Jump to content

ତରୁଣକାନ୍ତି ମିଶ୍ର

ଉଇକିପିଡ଼ିଆ‌ରୁ
ତରୁଣକାନ୍ତି ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1950-08-02) ୨ ଅଗଷ୍ଟ ୧୯୫୦ (ବୟସ ୭୪)
କେନ୍ଦୁଝର
ବୃତ୍ତିପ୍ରଶାସକ
ବାସସ୍ଥଳୀଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାସ୍ନାତକୋତ୍ତର(ବ୍ୟବହାରିକ ଅର୍ଥଶାସ୍ତ୍ର),
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର
ସମ୍ପର୍କୀୟଅରୁଣକାନ୍ତି ମିଶ୍ର
ୱେବସାଇଟ
tarunkantimishra.in

ତରୁଣକାନ୍ତି ମିଶ୍ର(ଜନ୍ମ : ୦୨ ଅଗଷ୍ଟ ୧୯୫୦) ଜଣେ ଓଡ଼ିଆ ଗାଳ୍ପିକ ଅଟନ୍ତି । ତାଙ୍କର ୧୫ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି । ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ପୁରସ୍କାର ଲାଭ କରିଛନ୍ତି । ବୃତ୍ତିରେ ସେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଥିଲେ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ସେବାନିବୃତ ହୋଇସାରିଛନ୍ତି । ପରେ ସେ ଓଡ଼ିଶାର ସୂଚନା କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[]

ଜୀବନୀ

[ସମ୍ପାଦନା]

ତରୁଣକାନ୍ତି, ୧୯୫୦ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସ୍କୁଲ ଆଦି ବିଭିନ୍ନ ସ୍କୁଲରୁ ଶିକ୍ଷାଲାଭ କରିଥିଲେ । ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସେ ବ୍ୟବହାରିକ ଅର୍ଥନୀତିରେ ସ୍ନାତକ ଓ ଇଂଲଣ୍ଡର ଇଷ୍ଟ ଆଙ୍ଗ୍ଳିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଅଧ୍ୟୟନ କରିଥିଲେ । ଶିକ୍ଷାଦାନକୁ ବୃତ୍ତିଭାବରେ ଗ୍ରହଣ କରିବାକୁ ସେ ଇଛୁକ ଥିଲେ, କିନ୍ତୁ ପିତାଙ୍କ ପ୍ରବର୍ତ୍ତନାରେ ପ୍ରଶାସନିକ ସେବାପ୍ରତି ଆଗ୍ରହୀ ହୋଇଥିଲେ ଓ ୧୯୭୫ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।[] ରାଜ୍ୟର ବହୁ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରିସାରି ସେ ୨୦୦୯ମସିହା ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ ଅବସ୍ଥାପିତ ହୋଇଥିଲେ । ୨୦୧୦ମସିହା ଅଗଷ୍ଟ ମାସରେ ସେ ସେବାନିବୃତ ହୋଇଥିଲେ । ସେହି ବର୍ଷ ନଭେମ୍ବର ମାସରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ସୁଚନା କମିଶନର ଭାବରେ ନିଯୁକ୍ତ କରିଥିଲେ । ୨୦୧୫ମସିହା ଫେବୃଆରୀ ୧୨ତାରିଖରେ ସେ ରାଜ୍ୟ ସୂଚନା କମିଶନର ପଦବୀରୁ ଇସ୍ତଫା ଦେଇଥିଲେ ।[]

ସାହିତ୍ୟିକ ଜୀବନ

[ସମ୍ପାଦନା]

ଚଉଦ ବର୍ଷ ବୟସରେ ତରୁଣକାନ୍ତିଙ୍କର ପ୍ରଥମ ଗଳ୍ପ "ହେ ପୃଥିବୀର ନାଗରିକ" ଆସନ୍ତା କାଲି ପତ୍ରିକାରେ ପ୍ରକାଶ ପାଇଥିଲା । ବିଜେବି କଲେଜରେ ପଢ଼ିବାବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ।[] ଏଯାବତ ତାଙ୍କର ୧୫ଟି ଗଳ୍ପ ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି । ତାଙ୍କର ବହୁ ଲେଖା ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମଲୟାଲାମ, ମରାଠି, ଗୁଜରାଟି ଓ ବର୍ମୀୟ ଭାଷାକୁ ଅନୁବାଦିତ ହୋଇସାରିଛି ।[]

