ମହେନ୍ଦ୍ର କୁମାର ମିଶ୍ର
ଡ. ମହେନ୍ଦ୍ର କୁମାର ମିଶ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୪ ଡିସେମ୍ବର ୧୯୬୯ |
| ବୃତ୍ତି | ପ୍ରାବନ୍ଧିକ, ଲୋକସଂସ୍କୃତି ଗବେଷକ |
| ଭାଷା | ଓଡ଼ିଆ, ଇଂରାଜୀ |
| ଜାତୀୟତା | ଭାରତୀୟ |
| ଶିକ୍ଷା | ସାହିତ୍ୟରେ ସ୍ନାତକୋତ୍ତର (୧୯୮୩) ସାହିତ୍ୟ ଓ ଲୋକକଥାରେ ଡକ୍ଟରେଟ୍ (Ph.D.) (୧୯୮୭) [୧] |
| ସାହିତ୍ୟ କୃତି | କଳାହାଣ୍ଡିର ଲୋକସଂସ୍କୃତି ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ଲୋକସଂସ୍କୃତି ପରିକ୍ରମା ଫୋକ୍ ସଂଗ୍ସ୍ ଅଫ୍ କଳାହାଣ୍ଡି (Folksongs of Kalahandi) |
| ପୁରସ୍କାର | ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ |
ମହେନ୍ଦ୍ର କୁମାର ମିଶ୍ର ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ପ୍ରାବନ୍ଧିକ । ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କ ଗବେଷଣା, ଅଧ୍ୟୟନ ଓ ସାହିତ୍ୟ କୃତି ସବୁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର (ବିଶେଷ କରି କଳାହାଣ୍ଡିର) ଲୋକକଥା, ଲୋକସଂସ୍କୃତି, ଲୋକଗୀତ, ଆଦିମ ଜନଜାତି ଉପରେ ପର୍ଯ୍ୟବସିତ । ଆଦିମ ଜନଜାତିର ଲୋକଙ୍କୁ ଶିକ୍ଷା ପ୍ରଦାନ ଦିଗରେ ମଧ୍ୟ ସେ କାର୍ଯ୍ୟ କରିଆସିଛନ୍ତି ।
ତାଙ୍କ ଲିଖିତ କଳାହାଣ୍ଡିର ଲୋକସଂସ୍କୃତି ପାଇଁ ତାଙ୍କୁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ପୁରସ୍କୃତ ହୋଇଥିଲା ।
କର୍ମ ଜୀବନ
[ସମ୍ପାଦନା]ଓଡ଼ିଶା ଓ ମଧ୍ୟ ଭାରତର ବିଭିନ୍ନ ଲୋକକଥା, ଲୋକଗୀତ ଓ ଲୋକସଂସ୍କୃତି ବିଷୟରେ ଗବେଷଣା କରିବାରେ ମହେନ୍ଦ୍ର କୁମାର ମିଶ୍ର ନିଜକୁ ନିୟୋଜିତ ରଖିଆସିଛନ୍ତି । ସେ ଆଦିମ ଗୋଣ୍ଡ ଜନଜାତିର ବିଭିନ୍ନ ଲୋକକଥାର ବିଶ୍ଳେଷଣ ମଧ୍ୟ କରିଛନ୍ତି । ଆଦିମ ଜନଜାତିଙ୍କ ମହଲରେ ପ୍ରଚଳିତ ରାମାୟଣ ଓ ମହାଭାରତର କଥାମାନଙ୍କ ସଂକଳନ ସେ ବିଭିନ୍ନ ଲେଖା ମାଧ୍ୟମରେ ପରିପ୍ରକାଶ କରିଛନ୍ତି । କଳାହାଣ୍ଡିର କନ୍ଧ ଜନଜାତିର ଲୋକଙ୍କ ପବିତ୍ର ସ୍ଥଳ ଓ କନ୍ୟାଭ୍ରୁଣ ହତ୍ୟା ସମ୍ପର୍କିତ ପରିସଂଖ୍ୟାନ ତାଙ୍କ ଗବେଷଣା ଓ ତୀକ୍ଷ୍ଣ ଅନୁଶୀଳନର ନିଦର୍ଶନ ।[୧]
ସେ ଲକ୍ଷ୍ନୌସ୍ଥିତ ଏଥ୍ନୋଗ୍ରାଫିକ୍ ଓ ଫୋକ୍ କଲ୍ଚର୍ ସୋସାଇଟି (Ethnographic and Folk Culture Society), ଚେନ୍ନାଇସ୍ଥିତ ଇନଷ୍ଟିଟ୍ୟୁଟ୍ ଅଫ୍ ଏସିଆନ୍ ଷ୍ଟଡିଜ୍ (Institute of Asian Studies), କଟକସ୍ଥିତ ଇନଷ୍ଟିଟ୍ୟୁଟ୍ ଅଫ୍ ଓଡ଼ିଆ ଷ୍ଟଡ଼ିଜ୍ (Institute of Oriya Studies) ପ୍ରଭୃତି ଅନୁଷ୍ଠାନର ସଦସ୍ୟ ।[୧]
