ନୀଳକଣ୍ଠ ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଣ୍ଡିତ ନୀଳକଣ୍ଠ ଦାସ
ବାଚସ୍ପତି, ଓଡ଼ିଶା ବିଧାନ ସଭା
In office
୨୭ ମଇ ୧୯୫୭ – ୧ ଜୁଲାଇ ୧୯୬୧
ପୂର୍ବ ଅଧିକାରୀ ନନ୍ଦ କିଶୋର ଦାସ
ପର ଅଧିକାରୀ ଲିଙ୍ଗରାଜ ପାଣିଗ୍ରାହୀ
ବିଧାୟକ, ସତ୍ୟବାଦୀ
In office
୧୯୫୧ – ୧୯୬୧
ପର ଅଧିକାରୀ ରାଜ ରାଜଦେବ
Personal details
ଜନ୍ମ ୫ ଅଗଷ୍ଟ ୧୮୮୪(1884-08-05)
ଶ୍ରୀରାମଚନ୍ଦ୍ରପୁର, ସାକ୍ଷୀଗୋପାଳ, ପୁରୀ, ଓଡ଼ିଶା
ମୃତ୍ୟୁ ୬ ନଭେମ୍ବର ୧୯୬୭ (୮୩ ବର୍ଷ)
ରାଜନୀତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀ ରାଧାମଣି ଦେବୀ
ସନ୍ତାନ ୨ପୁଅ ଓ ୩ ଝିଅ
ଶିକ୍ଷାନୁଷ୍ଠାନ କଲିକତା ବିଶ୍ଵବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ଲେଖକ, ବାଗ୍ମୀ, କବି
ପେଷା ଶିକ୍ଷକ
ଧର୍ମ ହିନ୍ଦୁ
ୱେବସାଇଟ ବିଧାନ ସଭା ସଭ୍ୟ ପୃଷ୍ଠା

ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ ।

ଶିକ୍ଷା ଓ ଜୀବନ[ସମ୍ପାଦନା]

ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ ।ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି॰ଏ॰ ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରି କରିବା ନାହିଁ,ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ 190୯ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।[୧]

ରଚନାବଳୀ[ସମ୍ପାଦନା]

ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ ।

କବିତା[ସମ୍ପାଦନା]

  • କୋଣାର୍କେ
  • ଖାରବେଳ
  • ମାୟାଦେବୀ

ପ୍ରବନ୍ଧ[ସମ୍ପାଦନା]

  • ଆର୍ଯ୍ୟ ଜୀବନ
  • ଓଡ଼ିଆ ସାହିତ୍ୟର କ୍ରମ ପରିଣ।ମ
  • ଶ୍ରୀମଦ ଭଗବତଗୀତାର ଭୂମିକା
  • ଓଡ଼ିଆ ଭାଷା ଓ ସାହିତ୍ୟ
  • ସଂସ୍କୃତି ଓ ସଂସ୍କୃତି
  • ଲାବଣ୍ୟବତୀର ଟୀକା

ଶିଶୁ ସାହିତ୍ୟ[ସମ୍ପାଦନା]

  • ପିଲାଂକ ରାମାୟଣ
  • ପିଲାଂକ ମହାଭାରତ
  • ପିଲାଙ୍କ ଭାଗବତ[୨]

ଅନୁବାଦ[ସମ୍ପାଦନା]

"ଲର୍ଡ଼ ଟେନିସନ"ଙ୍କ କବିତାକୁ ଓଡ଼ିଆରେ ଦାସ ନାୟକପ୍ରଣୟିନୀ ନାମରେ ଅନୁବାଦ କରିଛନ୍ତି ।[୩]

ସାମ୍ବାଦିକତା[ସମ୍ପାଦନା]

ସେ ଗୀତାର ଓଡ଼ିଆରେ ଟୀକା ଲେଖିଥିଲେ । ଏହାଛଡ଼ା ଓଡ଼ିଆ ଭାଷା ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡ଼ିଆ ବ୍ୟାକରଣ ପୁସ୍ତକର ରଚୟିତା ।

ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ[ସମ୍ପାଦନା]

ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷିମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକିର ମୋହନ ସେନାପତି, ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା ।[୫]

ସମାଜ ସଂସ୍କାର ଓ ଭାରତର ସ୍ଵାଧିନତାରେ ଭୂମିକା[ସମ୍ପାଦନା]

ସେ ଭାରତର ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ ଓଡ଼ିଶା ବିଧାନ ସଭାରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ ।[୬] ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ ।

ସମ୍ମାନ[ସମ୍ପାଦନା]

  • ଡି. ଲିଟ(ଉତ୍କଳ ବିଶ୍ଵବିଦ୍ୟାଳୟ)
  • ଉତ୍କଳ ଗୁରୁ ଉପାଧି -୧୯୫୧[୭]
  • ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩(ତାଙ୍କର ବହି ଆତ୍ମଜୀବନୀ ନିମନ୍ତେ) [୮]
  • ପଦ୍ମ ଭୂଷଣ, ୧୯୬୦

ଆଧାର[ସମ୍ପାଦନା]

  1. "An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu". academia.edu. 2012. Retrieved 20 June 2012. Nilakantha Das (1884-1967) joined the school in October1911 after completion of postgraduation in philosophy 
  2. ପିଲାଂକ ମହାଭାରତ ପୁସ୍ତକର ପ୍ରଚ୍ଛଦ
  3. Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000)
  4. http://www.eodissa.com/eminent-odia/77-eminent-writer/663-pandita-nilakantha-das-
  5. http://orissa.gov.in/e-magazine/Orissareview/2010/April/engpdf/31-39.pdf
  6. http://www.orissadiary.com/personality/freedom_fighter/NilakanthaDas.asp>
  7. ପ୍ରମେୟ ୦୫/୦୮/୨୦୧୪ ପୃଷ୍ଠା ୮
  8. http://www.odisha360.com/infopedia/4/154/nilakantha-das