ଗଗନେନ୍ଦ୍ର ନାଥ ଦାଶ
ଗଗନେନ୍ଦ୍ର ନାଥ ଦାଶ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କଡ଼େଇ, ଯାଜପୁର ଜିଲ୍ଲା | ୨୫ ନଭେମ୍ବର ୧୯୪୦
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର, (ଓଡ଼ିଆ ଭାଷା), ପିଏଚଡି |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱଭାରତୀ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ |
ସାହିତ୍ୟ କୃତି | ହିନ୍ଦୁଜ୍ ଆଣ୍ଡ ଟ୍ରାଇବାଲ୍ସ୍ ଜନଶ୍ରୁତି କାଞ୍ଚିକାବେରୀ |
ପୁରସ୍କାର | ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ବିଷୁବ ପୁରସ୍କାର |
ଜୀବନ ସାଥି | ରାମାଦେବୀ |
ସନ୍ତାନ | ତପନ, ପ୍ରତିଚି |
ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ, (ଜନ୍ମ ୧୯୪୦) ଓଡ଼ିଶାର ଜଣେ ଖ୍ୟାତନାମା ଭାଷାବିତ୍, ପ୍ରାବନ୍ଧିକ[୧] ଏବଂ ସମାଲୋଚକ ।[୨][୩] ଗଗନେନ୍ଦ୍ର ୧୯୪୦ରେ ଅବିଭକ୍ତ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ବାଞ୍ଛାନିଧି ଦାଶ ୧୯୨୧ରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ତାଙ୍କ ମା' ସୁଲୋଚନା ଦେବୀ ଜଣେ ଗୃହିଣୀ ।
ଶିକ୍ଷା ଓ ବୃତ୍ତି[ସମ୍ପାଦନା]
ଗାଁଁ ବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ରେଭେନ୍ସାରୁ ୧୯୫୯ରେ ସ୍ନାତକ (ଓଡ଼ିଆ ସମ୍ମାନ) ଶ୍ରେଣୀ ଉତ୍ତିର୍ଣ୍ଣ ହୋଇଥିଲେ । ୧୯୬୧ରେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୬୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ବିଜେବି ସନ୍ଧ୍ୟା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ସାଢ଼େ ଚାରିବର୍ଷ ପରେ ଶାନ୍ତିନିକେତନରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ଦଶବର୍ଷ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର ବିଭାଗରେ ଭାଷାବିଜ୍ଞାନୀ ରିଡର ଭାବେ ଯୋଗ ଦେଇଥିଲେ । ୧୯୮୫ ମସିହାରେ ପ୍ରଫେସର ପଦବୀ ପାଇ ୨୦୦୦ ନଭେମ୍ବରରେ ଅବସର ଗ୍ରହଣ କରିଛନ୍ତି । [୪]
ରଚନାବଳୀ[ସମ୍ପାଦନା]
- ନବଦିଗନ୍ତର ସନ୍ଧାନରେ, ୨୦୧୬ ପ୍ରକାଶିକା- ରମାଦେବୀ, ଭୁବନେଶ୍ୱର[୫]
- ଓଡ଼ିଆର ସ୍ୱାଭିମାନ ଓ ଅନ୍ୟାନ୍ୟ ପ୍ରସଙ୍ଗ (କିଞ୍ଚିତ ଅପ୍ରିୟ କଥନ), ୨୦୧୫[୬]
- ପୁନଶ୍ଚ ଜନଶୃତି କାଞ୍ଚିକାବେରୀ, ପ୍ରକାଶିକା- ରମାଦେବୀ, ଭୁବନେଶ୍ୱର
- ଜନଶୃତି କାଞ୍ଚିକାବେରୀ, ୧୯୭୯, ପୁସ୍ତକ ଭଣ୍ଡାର
- ଖଦ୍ୟୋତର ଦ୍ୟୁତି, ୧୯୮୪, ଡାଇମଣ୍ଡ ପବ୍ଳିଶର୍ସ
- ନୀଳକଣ୍ଠ ସ୍ମାରକୀ-୩, ୧୯୮୬, ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି
- ଶୈଳି ବିଜ୍ଞାନ, ୧୯୮୯, ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ
- ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ, ୧୯୯୨, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର
- ଓଡ଼ିଆ ବ୍ୟାକରଣ, ୧୯୯୫, ମାଧ୍ୟମିକ ଶିକ୍ଷା ପରିଷଦ ବିଦ୍ୟାଳୟ, କଟକ[୭]
- Hindus and Tribals, ୧୯୯୮, ଡିସେଣ୍ଟ ବୁକ୍ସ
- ନିର୍ବାଚିତ ପ୍ରବନ୍ଧ ସଂକଳନ, ୨୦୦୫, ବିଦ୍ୟାପୁରୀ
- ଫକୀର ମୋହନ: ସାହିତ୍ୟ ଓ ବ୍ୟକ୍ତିତ୍ୱ, ୨୦୦୬, ଗ୍ରନ୍ଥମନ୍ଦିର
- ଓଡ଼ିଆ ଭାଷା ଚର୍ଚ୍ଚାର ପରମ୍ପରା,
- ନବଦିଗନ୍ତର ସନ୍ଧାନରେ ୨୦୧୬
- Conversational Oriya, ୧୯୭୨
- Orissa a classified and comprehensive Bibliography, ୧୯୮୧
