ଡି ପ୍ରକାଶ ରାଓ

ଉଇକିପିଡ଼ିଆ‌ରୁ
ପଦ୍ମଶ୍ରୀ

ଡି ପ୍ରକାଶ ରାଓ
ଡି ପ୍ରକାଶ ରାଓ
ଡି ପ୍ରକାଶ ରାଓ
ଜନ୍ମ
ଦେବରପଲ୍ଲୀ ପ୍ରକାଶ ରାଓ[୧]

(1958-11-11)୧୧ ନଭେମ୍ବର ୧୯୫୮
ମୃତ୍ୟୁ୧୩ ଜାନୁଆରୀ ୨୦୨୧(2021-01-13) (ବୟସ ୬୨)
ମୃତ୍ୟର କାରଣକରୋନାଭୂତାଣୁ ଜନିତ ମୃତ୍ୟୁ
ଜାତୀୟତାଭାରତୀୟ
ଜଣାଶୁଣାସମାଜସେବା
ଜୀବନସାଥୀବିଜୟଲକ୍ଷ୍ମୀ
ସନ୍ତାନହରିପ୍ରିୟା, ଭାନୁପ୍ରିୟା
ପିତାମାତା(s)ଡି କ୍ରୀଷ୍ଣମୂର୍ତ୍ତୀ, ଡି ଲକ୍ଷ୍ମୀ

ଦେବରପଲ୍ଲୀ ପ୍ରକାଶ ରାଓ (ଡି ପ୍ରକାଶ ରାଓ ନାମରେ ଜଣା) (୧୧ ନଭେମ୍ବର ୧୯୫୮ - ୧୩ ଜାନୁଆରୀ ୨୦୨୧) ଓଡ଼ିଶାର ଜଣେ ସମାଜସେବୀ ଥିଲେ । ସେ କଟକରେ ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଓ ଅନାଥ ଶିଶୁମାନଙ୍କ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ଓ ରକ୍ତଦାନ ଭଳି ସମାଜସେବା ନିମନ୍ତେ ୨୦୧୯ ମସିହାରେ ଭାରତର ସାଧାରଣତନ୍ତ୍ର ଦିବସରେ ତତ୍କାଳୀନ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ବୃତ୍ତିରେ ସେ ଜଣେ ଚା' ବିକାଳି ଥିଲେ ।

୨୦୨୧ ମସିହା ଜାନୁଆରୀ ୧୩ ତାରିଖରେ ସେ କରୋନାଭୂତାଣୁଦ୍ୱାରା ଆକ୍ରାନ୍ତ ହୋଇ ୬୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ପରିବାର[ସମ୍ପାଦନା]

ଡି ପ୍ରକାଶ ରାଓ କଟକଠାରେ ୧୯୫୮ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପିତା ଡି କୃଷ୍ଣମୂର୍ତ୍ତୀ ଓ ସେ ବ୍ରିଟିଶ ସେନାରେ ସୈନିକ ଥିଲେ । ମାତାଙ୍କ ନାମ ଥିଲା ଡି ଲକ୍ଷ୍ମୀ । ମାତାପିତାଙ୍କ ତିନିଟି ସନ୍ତାନ ମଧ୍ୟରୁ ପ୍ରକାଶ ଜ୍ୟେଷ୍ଠ ଥିଲେ ।[୨] ରାଓଙ୍କ ଅଣଜେଜେ ଡି ଆପାଲସ୍ୱାମୀ ଆନ୍ଧ୍ର ପ୍ରଦେଶର କାକିନାଡ଼ାରୁ ଆସି କଟକରେ ରହୁଥିଲେ । ତାଙ୍କ ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ଜଣେ ନିକଟତମ ବ୍ୟକ୍ତି ଓ ସେ ଉତ୍କଳ ଟ୍ୟାନେରୀର ପରିଚାଳକ ଥିଲେ । ତାଙ୍କ ପିତା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୋଧରେ ଯୁଦ୍ଧ କରିଥିଲେ । ବିଶ୍ୱଯୁଦ୍ଧ ପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ । ପିତାଙ୍କ ଦେହାନ୍ତ ପରେ ଡି ପ୍ରକାଶ ରାଓ ସେହି ଚା ଦୋକାନ ସମ୍ଭାଳୁଥିଲେ ।[୩] ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଜଣେ ନର୍ସ ଭାବେ କାମ କରନ୍ତି । ରାଓ ଦମ୍ପତ୍ତିଙ୍କ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟା ଅଛନ୍ତି ।

ସମାଜସେବା[ସମ୍ପାଦନା]

