ଦେବଦାସ ଛୋଟରାୟ
ଦେବଦାସ ଛୋଟରାୟ | |
---|---|
ସଭାପତି ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନ, କଟକର ପରିଚାଳନା ମଣ୍ଡଳୀ | |
କୁଳପତି ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କଟକ | ୨୫ ନଭେମ୍ବର ୧୯୪୬
ଘର | କଟକ, ଓଡ଼ିଶା, ଭାରତ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ |
ପେଷା | ଭାରତୀୟ ପ୍ରଶାସନିକ ଅଧିକାରୀ, ଲେଖକ |
ଦେବଦାସ ଛୋଟରାୟ (ଜନ୍ମ: ୨୫ ନଭେମ୍ବର ୧୯୪୬) ଜଣେ ଓଡ଼ିଆ ଲେଖକ,[୧][୨] କାହାଣୀକାର, ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିଦ । ସେ ଓଡ଼ିଶାର କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ସେ ଓଡ଼ିଆରେ ୭୫ରୁ ଅଧିକ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି ଏବଂ ପାଞ୍ଚରୁ ଅଧିକ ଥର ଶ୍ରେଷ୍ଠ ଗୀତିକାର ଭାବରେ ରାଜ୍ୟ ପୁରସ୍କାର ଅର୍ଜନ କରିଛନ୍ତି । ତାଙ୍କର ସାହିତ୍ୟିକ ରଚନା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୩]
ବୃତ୍ତି
[ସମ୍ପାଦନା]ଗୀତ ରଚନା
[ସମ୍ପାଦନା]ଅକ୍ଷୟ ମହାନ୍ତିଙ୍କ ସହ ୧୯୬୦ ଦଶକରୁ ଆରମ୍ଭ କରି ମହାନ୍ତିଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ମୁଖ୍ୟ ଗୀତିକାର ଭାବେ ଦେବଦାସ ଛୋଟରାୟ ଚଳଚ୍ଚିତ୍ର ଏବଂ ରେଡ଼ିଓ ଭଳି ଅଣ-ଚଳଚ୍ଚିତ୍ର ରଚନା କରିଥିଲେ । ତାଙ୍କ ବ୍ୟତୀତ ସେ ବିଭିନ୍ନ ପ୍ରସିଦ୍ଧ ଗାୟକ-ଗାୟିକା ସନ୍ଧ୍ୟା ମୁଖାର୍ଜୀ, ନିର୍ମଳା ମିଶ୍ର, ଉଷା ଉଥୁପ, ସୁରେଶ ୱାଡ଼େକର, ଉଦିତ ନାରାୟଣ, କବିତା କୃଷ୍ଣମୂର୍ତ୍ତୀ ଏବଂ ସୁନିଧି ଚୌହାନ ପ୍ରମୁଖ ତାଙ୍କ ରଚିତ ଗୀତ ପରିବେଷଣ କରିଛନ୍ତି । ତାଙ୍କର ଅଧିକାଂଶ ଅଣ-ଚଳଚ୍ଚିତ୍ର ବ୍ୟାବସାୟିକ ଗୀତଗୁଡ଼ିକ ସାରେଗାମାଦ୍ୱାରା (ଆଗରୁ HMV ନାମରେ ଜଣା) ରେକର୍ଡ଼ କରାଯାଇଥିଲା । ଟେଲିଭିଜନ ପାଇଁ ମଧ୍ୟ ସେ ଗୀତିନାଟ୍ୟ ରଚନା କରିଛନ୍ତି । [୩]
କାହାଣୀ ରଚନା
[ସମ୍ପାଦନା]ଚଳଚ୍ଚିତ୍ର କାହାଣୀକାର ଭାବେ ତାଙ୍କ ରଚିତ ଇନ୍ଦ୍ରଧନୁର ଛାଇ ୧୯୯୫ ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ସେହି ବର୍ଷ ଋଷର କିନୋଟାଭର ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ପୁରସ୍କାର ପାଇଥିଲା । ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ବିଶ୍ୱପ୍ରକାଶ ୨୦୦୦ ମସିହାରେ ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଥିଲା ଏବଂ ଏହା ଭାରତୀୟ ପାନୋରାମାରେ ପ୍ରଦର୍ଶିତ ହୋଇଥିଲା । [୩]