- Descriptive Morphology of Oriya, ୧୯୮୨, ବିଶ୍ୱ ଭାରତୀ
- Bibliography on Lord Jagannatha, Puri, ୧୯୯୨, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ
- Imaging Odisha, ୨୦୧୩, ପ୍ରଫୁଲ୍ଲ ପାଠାଗାର[୮]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ୨୦୧୮[୯]
- ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର - ୨୦୧୧[୧୦]
- ବିଷୁବ ପୁରସ୍କାର - ୨୦୧୧
- ଭୁବନେଶ୍ୱର ପୁସ୍ତକ ମେଳା ରଜତ ସମ୍ମାନ - ୨୦୧୦
- ଫକୀର ମୋହନ ସାହିତ୍ୟ ପରିଷଦ ସମ୍ମାନ - ୨୦୦୭
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୬ (ପ୍ରତ୍ୟାଖ୍ୟାତ)[୧୧]
- ଉତ୍କଳ ସାହିତ୍ୟ ସମାଜ ପୁରସ୍କାର(ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୫
- ଇସ୍ତାହାର ରୌପ୍ୟ ଜୟନ୍ତି ସମାରୋହ ସମ୍ମାନ(ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୩
- ଝଙ୍କାର ସମ୍ମାନ (ପ୍ରବନ୍ଧ ଏବଂ ସମାଲୋଚନା) - ୨୦୦୨ (ପ୍ରତ୍ୟାଖ୍ୟାତ)
- ଗୋକର୍ଣ୍ଣିକା ସମ୍ମାନ - ୨୦୦୧
- ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍ ଇଣ୍ଡିଆ (ଆଜୀବନ ସଦସ୍ୟତା)
- ଇନ୍ଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ (ଆଜୀବନ ସଦସ୍ୟତା)
ଆଧାର[ସମ୍ପାଦନା]
- ↑ http://www.thehindu.com/todays-paper/tp-national/tp-otherstates/great-works-of-regional-literature-must-be-brought-to-light/article2355958.ece
- ↑ Ulka Anjaria (8 October 2012). Realism in the Twentieth-Century Indian Novel: Colonial Difference and Literary Form. Cambridge University Press. pp. 197–. ISBN 978-1-107-02763-3. Retrieved 16 July 2013.
- ↑ Peter Antes; Armin W. Geertz; Randi Ruth Warne (1 January 2004). Regional, Critical, and Historical Approaches. Walter de Gruyter. pp. 528–. ISBN 978-3-11-021170-2. Retrieved 16 July 2013.
- ↑ ଖୁଣ୍ଟିଆ, ବିଜୟ କୁମାର (୬ ଅକ୍ଟୋବର ୨୦୧୩). "ଭଲ ମଣିଷ ହେବା ନିଜ ଉପରେ ନିର୍ଭର କରେ". ସୂର୍ଯ୍ୟପ୍ରଭା.
|access-date=
requires|url=
(help) - ↑ http://www.dharitri.com/sahityayan/190316/p8.htm
- ↑ http://www.dharitri.com/sahityayan/280516/p8.htm
- ↑ Marlis Hellinger; Hadumod Bußmann (10 April 2003). Gender Across Languages: The linguistic representation of women and men. John Benjamins Publishing. pp. 257–. ISBN 978-90-272-9681-8. Retrieved 16 July 2013.
- ↑ http://www.telegraphindia.com/1130410/jsp/odisha/story_16767144.jsp#.UeTzAKxhAf4
- ↑ "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
- ↑ "State Sahitya Akademi winner snubs award - The Times of India". indiatimes.com. 2013. Retrieved 16 July 2013.
Gaganendranath Dash has refused to accept the Sahitya Akademi Award
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 26 January 2017.