ମିନତି ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ଡ. ମିନତି ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1936-04-14) April 14, 1936 (age 83)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର ଓଡ଼ିଆ
ଜୀବିକାଓଡ଼ିଶୀ ନୃତ୍ୟଗୁରୁ
କାର୍ଯ୍ୟକାଳ୧୯୬୩-୧୯୬୭
ପ୍ରସିଦ୍ଧିଓଡ଼ିଶୀ ନୃତ୍ୟଶିଳ୍ପୀ, ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ମିନତି ମିଶ୍ର ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ । ମିନତି ପଡ଼ିଶା ଘରେ ରହୁଥିବା ଗୁରୁ ଦେବ ପ୍ରସାଦ ଦାସଙ୍କ ଠାରୁ ୧୯୪୮ରେ ପ୍ରଥମେ ଶିକ୍ଷା ଆରମ୍ଭ କରିଥିଲେ । ଏହାର ଦୁଇବର୍ଷ ପରେ ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର ଓ ପରେ ଗୁରୁ ପଙ୍କଜ ଚରଣ ଦାସଙ୍କ ଠାରୁ ଓଡ଼ିଶୀ ଶିଖିଥିଲେ । ତିନିଜଣ ବିଶିଷ୍ଟ ଗୁରୁଙ୍କ ଠାରୁ ଭିନ୍ନ ଭିନ୍ନ ଶୈଳୀର ନୃତ୍ୟ ଶିଖିଥିଲେ ।

୧୯୬୬ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇ, ୧୯୯୨ ପର୍ଯ୍ୟନ୍ତ ଚାକିରିରେ ରହି ଅନେକ ନୃତ୍ୟଶିଳ୍ପୀଙ୍କୁ ତାଲିମ ଦେଇଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମିନତି କଟକରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳେ ସେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ନୃତ୍ୟ ଦେଖି ଆକୃଷ୍ଟ ହେଇଥିଲେ ଓ ଘରୁ ଅନୁମତି ପାଇ ନାଚ ଶିଖିବା ଆରମ୍ଭ କରିଥିଲେ । ପରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସେ ଓଡ଼ିଶା ସରକାରଙ୍କ ଠାରୁ ବୃତ୍ତି ପାଇ, ତତ୍କାଳୀନ ମାଡ୍ରାସରେ ଥିବା ରୁକ୍ମିଣୀ ଦେବୀଙ୍କ ଅନୁଷ୍ଠାନ କଳାକ୍ଷେତ୍ରରେ ପାଞ୍ଚବର୍ଷ ନୃତ୍ୟଶିକ୍ଷା କରିଥିଲେ ।[୧]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

୧୯୬୩ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ମୀନତି, ୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ଅରୁନ୍ଧତୀ ୧୯୬୭ ପ୍ରଫୁଲ୍ଲ ସେନଗୁପ୍ତା
ଭାଇ ଭାଉଜ ୧୯୬୭ ସାରଥୀ
ସାଧନା ୧୯୬୪ ପ୍ରଭାତ ମୂଖାର୍ଜୀ
ଜୀବନସାଥୀ ୧୯୬୩ ପ୍ରଭାତ ମୂଖାର୍ଜୀ
ସୂର୍ଯ୍ୟମୁଖୀ ୧୯୬୩ ପ୍ରଫୁଲ୍ଲ ସେନଗୁପ୍ତା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ (୨୦୧୨) [୨][୩]
  • ଗୁରୁ ଦେବପ୍ରସାଦ ସମ୍ମାନ[୪]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ (୨୦୦୬)
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୨୦୦୬, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ)[୫][୬]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଫିଲିପ ବିଶ୍ୱବିଦ୍ୟାଳୟ, (ମାର୍ବର୍ଗ, ଜର୍ମାନୀ)ରୁ ନୃତ୍ୟ ଶାସ୍ତ୍ରରେ ପି.ଏଚ. ଡି.[୭]
  • ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି.

ଆଧାର[ସମ୍ପାଦନା]

  1. Chakra, Shyamhari. "Dance is my life and mokshya". The Hindu. Retrieved 1 May 2015.
  2. articles.timesofindia.indiatimes.com: Jatin Das, Minati Mishra get Padma awards
  3. orissadiary.com: Odisha's Dr. Minati Mishra gets Padma Shri Award
  4. odisha360.com: Guru Debaprasad Samman Conferred on Dr. Minati Mishra
  5. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  6. hindu.com: Akademi honour for Minati Mishra
  7. "Minati Mishra". radhubabu.com. 2007. Retrieved 8 January 2013. In 1962 she was awarded Doctor of Philosophy in Indology by the Phillip University in Marburg, Germany, for her research work on Natyashastra.

ଅଧିକ ତଥ୍ୟ[ସମ୍ପାଦନା]