Jump to content

ଅସିତ କବି

ଉଇକିପିଡ଼ିଆ‌ରୁ
ଅସିତ କବି
ଜନ୍ମ(1935-07-03)୩ ଜୁଲାଇ ୧୯୩୫
ମୃତ୍ୟୁ୨୯ ଅପ୍ରେଲ ୧୯୯୯(1999-04-29) (ବୟସ ୬୩)
ଜାତୀୟତାଭାରତୀୟ
ପ୍ରସିଦ୍ଧିସାହିତ୍ୟିକ,ଅଧ୍ୟାପକ
ଉଲ୍ଲେଖନୀୟ କୃତିଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ, ଓଡ଼ିଆ ସାହିତ୍ୟ ସମାଲୋଚନାର ଇତିହାସ
ସନ୍ତାନତନ୍ମୟ କବି
ପିତାମାତା(s)ଶାରଦା ପ୍ରସନ୍ନ କବି (ପିତା), ଶାରଦା କବି (ମାତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଅସିତ କବି (୦୩ ଜୁଲାଇ ୧୯୩୫ - ୨୯ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଓ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ଗଳ୍ପ, ପ୍ରବନ୍ଧ, ସମାଲୋଚନା ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।[]

ଜୀବନୀ

[ସମ୍ପାଦନା]

ଅସିତ ୧୯୩୫ ମସିହାରେ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳା ରେ ଜନ୍ମଗ୍ରହଣ କରିଥିଲେ । ଷଢ଼େଇକଳାର ନୃପରାଜ ହାଇସ୍କୁଲରୁ ମାଟ୍ରିକ ପାଶ୍ କରିବା ପରେ ବାରିପଦା ପୂର୍ଣ୍ଣଚନ୍ଦ୍ର କଲେଜରୁ ଇଣ୍ଟରମିଡ଼ିଏଟ୍ ପାଶ୍ କଲେ । ସେ ସମୟରେ ଷଢ଼େଇକଳାଖରସୁଆଁକୁ ଓଡ଼ିଶାରେ ମିଶାଇବା ପାଇଁ ଆନ୍ଦୋଳନ ଚାଲିଥିଲା । ସେଥିରେ ସେ ସଂପୃକ୍ତ ହେବାରୁ ପୋଲିସର ସନ୍ଦେହ ପରିସରକୁ ଆସିଗଲେ । ଫଳରେ ସେ ଅନ୍ୟ ନେତାମାନଙ୍କ ସହ ଲୁଚି କଟକ ପଳାଇ ଆସିଲେ । କଟକ ଆସି ଖ୍ରୀଷ୍ଟ କଲେଜରେ ସ୍ନାତକ ଓ ପରେ ରେଭେନସାରେ ସ୍ନାତକୋତ୍ତର ପଢ଼ିଲେ । ରେଭେନସାରେ ପଢ଼ିଲାବେଳେ ସେ ଦୈନିକ ଗଣତନ୍ତ୍ରର ସହକାରୀ ସଂପାଦକର ଦାୟିତ୍ୱ ତୁଲାଇଥିଲେ । ପରେ ଗବେଷଣା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଗଲେ । ମାତ୍ର ଗୋଟିଏ ବର୍ଷ ପରେ ଅଧ୍ୟାପକ ଚାକିରୀ ପାଇ ଓଡ଼ିଶା ଫେରିଆସିଲେ । ପ୍ରଶାସକ ରୂପେ ରେଭେନସା ଓ ଢେଙ୍କାନାଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦକୁ ଉନ୍ନୀତ ହୋଇଥିଲେ । ସେ ରାଜ୍ୟ ସିଲେକ୍ସନ ବୋର୍ଡ଼ର ମେମ୍ବର ସେକ୍ରେଟାରୀ ପଦରେ ଥିବାବେଳେ ଅବସର ଗ୍ରହଣ କଲେ । ଏହା ବ୍ୟତୀତ ସେ ଦୁଇଥର ଉତ୍କଳ ବିଶ୍ୱବିଦ୍ୟାଳୟ ସିନେଟ୍ ଓ ସିଣ୍ଡିକେଟକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଫାଇନାନ୍ସ କମିଟି, ଆକାଉଣ୍ଟସ କମିଟି ଓ ଏକାଡ଼େମିକ କାଉନସିଲର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।[] ତାଙ୍କ ପୁତ୍ର ତନ୍ମୟ କବି ଜଣେ ସାହିତ୍ୟିକ ।[]

ସାହିତ୍ୟ ସର୍ଜନା

[ସମ୍ପାଦନା]

ଅସିତ ଓଡ଼ିଆ ସାହିତ୍ୟର ଜଣେ ବହୁସ୍ରାବୀ ସ୍ରଷ୍ଟା । ସ୍ୱରଚିତ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିଲେ ।[][] ରେଭେନସାରେ ଅଧ୍ୟାପନା ସମୟରେ ସେ ଫକୀରମୋହନ ସାହିତ୍ୟରେ ସମକାଳୀନ ସମାଜର ଚିତ୍ର ଶୀର୍ଷକ ପ୍ରବନ୍ଧ ଲେଖି ପିଏଚ୍ ଡ଼ି ପାଇଥିଲେ ।[]

