କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
Born(1909-12-01)୧ ଡିସେମ୍ବର ୧୯୦୯
Died୨୫ ଫେବୃଆରୀ ୧୯୮୭(1987-02-25) (ବୟସ ୭୭)
Nationalityଭାରତୀୟ
Occupationପ୍ରତ୍ନ‌ତ‌ତ୍ୱବିଦ
Awardsପଦ୍ମଶ୍ରୀ, ୧୯୭୬

କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (୧ ଡିସେମ୍ବର ୧୯୦୯ - ୨୫ ଫେବୃଆରୀ ୧୯୮୭)[୧] ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ୱବିଦ, ଐତିହାସିକ ଏବଂ ଗବେଷକ ।[୨] ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତ ଧର୍ମୀ ପ୍ରବନ୍ଧର ରଚୟୀତା ।[୩]

ଜୀବନୀ[ସମ୍ପାଦନା]

କୃଷ୍ଣଚନ୍ଦ୍ର, ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ୧୯୦୯ ମସିହା ଡିସେମ୍ବର ୧ତାରିଖ ଦିନ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୪] ଦଶ ବର୍ଷ ବୟସରେ ସେ ନିଜ ପିତାଙ୍କୁ ହରେଇଥିଲେ । ଆର୍ଥିକ ଦୂରାବସ୍ଥା ଓ ରୁଗଣ ସ୍ୱାସ୍ଥ୍ୟ ତାଙ୍କୁ ନିଜ ଗତିପଥରେ ଅଗ୍ରସର ହେବାରୁ ଅଟକାଇ ପାରି ନଥିଲା । କେତେବେଳେ ଶିକ୍ଷକଙ୍କ ପାଇଁ ରୋଷେଇ କରି, ତ କେତେବେଳେ ଘାସକାଟି ସେ ଜୀବିକା ନିର୍ବାହ କରୁଥିଲେ । ବୃତ୍ତି ଟଙ୍କା ତାଙ୍କୁ ସହାୟ ହେଉଥିଲା । କୃଷ୍ଣଚନ୍ଦ୍ରଙ୍କ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମଏ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସଂସ୍କୃତରେ ପିଏଚଡ଼ି ହାସଲ କରିଥିଲେ । ସେ ଜଣେ ପ୍ରତ୍ନ‌ତ‌ତ୍ୱବିଦ ଭାବେ ଭାରତ ସରକାର‌ଙ୍କ ଅଧୀନରେ ୧୯୩୭ରୁ ୧୯୪୪ ଯାଏଁ ଓ ଓଡ଼ିଶା ସଂଗ୍ରହାଳୟରେ ଜଣେ ପ୍ରତ୍ନ‌ତ‌ତ୍ୱବିଦ ଭାବେ ୧୯୪୭ରୁ ୧୯୫୧ ଯାଏଁ କାର୍ଯ୍ୟ ନିର୍ବାହ କରିଥିଲେ । ତା ପରେ ସେ ଅଧ୍ୟାପନା କରିଥିଲେ ।[୫] ରେଭେନ୍ସା ମହାବିଦ୍ୟାଳୟରୁ ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ହୋଇଥିଲା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସ ବିଭାଗର ପ୍ରଫେସର ଭାବରେ ସେବାନିବୃତ ହୋଇଥିଲେ ।[୬]

ରଚନାବଳୀ[ସମ୍ପାଦନା]

  • ଇତିହାସ ଓ କିମ୍ବଦନ୍ତି, ୧୯୬୪
  • ଭାରତୀୟ ପ୍ରତ୍ନତତ୍ତ୍ୱ, ୧୯୬୦ (ଅନୁବାଦ)
  • ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ଯାଜପୁର, ୧୯୭୩
  • ମୋ ସମୟର ଓଡ଼ିଶା, ୧୯୭୭
  • ପ୍ରବନ୍ଧ ମାନସ, ୧୯୭୨
  • ସାରଳା ସାହିତ୍ୟର ଐତିହାସିକ ଚିତ୍ର
  • Archaeological Remains at Bhubaneswar, 1961
  • Chronology of Bhauma-Karas and Somavamsis of Orissa, 1961
  • Sarala Dasa,

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ". sakalaepaper.com. Archived from the original on ୨୫ ଫେବୃଆରୀ ୨୦୨୧. Retrieved 25 February 2021. {{cite web}}: Check date values in: |archivedate= (help)
  2. Harish Nambiar (3 April 2012). Defragmenting India: Riding a Bullet through the Gathering Storm. SAGE Publications. pp. 87–. ISBN 978-81-321-0985-3.
  3. http://odisha.gov.in/e-magazine/Orissareview/2012/April/engpdf/63-69.pdf
  4. "Dr. Krishna Chandra Panigrahi : A Master ofModern Odia Prose" (PDF). magazines.odisha.gov.in. April 2012. Retrieved 25 February 2021.
  5. "ପଦ୍ମଶ୍ରୀ ଡ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ". ସମ୍ବାଦ ୨୨/୦୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 22 February 2016.[permanent dead link]
  6. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୨୨/୦୨/୨୦୧୯ ଭୁବନେଶ୍ୱର ସଂସ୍କରନ ପୃଷ୍ଠା ୧୬. Retrieved 22 February 2019.[permanent dead link]
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 3 March 2017.
  8. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". odishasahityaakademi.org. Retrieved 25 February 2021.
  9. ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର. ମୋ ସମୟର ଓଡ଼ିଶା (PDF) (ଦ୍ୱିତୀୟ ed.). କିତାବ ମହଲ. p. ଖ. Retrieved 22 February 2016.