ପଦବୀ
[ସମ୍ପାଦନା]ସେ ଓଡ଼ିଶା ଚଳଚ୍ଚିତ୍ର ବିକାଶ ନିଗମର ନିର୍ଦ୍ଦେଶକଭାବେ ୧୯୮୩-୧୯୮୯ ଯାଏ କାର୍ଯ୍ୟକରିଥିଲେ । ୧୯୮୭ ମସିହାରେ ସେ ପଞ୍ଚମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ପ୍ରକାଶନ କମିଟି ସଭାପତି ଭାବେ ଏବଂ ପରେ ୧୯୯୯ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାର ପରିଚାଳନା ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।[୩]
ରଚନାବଳୀ
[ସମ୍ପାଦନା]ଦେବଦାସ ଛୋଟରାୟ ଚାରି ଦଶନ୍ଧି ଧରି କବିତା ଏବଂ ଗୀତ ରଚନା ପାଇଁ ଜଣାଶୁଣା ଓ ତାଙ୍କ ରଚନାଗୁଡ଼ିକ ଅନେକ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି । ତାଙ୍କର ରଚନାର ଅନୁବାଦ ସୁନୀଲ ଗାଙ୍ଗୋପାଧ୍ୟାୟଙ୍କ ସମ୍ପାଦିତ କୃତିବାସରେ ପ୍ରକାଶିତ ହୋଇଛି ।
ଗଳ୍ପ
[ସମ୍ପାଦନା]- ରମାକୁ ମାରିବାର ପାଞ୍ଚଟି ଉପାୟ (ଗଳ୍ପ) ୨୦୧୫, ପ୍ରକାଶକ: ଟାଇମ୍ ପାସ୍, ଭୁବନେଶ୍ୱର
- ମଲ୍ଲିକା, ୨୦୧୪[୪] କବିତା,
- ବିଜୁବାବୁ (ସ୍ମୃତିକଥା) ୨୦୨୧, ପ୍ରକାଶକ: ପେନ୍ ଇନ୍, ଭୁବନେଶ୍ୱର
- ନୀଳ ସରସ୍ୱତୀ (କବିତା) ୧୯୮୩
- ଲାଲମାଛ (ଗଳ୍ପ) ୧୯୮୯[୫]
- ହଳଦିଆ ଉଡ଼ାଜାହାଜ (ଗପ, କବିତା, ପ୍ରବନ୍ଧାଦି) ୨୦୨୨, ପ୍ରକାଶକ: ଟାଇମ୍ ପାସ୍, ଭୁବନେଶ୍ୱର
- ଚୁମ୍ବନ (ଉପନ୍ୟାସିକା) ୨୦୧୭, ପ୍ରକାଶକ: ଟାଇମ୍ ପାସ୍, ଭୁବନେଶ୍ୱର
- ଦେବଦାସ ଛୋଟରାୟଙ୍କ ସିନେମା ଗୀତ, ୨୦୨୦, ପ୍ରକାଶକ: କେତକୀ ଫାଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର
- ଦେଖିଚି ଦେଖିନି (କବିତା) ୨୦୧୬, ପ୍ରକାଶକ: ଟାଇମ୍ ପାସ୍, ଭୁବନେଶ୍ୱର
- ସିମ୍ଫୋନୀ (ଯୁଗ୍ମ ଲେଖକ: ପ୍ରସନ୍ନ କୁମାର ହୋତା) ୨୦୨୨, ପ୍ରକାଶକ: ଅନୁବାଦ ସାହିତ୍ୟ ପରିଷଦ, ଭୁବନେଶ୍ୱର
- ମନ ଖରାପର ଫୁଲ (କବିତା) ୨୦୨୨, ପ୍ରକାଶକ: ଇଭେଣ୍ଟସ୍, ଭୁବନେଶ୍ୱର
- ହାତୀ ସଜକର (ଗୀତ ଓ କବିତା) ୨୦୦୮, ପ୍ରକାଶକ: ବିଦ୍ୟାପୁରୀ, କଟକ[୬]
- ଇତର କାହାଣୀ (ଯୁଗ୍ମ ଲେଖକ: ପ୍ରସନ୍ନ କୁମାର ହୋତା, ଅନୁବାଦ ଗପ) ୨୦୨୧, ପ୍ରକାଶକ: ବିଦ୍ୟା ପବ୍ଲିଶିଙ୍ଗ୍, କାନାଡା
- ବଡଘରର ଦାସୀ (ଉପନ୍ୟାସ) ୨୦୧୮, ପ୍ରକାଶକ: ଟାଇମ୍ ପାସ୍, ଭୁବନେଶ୍ୱର
- ଦୀର୍ଘଶ୍ୱାସ, ପ୍ରକାଶକ: ପକ୍ଷୀଘର, ଭୁବନେଶ୍ୱର
ସମ୍ପାଦନା
