ଦୈତାରି ନାଏକ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

ଦୈତାରି ନାୟକ
ଜାତୀୟତାଭାରତୀୟ
ବୃତ୍ତିସମାଜସେବୀ
ଜଣାଶୁଣାପାହାଡ଼ କାଟି ନାଳ ତିଆରି

ଦୈତାରି ନାଏକ କେନ୍ଦୁଝର ଜିଲ୍ଲାର ଜଣେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ।[୧] ସେ ପାହାଡ଼ କାଟି ନିଜ ଗାଁକୁ କେନାଲ ଖୋଳିଥିଲେ ।[୨]

ଦୈତାରୀ ବଂଶପାଳ ବ୍ଲକ ଅନ୍ତର୍ଗତ ତାଳବୈତରଣୀ ଗ୍ରାମର ବାସିନ୍ଦା । ୧୯୯୬ ମସିହା ବେଳକୁ ତାଙ୍କ ଗ୍ରାମକୁ ଜଳସେଚନ ବା ପିଇବା ପାଣିର ସୁବିଧା ନଥିଲା । ପିଇବା ପାଣି ମୁନ୍ଦେ ପାଇଁ ଲୋକଙ୍କୁ ୨ କିଲୋମିଟର ପାହାଡ଼ ଚଢିବାକୁ ପଡୁଥିଲା । ଦୈତାରି ଏକା ଏକା ପାହାଡ଼ କାଟି, ପାଣି ତଳକୁ ଆଣିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ମୂଳରୁ ତାଙ୍କୁ ଟାହିଟାପରା ଶୁଣିବାକୁ ପଡିଥିଲେ ମଧ୍ୟ, ତାଙ୍କ କାମର ସଫଳତା ଦେଖି ଅନ୍ୟ ଗ୍ରାମବାସୀମାନେ ତାଙ୍କର ସହାୟତାକୁ ଆଗକୁ ଆସିଥିଲେ । ୨୦୦୦ ମସିହା ଶେଷ ଆଡକୁ ୨କିଲୋମିଟର ପାହାଡ଼ କାଟି, ଦୈତାରୀ ତାଙ୍କ ଗାଁକୁ ପାଣି ଆଣିବାକୁ ସଫଳ ହୋଇଥିଲେ । ଫଳସ୍ୱରୂପ ଆଗରୁ ଟାଙ୍ଗରା ପଡୁଥିବା ୪ଶହ ଏକର ଜମିରେ ହୋଇପାରିଲା ଚାଷ । ଉପକୃତ ହୋଇଥିଲେ ସମଗ୍ର ଗ୍ରାମବାସୀ ।[୩]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "PADMA SHRI AWARD LIST" (PDF). MINISTRY OF HOME AFFAIRS PRESS NOTE: 4. 25 January 2019. Retrieved 26 January 2019.
  2. ୨.୦ ୨.୧ "ପଢ଼ନ୍ତୁ ପଦ୍ମଶ୍ରୀ ପାଉଥିବା ତିନି ଓଡ଼ିଆଙ୍କ ସଂଘର୍ଷର କାହାଣୀ". Satya Patha. 26 January 2019. Retrieved 26 January 2019.
  3. "କେନ୍ଦୁଝର ଅଖ୍ୟାତ ପଲ୍ଲୀର ଦୈତାରୀ ନାଏକଙ୍କୁ ସରକାର ପଦ୍ମଶ୍ରୀ ପାଇଁ କାହିଁକି ବାଛିଲେ ? ଜାଣନ୍ତୁ ଦୈତାରୀଙ୍କ ପୂରା କାହାଣୀ". /www.prameyanews7.com. ପ୍ରମେୟ. Retrieved 16 March 2019.
  4. "ଆସନ୍ତୁ ଜାଣିବା ୩ ଓଡ଼ିଆ ପଦ୍ମଶ୍ରୀଙ୍କ କାହାଣୀ". Kanak News. 26 January 2019. Retrieved 26 January 2019.

ବାହାର ଆଧାର[ସମ୍ପାଦନା]