତୀତ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ମଧ୍ୟ ଲେଖିଥାନ୍ତି । ତାଙ୍କ ଗଳ୍ପ ଗୁଡ଼ିକ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଛି । ତାଙ୍କର ଲେଖାଗୁଡ଼ିକ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ଦେଖିବାକୁ ମିଳେ । ୨୦୦୭ରେ ତାଙ୍କର ଗଳ୍ପ 'ବର' ଦୂରଦର୍ଶନଦ୍ୱାରା ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବଛା ହୋଇଥିଲା ।[୨] କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପାତ୍ର "ଦି ଇଣ୍ଡିଆନ ଲିଟରେଚର"ର ସମ୍ପାଦକ ଭାବରେ ସେ କାର୍ଯ୍ୟ କରିଥିଲେ ।
ଜୀବନୀ[ସମ୍ପାଦନା]
ଯଶୋଧାରା, ୧୯୫୧ମସିହାରେ ସମ୍ବଲପୁରର ପଟ୍ଟନାୟକପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଭୁବନେଶ୍ୱର ବେହେରା ତାଙ୍କ ପିତା । ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତକରି, ଯଶୋଧାରା ମଧ୍ୟପ୍ରଦେଶରେ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି ।
ରଚନାବଳୀ[ସମ୍ପାଦନା]
ଗଳ୍ପ ସଂକଳନ[ସମ୍ପାଦନା]
- ଦେଖଣାହାରି, ୧୯୯୨
- ଜହ୍ନରାତି, ୧୯୮୭
- ପକ୍ଷୀଜନ୍ମ(ଉପନ୍ୟାସ)
- ରେଖାଚିତ୍ର
- ସେତୁବନ୍ଧ
- ଦ୍ୱୀପ ଓ ଅନ୍ୟାନ୍ୟ ଗଳ୍ପ
- ସମୁଦ୍ରକୂଳର ଘର
- ମୁଁହସଞ୍ଜ
ଉପନ୍ୟାସ[ସମ୍ପାଦନା]
- ପକ୍ଷୀଜନ୍ମ
- ଇଷ୍ଟରୂପ
- ହାତପାପୁଲିରେ ଖରା
- ଓଦା ମାଟିରେ ପଦଚିହ୍ନ
କବିତା[ସମ୍ପାଦନା]
- ଏ ବଣ ମୋ ଲାଗି ନୂଆ[୩]
ସମ୍ପାଦନା[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଖପତ୍ର The Indian Literature(ସମ୍ପାଦନା)[୪]
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୯୦(ଜହ୍ନରାତି ପାଇଁ)[୫]
- କଥା ପୁରସ୍କାର (ରଚନାତ୍ମକ ଲେଖନ ନିମନ୍ତେ)
- ଝଙ୍କାର ପୁରସ୍କାର (କ୍ଷୁଦ୍ର ଗଳ୍ପ ନିମନ୍ତେ)
- ଓଡ଼ିଶା ପୁସ୍ତକ ମେଳା ପୁରସ୍କାର
ଆଧାର[ସମ୍ପାଦନା]
- ↑ Rājendra Prasāda Miśra (1996). Pūrvāśā. Bhāratīya Jñānapīṭha.
- ↑ "Yashodhara Mishra". Samanvay Indian Languages Festival. Retrieved 9 August 2016.
- ↑ "କଥା ଝରକା". କଥା (ଅପ୍ରେଲ ୨୦୧୮): ୨୮. Retrieved 17 April 2018.
- ↑ http://www.dharitri.com/e-Paper/sahityayan/231217/p4-5.htm
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 26 March 2017.