ଚିତ୍ତରଞ୍ଜନ ଦାସ

ଉଇକିପିଡ଼ିଆ‌ରୁ
ଚିତ୍ତରଞ୍ଜନ ଦାସ
Chittaranjan Das
୨୦୨୩ ମସିହାରେ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଫଟୋ
ଜନ୍ମ ଓ ଜନ୍ମସ୍ଥାନ(1923-10-03)୩ ଅକ୍ଟୋବର ୧୯୨୩
ବାଗଲପୁର, ଜଗତସିଂହପୁର ଜିଲ୍ଲା
ମୃତ୍ୟୁ୧୬ ଜାନୁଆରୀ ୨୦୧୧(2011-01-16) (ବୟସ ୮୭)
ଭୁବନେଶ୍ୱର
ବୃତ୍ତିଶିକ୍ଷାବିଦ, ଅନୁବାଦକ, ପ୍ରାବନ୍ଧିକ, ସମାଜ ସଂସ୍କାରକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
କୋପନହେଗନ ବିଶ୍ୱବିଦ୍ୟାଳୟ, ଡେନମାର୍କ
ସାହିତ୍ୟ କୃତିବିଶ୍ୱକୁ ଗବାକ୍ଷ, ଓଡ଼ିଶା ଓ ଓଡ଼ିଆ
ଜୀବନ ବିଦ୍ୟାଳୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧)[୧] ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।

ଚିତ୍ତରଞ୍ଜନ ଦାସ ଅନୁବାଦ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନେକ ନୂତନତା ତିଆରି କରିଯାଇଛନ୍ତି । ଅନେକ ଖବରକାଗଜରେ ତାଙ୍କ ସ୍ତମ୍ଭଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା । ୧୮ଟି ଭାଷା ଜାଣିଥିବା[୨] ଚିତ୍ତଭାଇ ଜର୍ମାନୀ, ଫିନଲ୍ୟାଣ୍ଡ ଓ ଇସ୍ରାଏଲରେ ଶିକ୍ଷାଦାନ କରିଥିଲେ ।[୩] ୧୬ ଜାନୁଆରୀ ୨୦୧୧ରେ ଭୁବନେଶ୍ୱରରେ ସେ ଇହଧାମ ତ୍ୟାଗ କରିଥିଲେ ।[୪] ସେ ପ୍ରଥମେ ତିରୁକୁକୁରାଲକୁ ଓଡିଆ ଭାଷାରେ ଅନୁବାଦ କରିଥିଲେ।[୫]:{{{1}}}

ଜୀବନ ବିଦ୍ୟାଳୟ[ସମ୍ପାଦନା]

ଚିତ୍ତଭାଈ ଅନୁଗୁଳର ଚମ୍ପତିମୁଣ୍ଡାରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହାର ନାମ ଜୀବନ ବିଦ୍ୟାଳୟ ରଖା ଯାଇଥିଲା । ତାଙ୍କର ଜଙ୍ଗଲ ଚିଠି ବହିରୁ ଏହି ବିଦ୍ୟାଳୟ ବିଷୟରେ ଅନେକ କିଛି ଜାଣିବାକୁ ମିଳେ । ପରେ ଏହା ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା ।

ରଚନାବଳୀ[ସମ୍ପାଦନା]

ପ୍ରବନ୍ଧ[ସମ୍ପାଦନା]

  • ଜୀବନ ବିଦ୍ୟାଳୟ
  • ଜଙ୍ଗଲ ଚିଠି
  • ଶିଳା ଓ ଶାଳଗ୍ରାମ
  • ତରଙ୍ଗ ଓ ତଡ଼ିତ୍
  • ଜାତିରେ ମୁଁ ଯବନ
  • ସମାଜ: ପରିପର୍ତ୍ତନ ଓ ବିକାଶ
  • ସଂସ୍କୃତି ଓ ଓଡ଼ିଶା
  • ଓଡ଼ିଶା ଓ ଓଡ଼ିଆ
  • ଏକଲବ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଶିଳାତୀର୍ଥ
  • ମା ନିଷାଦ
  • ନଖ ଦର୍ପଣେନ
  • ପଶ୍ୟତି ଦଶଦିଶି
  • ରୋହିତର ଡାଏରୀ
  • ନେତା ଓ ନାରାୟଣ
  • ବିଶ୍ୱକୁ ଗବାକ୍ଷ
  • ଗାନ୍ଧୀ ଗୋପବନ୍ଧୁ

ଅନୁବାଦ[ସମ୍ପାଦନା]

ଏହା ସହ ସେ ଆଶାପୂର୍ଣ୍ଣା ଦେବୀ, ଆଲବର୍ଟ ସ୍ୱେଟଜର, ଫ୍ରାଙ୍କୋଇସ ମଉରିଆକ, ବେରିଅର ଅଲବିନ, ମହାତ୍ମା ଗାନ୍ଧୀ, ସର୍ବପଲ୍ଲୀ ରାଧାକୃଷ୍ଣନମାର୍ଟିନ ଲୁଥର କିଙ୍ଗ ଆଦି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ତ୍ୱଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଥିଲେ ।[୬]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "orissadiaryରେ ଚିତ୍ତରଞ୍ଜନ ଦାସ". Archived from the original on 2011-09-25. Retrieved 2011-10-03.
  2. "Chitta Bhai passes away". The Hindu. 18 January 2011. Retrieved 28 November 2015.
  3. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 273–. ISBN 978-81-260-0873-5.
  4. "A Prolific Writer, Chittaranjan Das is no more". Odisha360. Retrieved 28 November 2015.
  5. Tamilselvan, R.; Manimala, J.; Murali, M.; Mathan, V. P. S.; Amirtharaj, T. Vijay (2017). உலக மொழிகளில் திருக்குறள் மொழிபெயர்ப்புகள் [Tirukkural translations in world languages] (1st ed.). Chennai: Kaavya. ISBN 978-93-86576-35-4.
  6. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 June 2021.
  9. "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-03.
  10. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୩ ଜୁନ ୨୦୨୧. {{cite web}}: Check date values in: |accessdate= (help)