ଗୋପୀନାଥ ମହାନ୍ତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗୋପୀନାଥ ମହାନ୍ତି
Gopinath Mohanty 01.jpg
୬୦ ଦଶକରେ ଆମେରିକାରେ ଗୋପୀନାଥ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ ୨୦ ଅପ୍ରେଲ ୧୯୧୪(1914-04-20)
ନାଗବଳି, କଟକ
ମୃତ୍ୟୁ ୨୦ ଅଗଷ୍ଟ, ୧୯୯୧ (୭୭ ବର୍ଷ)
ଘର କଟକ
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ
ଜୀବିକା ଗାଳ୍ପିକ, ଔପନ୍ୟାସିକ
ସନ୍ତାନ
ସମ୍ପର୍କୀୟ କାହ୍ନୁଚରଣ ମହାନ୍ତି (ବଡ଼ ଭାଇ),
ଓଁକାରନାଥ ମହାନ୍ତି (ପୁଅ),
ଗୁରୁ ପ୍ରସାଦ ମହାନ୍ତି (ପୁତୁରା)
ପୁରସ୍କାର ଜ୍ଞାନପୀଠ ପୁରସ୍କାର
ୱେବସାଇଟ gopinathmohanty.in

ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ୧୯୯୧) ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ ।[୧] ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା ।[୨]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ମହାନଦୀ କୁଳର ଏକ ଛୋଟ ଗାଆଁ ନାଗବଳିରେ ୨୦ ଏପ୍ରିଲ ୧୯୧୪ରେ ଜନ୍ମ ହୋଇଥିଲେ ଗୋପୀନାଥ । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ ।

ରଚନାବଳୀ[ସମ୍ପାଦନା]

ଓଡ଼ିଆ ସାହିତ୍ୟରେ ସ୍ଵାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ ।

ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଥିଲେ । ଲିଓ ଟଲଷ୍ଟୟଙ୍କ "ଉଆର ଆଣ୍ଡ ପିସ" କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ "ଯୋଗାଯୋଗ" (୧୯୬୫) । ୫ଟି ଗଳ୍ପକୁ ନେଇ ୧୯୫୬ ମସିହାରେ ତାଙ୍କ ରଚିତ "ଛାଇଆଲୁଅ" ଗଳ୍ପ-ସଂକଳନ ପରେ ତାଙ୍କ ମୃତ୍ୟୁର ବର୍ଷେ ପରେ ୧୯୯୨ ମସିହାରେ ୫ଟି ଅଧିକ ଗଳ୍ପକୁ ମିଶାଇ "ଛାଇଆଲୁଅ"ର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା ।[୨]

ଉପନ୍ୟାସ[ସମ୍ପାଦନା]

ଗପ[ସମ୍ପାଦନା]

ଆତ୍ମଜୀବନୀ[ସମ୍ପାଦନା]

  • ଶ୍ରୋତ ଶ୍ଵାତୀ(୪ଟି ଭାଗ)

ଜୀବନୀ[ସମ୍ପାଦନା]

  • ଦୀପଂଜ୍ୟୋତୀ (୧୯୬୫)
  • ଉତ୍କଳମଣୀ (୧୯୬୭)
  • ଧୂଳିମାଟି ସନ୍ଥ(ଗୋପବନ୍ଧୁ ଚୌଧୂରୀ) (୧୯୮୫)

ନାଟକ[ସମ୍ପାଦନା]

  • ମୁକ୍ତି ପଥେ (୧୯୩୭)
  • ଦିନ ଦିପହରେ (୧୯୩୭)
  • ମହାପୁରୁଷ (୧୯୮୫)

ପ୍ରବନ୍ଧ[ସମ୍ପାଦନା]

  • ପ୍ରେମର ନିୟତି (୧୯୪୭)
  • କଳାଶକ୍ତି (୧୯୭୩)

ଅନୁବାଦ[ସମ୍ପାଦନା]

  • ଭାରତ ଆଜି ଓ କାଲି (India Today and Tomorrow)
  • ବୁଝା ମନ (Eight Stories from European Literature)
  • ଯୋଗାଯୋଗ(ରବୀନ୍ଦ୍ର ନାଥ ଠାକୁରଙ୍କ ଉପନ୍ୟାସ)
  • କଥା ଭାରତୀ(ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ)
  • ଯୁଦ୍ଧ ଓ ଶାନ୍ତି(୩ଟି ଭାଗ, ଲିଓ ଟଲଷ୍ଟୟଙ୍କ ଉପନ୍ୟାସ)
  • ମୋ ବିଶ୍ଵବିଦ୍ୟାଳୟ(ମାଇଁ ୟୁନିଭର୍ସିଟି (ଗର୍କି))
  • ସେ "ଲିଓ ଟଲଷ୍ଟୟ"ଙ୍କ ଲିଖିତ ରୁଷୀୟ ପ୍ରସିଦ୍ଧ ବହି "War and Peace"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୩]

ଭାଷା ଭିତ୍ତିକ[ସମ୍ପାଦନା]

  • ଗଦବା ଭାଷା ପରିଚୟ (୧୯୫୯)
  • କୁଭି କନ୍ଧ ଭାଷାତତ୍ତ୍ଵ ( ୧୯୫୬)
  • କୁଭିଲେ କୁଟିନେହି ପନତୁ (୧୯୫୬)
  • କନ୍ଧ ପରଜା ସ୍ତ୍ରୋତ ଓ ସଙ୍ଗୀତ (୧୯୫୭)
  • ସଉରା ଭାଷା (୧୯୭୮)[୪]

ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସ[ସମ୍ପାଦନା]

ଗୋପୀନାଥଙ୍କ ୪ଟି ଉପନ୍ୟାସ- ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ପ୍ରଥମ ତିନୋଟି ବିକାମ କେଶରୀ ଦାସ ଓ ଶେଷଟି ଅରୁଣ କୁମାର ମହାନ୍ତିଙ୍କ ଦେଇ ଅନୁବାଦ କରାଯାଇଛି । ଫେବର ଆଣ୍ଡ ଫେବର (ଇଉ. କେ.) ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟି ପ୍ରେସ (ଭାରତ) ଦ୍ଵାରା ୧୯୮୭ରେ ପରଜା' ପ୍ରକାଶ ପାଇଥିଲା । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣ-ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ଵୀକାର କରିବାକୁ ପଡ଼ିଛି ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha diaspora celebrates Gopinath Mohanty birth centenary in US". OdishaSunTimes. http://odishasuntimes.com/2014/06/06/odisha-diaspora-celebrates-gopinath-mohanty-birth-centenary-us/. Retrieved 22 August 2015. 
  2. ୨.୦ ୨.୧ ମହାନ୍ତି, ଗୋପୀନାଥ (2014). ବାବୁ. ବେଙ୍ଗାଳୁରୁ: ତପସ୍ୱିନୀ. p. 7 Extra |pages= or |at= (help). 
  3. Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
  4. http://odisha.gov.in/e-magazine/orissaannualreference/ORA-2011/pdf/87-89.pdf
  5. "Jnanpith Laureates Official listings". jnanpith Website. http://www.jnanpith.net/page/jnanpith-laureates.