ରଚନାବଳୀ
[ସମ୍ପାଦନା]| ପୁସ୍ତକ | ପ୍ରକାଶନ ବର୍ଷ | ପ୍ରକାଶକ |
|---|---|---|
| ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି | ୧୯୯୦ | ଫ୍ରେଣ୍ଡସ୍ ପବ୍ଲିଶର୍ସ୍, କଟକ [୨] |
| ଲୋକସଂସ୍କୃତି ପରିକ୍ରମା | ୧୯୯୬ | ଗ୍ରନ୍ଥ ମନ୍ଦିର, ବିନୋଦ ବିହାରୀ, କଟକ |
| ଭିଜନିଂ ଫୋକ୍ଲୋର୍ (ମୂଳ ଇଂରାଜୀ : Visioning Folklore) |
୨୦୦୨ | ଲାର୍କ୍ ବୁକ୍ସ୍ |
| Folksongs of Kalahandi (ଅର୍ଥ - କଳାହାଣ୍ଡିର ଲୋକଗୀତ) | ୧୯୮୯ | କ୍ୟାପିଟାଲ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଭୁବନେଶ୍ୱର |
| କଳାହାଣ୍ଡିର ଲୋକସଂସ୍କୃତି | ୧୯୯୬ | |
| କୁଡୁମୀ ଲୋକକଥା (ଆଦିକନ୍ଦ ମହାନ୍ତଙ୍କ ସହ ମିଳିତ ଭାବେ) | ୧୯୯୯ | ଶିକ୍ଷା ସନ୍ଧାନ |
| କଳାହାଣ୍ଡିର ବୀର ଗାଥା (ଶିଶୁ ସାହିତ୍ୟ) | ୧୯୯୯ | ଶିକ୍ଷା ସନ୍ଧାନ |
| ଲୋକସଂସ୍କୃତିବିତ୍ ନୀଳକଣ୍ଠ | ୧୯୯୦ | |
| ପଶ୍ଚିମ ଓଡ଼ିଶାର ଆଦିବାସୀ ଲୋକସଂସ୍କୃତି | ୧୯୯୨ | |
| Oral Epics of Kalahandi (ଓରାଲ୍ ଏପିକ୍ସ୍ ଅଫ୍ କଳାହାଣ୍ଡି) | ୨୦୦୮ | |
| Folklore Study in Orissa : A Synoptic View | ୧୯୯୧ | The Souvenir of National Seminar on Folklore Studies in India, Bhubaneswar |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମଶ୍ରୀ - ୨୦୨୬[୩]
- କଳାହାଣ୍ଡିର ଲୋକସଂସ୍କୃତି ପାଇଁ ମହେନ୍ଦ୍ର କୁମାର ମିଶ୍ରଙ୍କୁ ୧୯୯୯ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା ।[୪]
- ତାଙ୍କ ଲିଖିତ ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ପାଇଁ ସେ ୧୯୯୨ ମସିହାର ଭୁବନେଶ୍ୱର ପୁସ୍ତକ ମେଳାରେ “ସାହିତ୍ୟ ପୁରସ୍କାର”ଦ୍ୱାରା ସମ୍ମାନିତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Visioning Folklore. Lark Books.
- ↑ http://shodhganga.inflibnet.ac.in/bitstream/10603/202740/14/14_bibliography.pdf
- ↑ "Padma Awards recognise 54 unsung heroes for making extraordinary contributions from across India". DD News On Air. 2022-06-01. Retrieved 2026-01-27.
- ↑ "Odisha Sahitya Akademi". odishasahityaakademi.org. Retrieved 21 February 2019.