ପ୍ରବନ୍ଧ/ସମାଲୋଚନା

[ସମ୍ପାଦନା]
  • ଗଙ୍ଗାଧର ଜୀବନୀ ୧୯୬୨
  • ପ୍ରଣୟ ବଲ୍ଲରୀ ଓ ଗଙ୍ଗାଧର ୧୯୭୨
  • ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ୧୯୫୯
  • ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର ୧୯୫୬
  • ତପସ୍ୱିନୀ ଓ କବି ଗଙ୍ଗାଧର ୧୯୭୨[]
  • ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ ୧୯୭୮[]
  • ଓଡ଼ିଆ ସାହିତ୍ୟସମାଲୋଚନାର ଇତିହାସ ୧୯୯୪[]
  • ମୋ ଦୃଷ୍ଟିରେ ଚିଲିକା
  • ବରେଣ୍ୟ ଲେଖକ ଦୟାନିଧି
  • ପଶ୍ଚିମ ଓଡ଼ିଶାର କେତୋଟି ପ୍ରତିଭା
  • ଫକୀର ମୋହନଙ୍କ କୃତିରେ ସମକାଳୀନ ସମାଜଚିତ୍ର ୧୯୮୫[୧୦]
  • ଶରବ୍ୟ ୧୯୬୦
  • ରକ୍ତର ବିଳାପ
  • ମାଟି ଓ ଆକାଶ ୧୯୬୨[୧୧]
  • କଥା କୁଞ୍ଜ

ସମ୍ପାଦନା

[ସମ୍ପାଦନା]
  • ପତ୍ର ଭାରତୀ[୧୨]
  • ଗଳ୍ପ ଭାରତୀ ୧୯୫୯
  • ଗଙ୍ଗାଧର ସ୍ମରଣିକା
  • ଊଷାଭିଳାଷ : କାବ୍ୟ ଓ କାବ୍ୟାଲୋଚନା ୧୯୭୧
  • କୁସୁମାଞ୍ଜଳି : ଆଲୋଚନା ସହିତ
  • ବିରୂପାକ୍ଷ ପ୍ରବନ୍ଧାବଳୀ ୧୯୮୧ (ବାଉରୀବନ୍ଧୁ କରଙ୍କ ସହିତ)
  • ଏକାଙ୍କିକା ଗୁଚ୍ଛ ୧୯୭୭[୧୩]
  • ଆଜିର ଏକାଙ୍କିକା ୧୯୭୩
  • ମହତାବ ଜୟନ୍ତୀ ସ୍ମାରକୀ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ବିଷୁବ ମିଳନ ପୁରସ୍କାର, ୧୯୬୮
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା)
  • ଗୋପୀନାଥ ନନ୍ଦ ସମ୍ମାନ, ୧୯୯୫
  • ନନ୍ଦକିଶୋର ସାରସ୍ୱତ ସମ୍ମାନ, ୧୯୯୪
  • ଝଙ୍କାର ପୁରସ୍କାର, ୧୯୮୬
  • ଉତ୍କଳ ପାଠକ ସଂସଦ ସମ୍ମାନ, ୧୯୭୭
  1. ପଣ୍ଡା ଓ ମହାପାତ୍ର, ଶ୍ରୀହରି ଓ ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ସାରସ୍ୱତ ସାଧକ. ଝାଞ୍ଜିରିମଙ୍ଗଳା, କଟକ: ସାଇ ଯମୁନା.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୁଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୭୫. ISBN 81-903352-1-9.
  3. chrome-extension://efaidnbmnnnibpcajpcglclefindmkaj/https://tulasiwomenscollege.org.in/uplfile/175_Odia_Webinar_07.8.20.pdf
  4. http://odishasahityaakademi.org/English/sahitya-award2.php
  5. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୫୯. ISBN 81-7586-097-9.
  6. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୩୧-୩୨, ୭୩୫, ୮୬୧. ISBN 81-7400-331-2.
  7. http://oaob.nitrkl.ac.in/135/
  8. https://archive.org/details/odia-prabandha-sahityara-itihasa-1985/odia-prabandha-sahityara-itihasa-1985/
  9. http://library.suniv.ac.in/cgi-bin/koha/opac-detail.pl?biblionumber=5494
  10. https://koha.iitbbs.ac.in/cgi-bin/koha/opac-search.pl?q=ccl=au%3A%E0%A4%A8%E0%A4%BF%E0%A4%B0%E0%A5%8D%E0%A4%AE%E0%A4%B2%E0%A4%BE%20%2F%20and%20su-to%3ALiterature%20and%20su-to%3AOdia%20literature%20and%20au%3A%E0%AC%85%E0%AC%9C%E0%AD%80%E0%AC%AC%E0%AC%95%E0%AC%B0%20%E0%AC%85%E0%AC%9F%E0%AD%8D%E0%AC%9F%E0%AC%B9%E0%AC%BE%E0%AC%B8%20%2F&sort_by=relevance_dsc&limit=available
  11. https://archive.org/details/mati-o-akasa-1962
  12. http://oaob.nitrkl.ac.in/view/creators/Kabi=3AAsit=3A=3A.html
  13. https://library.kksgovwc.org/search-books?page=923