ରଚନାବଳୀ

[ସମ୍ପାଦନା]
  • ଶରଦଃ ଶତମ ( ଉପନ୍ୟାସ, ୨୦୦୫, ବିଦ୍ୟାପୁରୀ)
  • ଆବର୍ତ୍ତର ଦୁଇଟି ସ୍ୱର (୧୯୬୮, ଶ୍ରୀରାମ ପ୍ରେସ)
  • ନିଃସଙ୍ଗତାର ସ୍ୱର (୧୯୮୦, କଟକ ଷ୍ଟୁଡେଣ୍ଟସ ଷ୍ଟୋର)
  • କୋମଳ ଗାନ୍ଧାର (୧୯୮୩, ଫ୍ରେଣ୍ଡସ ପବ୍ଲିଶର୍ସ)
  • ବହୁବ୍ରୀହି (୧୯୮୮, ଫ୍ରେଣ୍ଡସ ପବ୍ଲିଶର୍ସ)
  • ପାରାଡାଇଜ ପକ୍ଷୀ ଓ ଜଣେ ନିରସ୍ତ୍ର ଆତତାୟୀ (୧୯୯୪, ବିଦ୍ୟାପୁରୀ)
  • ବୀତଂସ (୧୯୯୬, ଫ୍ରେଣ୍ଡସ ପବ୍ଲିଶର୍ସ)
  • ପ୍ରଜାପତିର ଡେଣା ନାହିଁ (୧୯୯୭, ଜ୍ଞାନଯୁଗ ପବ୍ଲିକେଶନ)
  • ଆକାଶ ସେତୁ (୧୯୯୯, ବିଦ୍ୟାପୁରୀ)
  • ଲୁବଧକର ରାତି (୨୦୦୨, ଫ୍ରେଣ୍ଡସ ପବ୍ଲିଶର୍ସ) []
  • ନିର୍ବାଚିତ ଗଳ୍ପ (୨୦୦୩, ଚତୁରଙ୍ଗ ପ୍ରକାଶନୀ)
  • ଆଜି ରାତିର ଗଳ୍ପ (୨୦୦୫, ଫ୍ରେଣ୍ଡସ ପବ୍ଲିଶର୍ସ)
  • ଜହ୍ନ ରାତିର ଗପ, ସରିନାହିଁ... (୨୦୧୦, ବିଦ୍ୟାପୁରୀ)
  • ରଜନୀଗନ୍ଧା (୨୦୧୦, ଟାଇମପାସ)
  • ସକାଳର ମାନଚିତ୍ର (୨୦୧୨, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
  • ଭାସ୍ୱତୀ (୨୦୧୪, ବିଦ୍ୟାପୁରୀ)[]
  • ସଂବହନ (୨୦୧୪, ସମନ୍ୱୟ)
  • କେହି ଜଣେ ଏକା ଏକା (୨୦୧୭, ପକ୍ଷୀଘର )
  • ତରୁଣକାନ୍ତି ମିଶ୍ର : ଶ୍ରେଷ୍ଠ ଗଳ୍ପ (୨୦୧୭, ଟାଇମପାସ)
  • ଅଜଣା ତିଥିର ଜହ୍ନ (୨୦୨୦, ବ୍ଲାକ ଇଗଲ ବୁକସ)
  • ଇତନୀ ଦୂର (୨୦୦୧, ତରୁଣକାନ୍ତିଙ୍କ କେତୋଟି ନିର୍ବାଚିତ ଗଳ୍ପର ହିନ୍ଦୀ ଅନୁବାଦ, ଭାରତୀୟ ଜ୍ଞାନପୀଠ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "E-Newsletters". suchana.odisha.gov.in. Retrieved 12 January 2025.
  2. archive, From our online (19 December 2019). "Sahitya Akademi Award for Odia author Tarun Kanti Mishra". The New Indian Express (in ଇଂରାଜୀ). Retrieved 12 January 2025.
  3. https://www.jagranjosh.com/current-affairs/odisha-chief-information-commissioner-tarun-kanti-mishra-resigned-1423804997-1
  4. http://www.dailypioneer.com/state-editions/bhubaneswar/my-mother-is-my-source-of-inspiration.html
  5. "ଆର୍କାଇଭ୍ କପି". Archived from the original on 2018-01-16. Retrieved 2017-12-15. {{cite web}}: Cite has empty unknown parameter: |1= (help)
  6. http://www.odiasahitya.com/galpa-and-prabandha/komala-gandhara/3/
  7. "Odisha's Tarun Kanti Mishra To Receive Sahitya Akademi Award 2019". odishatv.in. odishatv.in. Archived from the original on 18 December 2019. Retrieved 18 December 2019.
  8. "Press Release Sahitya Akademy Award 2019" (PDF). sahitya-akademi.gov.in/. Sahitya Akademy. Retrieved 18 December 2019.
  9. http://odishasahityaakademi.org/sahitya-award7.php
  10. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୨ ଜୁନ ୨୦୨୧. {{cite web}}: Check date values in: |accessdate= (help)
  11. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 769–. ISBN 978-81-260-0873-5.
  12. "RAYAGADA Page: 7". Online Odia ePaper | Today Newspaper | Latest news from Odisha, India and world. Retrieved 2025-01-12.