ଅପୂର୍ବ କିଶୋର ବୀର

ଉଇକିପିଡ଼ିଆ‌ରୁ
ଅପୂର୍ବ କିଶୋର ବୀର
Born୧୯୪୮ [୧]
Occupation(s)ନିର୍ଦ୍ଦେଶକ, ଚିତ୍ରୋତ୍ତଳକ
Years active୧୯୭୩-ଏବେଯାଏଁ
Spouseପ୍ରତିଭା,

ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ତଥା ବାଲେଶ୍ୱରସ୍ଥ ଫକିରମୋହନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ଓ ହେମଲତା ବୀରଙ୍କ କନିଷ୍ଠ ସନ୍ତାନ ଅପୂର୍ବ କିଶୋର ବୀର । ଏ.କେ. ବୀର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳ ନିର୍ଦ୍ଦେଶକ, ଚିତ୍ରୋତ୍ତଳକ (ସିନେମାଟୋଗ୍ରାଫର) ଏବଂ କାହାଣୀକାର ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତିନିଶହରୁ ଉର୍ଦ୍ଧ୍ୱ ସଂକ୍ଷିପ୍ତ କଥାଚିତ୍ର ସହ ପ୍ରାୟ ୫୦ଟି ପ୍ରାମାଣିକ ଚିତ୍ରର ସଫଳ ଚିତ୍ରୋତ୍ତଳକ ଶ୍ରୀବୀରଙ୍କୁ ନିର୍ଦ୍ଦେଶନା ପାଇଁ ମଧ୍ୟ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ମିଳିଛି ।

ଅପୂର୍ବ କିଶୋର ବୀର ପ୍ରଥମ ଓଡ଼ିଆ ଭାବେ ପୁନେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚିତ୍ରୋତ୍ତଳନ ପ୍ରଶିକ୍ଷଣ ପାଇଁ ୧୯୬୯ ମସିହାରେ ନାମ ଲେଖାଇଥିଲେ । ୧୯୭୩ମସିହାରେ ପ୍ରଥମ କରି ଫିଚର ଫିଲ୍ମରେ ଚିତ୍ରୋତ୍ତଳନ କରିବାର ସୁଯୋଗ ପାଇଥିଲେ ।

କଥାଚିତ୍ରରେ ଭୂମିକା[ସମ୍ପାଦନା]

ଚିତ୍ରୋତ୍ତଳକ ଭାବରେ[ସମ୍ପାଦନା]

  • ଆଦିମିମାଂସା
  • ୨୭ଡାଉନ
  • ଦାସୀ
  • ବର୍ନ ଇକ୍ୱାଲ
  • ନୋ ସ୍ମୋକିଙ୍ଗ
  • ଗାନ୍ଧୀ
  • ଅର୍ବାନ ଅକ୍ସ
  • ଜୀଅନ୍ତା ଭୂତ

ନିର୍ଦ୍ଦେଶକ ଭାବରେ[ସମ୍ପାଦନା]

  • ଲାବଣ୍ୟପ୍ରୀତି
  • ଆଦିମୀମାଂସା (ଜାତୀୟ ସଂପ୍ରୀତି ପାଇଁ ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ଭାବେ ରୌପ୍ୟକମଳ, ଶ୍ରେଷ୍ଠ ଚିତ୍ରୋତ୍ତଳକ ଭାବେ ଶ୍ରୀବୀରଙ୍କୁ ରୌପ୍ୟକମଳ)
  • ଆରଣ୍ୟକ
  • ଶେଷଦୃଷ୍ଟି
  • ମିଳନ
  • ବାଜା
  • ଡେଜର୍ଟ କିଙ୍ଗ
  • ପୂରବ ସେ ସୂରଜ ଉଗା

ପଦବୀ ଓ ସମ୍ମାନ[ସମ୍ପାଦନା]

  • ପଦ୍ମଶ୍ରୀ, ୨୦୧୩ [୨]
  • ଜୟଦେବ ସମ୍ମାନ, ୨୦୧୦
  • ଅତିଥି ପ୍ରାଧ୍ୟାପକ, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ ଓ ଏସ.ଏଫ.ଟି.ଆଇ, କଲିକତା
  • ଅଧ୍ୟକ୍ଷ, ବୈଷୟିକ ବିଭାଗ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ (୨୦୦୭ଠାରୁ ୨୦୧୦)
  • ଅଧ୍ୟକ୍ଷ, ଅଣଫିଚର ବିଭାଗ ବିଚାରକ ମଣ୍ଡଳୀ, ୨୦୦୫ ଜାତୀୟ ଚଳଚ୍ଚିତ୍ର ଉତ୍ସବ

ଆଧାର[ସମ୍ପାଦନା]

  1. About Apurba Kishore Bir
  2. "Padma awards for Sharmila, Rajesh Khanna, Sridevi - The Economic Times". indiatimes.com. 2013. Retrieved 26 January 2013. cameraman Apurba Kishore Bir,... were named for Padma Shri.

ଅଧିକ ତଥ୍ୟ[ସମ୍ପାଦନା]