ରାଓ "ଆଶା ଓ ଅନୁସନ୍ଧାନ" ନାମକ ଏକ ସ୍କୁଲ ସ୍ଥାପନା କରିଥିଲେ । ସ୍ଥାନୀୟ ବସ୍ତିଗୁଡ଼ିକରେ ଛୋଟ ପିଲାମାନେ ଶିକ୍ଷାଲାଭରୁ ବଞ୍ଚିତ ହୋଇ ମଦ୍ୟପାନ ଓ ଛୋଟବଡ଼ ଅପରାଧରେ ନିବୃତ୍ତ ହେବା ଦେଖି ସେ ଏହି ସ୍କୁଲ ଆରମ୍ଭ କରିଥିଲେ । ନିଜେ ସ୍କୁଲ ଅଧାରୁ ବନ୍ଦ କରିଥିଲେ ମଧ୍ୟ ସେ ଏହି ସ୍କୁଲରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ପିଲାଙ୍କୁ ସେଠାରେ ଶିକ୍ଷାଦାନର ବନ୍ଦୋବସ୍ତ କରାଇଥିଲେ ।[୪] ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢୁଛନ୍ତି ।[୫] ଚା' ଦୋକାନରୁ ହେଉଥିବା ଆୟର ଅଧା ସେ ଏହି ସ୍କୁଲ ପରିଚାଳନାରେ ଖର୍ଚ୍ଚ କରୁଥିଲେ ।[୬] ସେ ସକାଳୁ ବକ୍ସି ବଜାରସ୍ଥିତ ନିଜ ଚା ଦୋକାନରେ ବିକ୍ରିବଟା ସାରି କଟକ ବଡ଼ ଡାକ୍ତରଖାନାକୁ ସବୁଦିନ ଯାଉଥିଲେ । ସେଠାରେ ରୋଗୀମାନଙ୍କର ଯେକୌଣସି ଆବଶ୍ୟକୀୟ ସେବା ସେ ନିଜ ସାଧ୍ୟମତେ କରୁଥିଲେ । ସେ ୨୧୭ଥର ରକ୍ତଦାନ କରିସାରିଥିଲେ ।[୭] ମୃତ୍ୟୁପରେ ନିଜ ଶରୀରଦାନ କରିବାକୁ ମଧ୍ୟ ସଂକଳ୍ପ ମଧ୍ୟ ନେଇଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୧୯[୮]
  • ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ପୁରସ୍କାର
  • ଆନିବେଶାନ୍ତ ସମ୍ମାନ
  • ଭାରତ ବିକାଶ ସମ୍ମାନ[୯]

ମୃତ୍ୟୁ[ସମ୍ପାଦନା]

କରୋନାଭୂତାଣୁ ରୋଗ ୨୦୧୯ରେ ପୀଡ଼ିତ ହୋଇ, ରାଓଙ୍କର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ୨୦୨୧ ମସିହା ଜାନୁଆରୀ ୧୩ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୧୦]

ଆଧାର[ସମ୍ପାଦନା]

  1. https://www.financialexpress.com/india-news/meet-devarapalli-prakash-rao-odisha-tea-seller-who-earned-pm-modis-praise-for-promoting-education-among-slum-children/1183482/
  2. "ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକ". No. ସମ୍ବାଦ ୧୪/୦୧/୨୦୨୧ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. 14 January 2021. p. ୨୦. Archived from the original on 14 January 2021. Retrieved 14 January 2021.
  3. "ବ୍ୟକ୍ତିତ୍ୱ". ନିତିଦିନ ୦୨/୦୬/୨୦୧୮ ପୃଷ୍ଠା ୯. Retrieved 2 June 2018.
  4. Adnal, Madhuri (30 May 2018). "Meet Odisha's chai-wallah D Prakash Rao who turned 'messiah' for slum children". www.oneindia.com (in ଇଂରାଜୀ). Retrieved 14 January 2021.
  5. http://odishatv.in/odisha/body-slider/d-prakash-rao-tea-seller-who-turned-messiah-for-slum-children-264347
  6. https://economictimes.indiatimes.com/news/politics-and-nation/watch-cuttack-tea-seller-donates-half-of-his-earning-to-run-school-for-slum-kids/videoshow/64382368.cms
  7. Taneja, Richa. "How Life Changed For Cuttack Tea Seller After PM Modi's Mann Ki Baat". NDTV.com. ANI. Retrieved 14 January 2021.
  8. "Three from Odisha to get Padma awards; CM Naveen's sister Gita Mehta among awardees". odishatv.in. Retrieved 25 January 2019.
  9. "ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 13 January 2021. Retrieved 13 January 2021.
  10. "Social Activist Padma Shri D Prakash Rao No More". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 13 January 2021. Retrieved 13 January 2021.