Jump to content

ରାଜେନ୍ଦ୍ର କିଶୋର ପଣ୍ଡା

ଉଇକିପିଡ଼ିଆ‌ରୁ
ରାଜେନ୍ଦ୍ର କିଶୋର ପଣ୍ଡା
ଭୁବନେଶ୍ୱରରେ ରାଜେନ୍ଦ୍ର କିଶୋର ପଣ୍ଡା ।
ଭୁବନେଶ୍ୱରରେ ରାଜେନ୍ଦ୍ର କିଶୋର ପଣ୍ଡା ।
ଜନ୍ମ ଓ ଜନ୍ମସ୍ଥାନ(1944-06-24)୨୪ ଜୁନ ୧୯୪୪
ବତଲଗା, ଝାରସୁଗୁଡ଼ା , ଓଡ଼ିଶା
ମୃତ୍ୟୁ୨୪ ଅକ୍ଟୋବର ୨୦୨୫(2025-10-24) (ବୟସ ୮୧)
ବୃତ୍ତିପ୍ରଶାସକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ରାଜନୀତି ବିଜ୍ଞାନ)
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ

ରାଜେନ୍ଦ୍ର କିଶୋର ପଣ୍ଡା ( ୨୪ ଜୁନ ୧୯୪୪ - ୨୪ ଅକ୍ଟୋବର ୨୦୨୫) ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଓଡ଼ିଆ କବି ଓ ଲେଖକ ଥିଲେ ।[] ସେ ୧୯୬୭ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ସେ ତାଙ୍କ ରଚନା ଶୈଳକଳ୍ପ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ବ୍ୟତୀତ ତାଙ୍କର ବିଭିନ୍ନ ରଚନା ଓ ଓଡ଼ିଆ ସାହିତ୍ୟକୁ ଅବଦାନ ନିମନ୍ତେ ୨୦୨୧ରେ ସାରଳା ସମ୍ମାନ, ୨୦୧୨ରେ ଗଙ୍ଗାଧର ଜାତୀୟ ସମ୍ମାନ, ୨୦୦୪ରେ ଉଭୟ ବିଷୁବ ପୁରସ୍କାରସାହିତ୍ୟ ଭାରତୀ ସମ୍ମାନ, ୧୯୯୪ରେ ଝଙ୍କାର ପୁରସ୍କାର ଆଦିରେ ସମ୍ମାନୀତ ହୋଇଥିଲେ । ସେ ୧୬ଟି କବିତା ସଂକଳନ ପ୍ରକାଶ କରିଥିଲେ। ସେଗୁଡ଼ିକ ଭିତରୁ ଶତ୍ରଦ୍ରୁ ଅନେକ, ନିଜ ପାଇଁ ନାନାବାୟା, ଚଉକାଠରେ ଚିରକାଳ, ଶୈଳକଳ୍ପ, ବହୁବ୍ରୀହି ଆଦି ପ୍ରମୁଖ ।[]

୨୪ ଅକ୍ଟୋବର ୨୦୨୫ରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପଣ୍ଡା ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାସ୍ଥିତ (ତାତ୍କାଳିକ ସମ୍ବଲପୁର ଜିଲ୍ଲା) ବତଲଗା ଗାଁରେ ୧୯୪୪ରେ ମସିହା ଜୁନ ୨୪ ତାରିଖରେ ଜନ୍ମନେଇଥିଲେ ।

କର୍ମ ଜୀବନ

[ସମ୍ପାଦନା]

ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ୧୪ ଜୁଲାଇ ୧୯୬୭ରୁ ୩୦ ଜୁନ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

୨୦୨୫ ମସିହା ଅକ୍ଟୋବର ୨୪ରେ ଭୁବନେଶ୍ୱରରେ ୮୧ ବର୍ଷ ବୟସରେ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଦେହାନ୍ତ ହୋଇଥିଲା ।[]