- ଗୋପାଳ ଛୋଟରାୟ ଗ୍ରନ୍ଥାବଳୀ, ଭାଗ ୧ (ଯୁଗ୍ମ: ଅଭିରାମ ମହାପାତ୍ର) ୨୦୧୧, ପ୍ରକାଶକ: ଗ୍ରନ୍ଥମନ୍ଦିର, କଟକ
- ଗୋପାଳ ଛୋଟରାୟ ଗ୍ରନ୍ଥାବଳୀ, ଭାଗ ୨ (ଯୁଗ୍ମ: ଅଭିରାମ ମହାପାତ୍ର) ୨୦୧୬, ପ୍ରକାଶକ: ଗ୍ରନ୍ଥମନ୍ଦିର, କଟକ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୭] (ରମାକୁ ମାରିବାର ପାଞ୍ଚଟି ଉପାୟ ଗଳ୍ପ ସଙ୍କଳନ ପାଇଁ)
- ବିଷୁବ ପୁରସ୍କାର, ୨୦୧୮[୮] (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଝଙ୍କାର ପୁରସ୍କାର (କବିତା), ୨୦୧୦[୯](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୦୯[୩] (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ସାହିତ୍ୟ ଭାରତୀ, ୨୦୨୧ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- ଉତ୍କଳ ସମାଜ ଶତବାର୍ଷିକୀ ପୁରସ୍କାର
- ୨୦୦୮ ରାଜଧାନୀ ପୁସ୍ତକ ମେଳା ପୁରସ୍କାର
ଆଧାର
[ସମ୍ପାଦନା]- ↑ "Odisha Sahitya Akademi award for 18 authors". newindianexpress.com. Retrieved 16 July 2020.
- ↑ Pioneer, The. "For poet, there is no age, says Chhotray". The Pioneer (in ଇଂରାଜୀ). Retrieved 18 July 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Ravenshaw University: Former Vice Chancellor". www.ravenshawuniversity.ac.in. Archived from the original on 5 February 2016. Retrieved 18 July 2020.
- ↑ https://web.archive.org/web/20160627052834/http://www.dharitri.com:80/sahityayan/140516/p8.htm. Archived from the original on 27 Jun 2016.
{{cite news}}
: Missing or empty|title=
(help) - ↑ "ରେଫରେନ୍ସ୍-୪ | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-04.
- ↑ "ବହି | ଓଡ଼ିଆ ବିଭବ Odia Bibhaba". odiabibhaba.in. Retrieved 2024-09-04.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 8 March 2022.
- ↑ "ଦେବଦାସ ଛୋଟରାୟଙ୍କୁ ବିଷୁବ ପୁରସ୍କାର". ସମ୍ବାଦ. Retrieved 8 March 2022.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|access-date=
(help)