ନିତ୍ୟାନନ୍ଦ ମହାପାତ୍ର

ଉଇକିପିଡ଼ିଆ‌ରୁ
ନିତ୍ୟାନନ୍ଦ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1912-07-17)୧୭ ଜୁଲାଇ ୧୯୧୨
ତାଳପଦା, ଭଦ୍ରକ ଜିଲ୍ଲା
ମୃତ୍ୟୁ୧୭ ଅପ୍ରେଲ ୨୦୧୨(2012-04-17) (ବୟସ ୯୯)
ବୃତ୍ତିସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିଘରଡିହ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥିହରପ୍ରିୟା ମହାପାତ୍ର[୧]
ଜ୍ଞାତି କୁଟୁମ୍ବକାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (ବାପା)

ନିତ୍ୟାନନ୍ଦ ମହାପାତ୍ର ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ରାଜନେତା ଏବଂ ଓଡ଼ିଆ ଔପନ୍ୟାସିକ ଥିଲେ । ସେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୬୭-୭୧ରେ ସେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱାଧିନ ସ୍ୱତନ୍ତ୍ର ଜନ କଂଗ୍ରେସ ଶାସନ ସମୟରେ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଥିଲେ । [୨] ସେ ଥରେ ଜନ କଂଗ୍ରେସରୁ ଓ ଦୁଇଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବ୍ରିଟିଶ ଶାସନ ବିରୁଦ୍ଧରେ ଆନ୍ଦୋଳନ କରି ସେ ତିନିଥର କାରାବରଣ କରିଥିଲେ ।[୩] ସେ ୧୧ ଖଣ୍ଡ ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ ।

୨୦୧୨ ଅପ୍ରେଲ ୧୭ରେ ସେ ଶ୍ୱାସନଳୀ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ ।

ଜୀବନୀ[ସମ୍ପାଦନା]

ନିତ୍ୟାନନ୍ଦ ମହାପାତ୍ର ଓଡ଼ିଶାର ଭଦ୍ରକ ଜିଲ୍ଲାସ୍ଥିତ ତାଳପଦାଠାରେ ୧୯୧୨ ଜୁଲାଇ ୧୭ (ରଥଯାତ୍ରା) ଦିନ[୪] ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତାଙ୍କ ନାମ ଥିଲା ଲବଙ୍ଗଲତା ଓ ତାଙ୍କର ପିତା ଥିଲେ ଖ୍ୟାତନାମା ଓଡ଼ିଆ ସାହିତ୍ୟିକ ଲକ୍ଷ୍ମୀକାନ୍ତ ମହାପାତ୍ର । ସେ ତାଙ୍କ ପିତାମାତାଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । [୫]

ରଚନାବଳୀ[ସମ୍ପାଦନା]

ନିତ୍ୟାନନ୍ଦ ମହାପାତ୍ର ୧୧ଟି ଉପନ୍ୟାସ, ୪ ଖଣ୍ଡ ଗଳ୍ପ ସଙ୍କଳନ ଓ ଏକାଧିକ କବିତା ସଙ୍କଳନ ରଚନା କରିଥିଲେ । ମାତ୍ର ୭ ବର୍ଷ ବୟସରେ ସେ "ସାବିତ୍ରୀ" ନାମକ ଏକ ପଦ୍ୟ ଲେଖିଥିଲେ । "ମାଉସୀ" ଥିଲା ତାଙ୍କର ପ୍ରଥମ ଗଳ୍ପ ଏବଂ "ଭୁଲ୍" ଥିଲା ତାଙ୍କର ପ୍ରଥମ ଉପନ୍ୟାସ । ଏହି ଉପନ୍ୟାସକୁ ସେ ବାପାଙ୍କ ପ୍ରଦତ୍ତ "ଅବଧୂତ" ଛଦ୍ମନାମରେ ଲେଖିଥିଲେ । ସେ ବ୍ରହ୍ମପୁର କାରାଗାରରେ ଥିବାବେଳେ ସିପିଆଇ, ଓଡ଼ିଶା ଶାଖା ପାଇଁ ଦଳର ପତାକା ଉତ୍ତୋଳନ ସଂଗୀତ "ଏଇ ଲାଲ ପତାକା ତଳେ" ରଚନା କରି ବହୁଚର୍ଚ୍ଚିତ ହୋଇଥିଲେ । ସେ ଡଗର ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।[୬] ଏଥିରେ "ଡଗର ନିତ୍ୟାନନ୍ଦ" ଶୀର୍ଷକରେ ନିଜର ବ୍ୟଙ୍ଗଚିତ୍ର ପ୍ରକାଶକରି ନିଜ ବିଷୟରେ ଲେଖିଥିଲେ:

ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ, ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ...
ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଆଧ୍ୟାତ୍ମ ଭିତରେ ଦ୍ୱନ୍ଦ୍ୱ ଓ ସାଲିସ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ 'ନିତ୍ୟ ଆନନ୍ଦ' ଦେଇଛି॥

[୭]

ରଚନାବଳୀ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/article382569.ece
  2. "Nityananda Mohapatra no more | | | The New Indian Express". expressbuzz.com. 2012. Retrieved 12 May 2012. He was minister for Cultural Affairs and Food and Civil Supplies
  3. "Profile of Shri Nityananda Mahapatra". Orissa Legislative Assembly. Retrieved 21 June 2011.
  4. http://www.odishatv.in/litterateur-nityananda-mohapatra-dead/
  5. http://www.asianage.com/india/centenarian-litterateur-and-ex-odisha-minister-dead-680
  6. Nayak, Jatindra K. (2012). "The Hindu : States / Other States : Odisha's man of many parts". thehindu.com. Retrieved 12 May 2012. Under his inspiring editorship, Dagara (Messenger)...
  7. "'ହିଡ଼ମାଟି'ର ସ୍ରଷ୍ଟା". ସମ୍ବାଦ ଭୁବନେଶ୍ୱର ସଂସ୍କରଣ. 17 June 2015. Retrieved 17 June 2015.
  8. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୮- ଡିସେମ୍ବର ୧୧, ୨୦୧୫ ପୃଷ୍ଠା ୪. Retrieved 8 December 2015.
  9. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  10. "NITYANAND MOHAPATRA". orissadiary.com. 2012. Retrieved 12 May 2012. In 1999, he was adorned with Atibadi Jagannath Das Award
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved ୧୮ ଜୁନ ୨୦୨୧. {{cite web}}: Check date values in: |accessdate= (help)