ରଚନାବଳୀ

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ (ଶୈଳକଳ୍ପ ନିମନ୍ତେ)[]
  • ବିଷୁବ ପୁରସ୍କାର, ୨୦୦୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[]
  • ସାରଳା ସମ୍ମାନ, ୨୦୨୧ (ସାରଳା ସାହିତ୍ୟ ସଂସଦ ପ୍ରଦତ୍ତ)[]
  • ଗଙ୍ଗାଧର ଜାତୀୟ ସମ୍ମାନ, (ସମ୍ବଲପୁର ବିଶ୍ୱବିଦ୍ୟାଳୟ) (୨୦୧୨) []
  • ଶାରଳା ପୁରସ୍କାର [] (ଗ୍ରହଣ କରିନଥିଲେ) (ଇମ୍ଫା ଚାରିଟେବୁଲ ଟ୍ରଷ୍ଟ, ୧୯୯୫)
  • ଝଙ୍କାର ପୁରସ୍କାର (କବିତା), ୧୯୯୪[୧୦](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ, ୨୦୦୪ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)
  • ସାହିତ୍ୟ ପାଇଁ ସଚି ରାଉତରାୟ ସମ୍ମାନ, ୨୦୦୫ (ଭୁବନେଶ୍ୱର ପୁସ୍ତକ ମେଳା)
  • କବିତା ପାଇଁ ଜୀବନ ତରଙ୍ଗ ପୁରସ୍କାର, (ଜୀବନତରଙ୍ଗ ଜର୍ଣ୍ଣାଲ, ୧୯୯୧)
  • ସାହିତ୍ୟ ପୁରସ୍କାର, ଭାରତୀୟ ଭାଷା ପରିଷଦ, କଲିକତା (୧୯୮୯)[୧୧]
  • ସାହିତ୍ୟ ପୁରସ୍କାର, ଧରିତ୍ରୀ ସମାଜବାଦୀ ପୁରସ୍କାର (୧୯୭୭)
  • ପଦ୍ମଚରଣ ପଟ୍ଟନାୟକ କବିତା ପୁରସ୍କାର (ଉତ୍କଳ ବିଶ୍ୱବିଦ୍ୟାଳୟ, ୧୯୬୪)
  • ସାହିତ୍ୟ ପାଇଁ ବୟୋଜ୍ୟୋଷ୍ଠ ଫେଲୋସିପ (ସଂସ୍କୃତି ବିଭାଗ, ଭାରତ ସରକାର, ଏପ୍ରିଲ ୧୯୯୪-୯୬)
  • ଡି.ଲିଟ, ୨୦୦୪ (ସମ୍ବଲପୁର ବିଶ୍ୱବିଦ୍ୟାଳୟ)
  • ରାଜ୍ୟପାଳ ପୁରସ୍କାର ସମ୍ମାନ (ଓଡ଼ିଆ ରାଜ୍ୟ ସଂସ୍କୃତି କାଉନସିଲ, ୧୯୯୩)
  1. oocities.org: Rajendra Kishore Panda
  2. ୨.୦ ୨.୧ Mansingh, Sangita (2025-10-24). "ପରଲୋକରେ ବିଶିଷ୍ଟ କବି ତଥା ଔପନ୍ୟାସିକ ରାଜେନ୍ଦ୍ର କିଶୋର ପଣ୍ଡା". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2025-10-24.
  3. "Rajendra Kishore Panda to be Conferred with Gangadhar National Award | Odisha News | A Complete Information Portal on Odisha". odisha.360.batoi.com. 2011. Retrieved 30 January 2013. He worked in the Indian Administrative Service from 1967 to 2004.
  4. Mahapatra, Gautam Budha (2025-10-24). "ଆଉନାହାନ୍ତି ପ୍ରଖ୍ଯାତ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା -" (in ଆମେରିକୀୟ ଇଂରାଜୀ). Retrieved 2025-10-24.
  5. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19 June 2021.
  6. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୯ ଜୁନ ୨୦୨୧. {{cite web}}: Check date values in: |accessdate= (help)
  7. "ରାଜେନ୍ଦ୍ର କିଶୋର ପଣ୍ଡା ପାଇବେ 'ସାରଳା ସମ୍ମାନ'". No. ସମାଜ ୨୭/୦୩/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମାଜ. p. ୨. Archived from the original on 27 March 2021. Retrieved 27 March 2021.
  8. Rajendra Kishor Panda wins Gangadhar award
  9. "ସାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-01.
  10. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)
  11. "Award winners". bparishad.in. Retrieved 30 January 2013. Oriya Sri Rajendra Kishore Panda Anaya 1989 {{cite web}}: horizontal tab character in |quote= at position 6 (help)[permanent dead link]