ରମାକାନ୍ତ ରଥ

ଉଇକିପିଡ଼ିଆ‌ରୁ
ପଦ୍ମ ଭୂଷଣ

ରମାକାନ୍ତ ରଥ
Ramakant Rath2 at Bhubaneswar Odisha 02-19 12.jpg
ଜନ୍ମ ଓ ଜନ୍ମସ୍ଥାନ (1934-12-13) ୧୩ ଡିସେମ୍ବର ୧୯୩୪ (ବୟସ ୮୮)
କଟକ, ଓଡ଼ିଶା
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ
ଭାଷାଓଡ଼ିଆ
ଶିକ୍ଷାସ୍ନାତକୋତ୍ତର (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଶୈଳୀକବି
ସାହିତ୍ୟ କୃତିଶ୍ରୀରାଧା
ପୁରସ୍କାରସରସ୍ୱତୀ ସମ୍ମାନ,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର,
ଜୀବନ ସାଥିଶାନ୍ତିଲତା ରଥ[୧]

ଦସ୍ତଖତ

ରମାକାନ୍ତ ରଥ (ଜନ୍ମ ୧୩ ଡିସେମ୍ବର ୧୯୩୪) ଓଡ଼ିଆ ସାହିତ୍ୟର ଜଣେ ଆଧୁନିକ କବି । ସେ କଟକଠାରେ ୧୯୩୪ରେ ଜନ୍ମ ନେଇଥିଲେ । ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ । ଏହି ସମୟରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା – କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) । ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ "ସପ୍ତମ ଋତୁ" ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାପାଇଁ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ।[୨]

ପଦାଧିକାରୀ[ସମ୍ପାଦନା]

୧୯୫୭ରୁ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଓ ସଚିବ ଭାବରେ ଅନେକ ବର୍ଷ କାମ ତୁଲାଇଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ଦିଲ୍ଲୀର ସଭାପତି ଭାବରେ କାମ ତୁଲାଇଥିଲେ ।

ଫେବୃଆରୀ ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ

ସାହିତ୍ୟ ସର୍ଜନା[ସମ୍ପାଦନା]

ରମାକାନ୍ତ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଏ । ଏହା ତାଙ୍କର ରାଧାଙ୍କୁ ନେଇ ଲେଖା ଶ୍ରୀରାଧାସପ୍ତମ ଋତୁରେ ଦେଖିବାକୁ ମିଳିଥାଏ ।

କବିତା[ସମ୍ପାଦନା]

  • "କେତେ ଦିନର" (୧୯୬୨)
  • "ଅନେକ କୋଠରୀ" (୧୯୬୭)
  • "ସନ୍ଧିଗ୍ଧ ମୃଗୟା" (୧୯୭୧)
  • "ସପ୍ତମ ଋତୁ" (୧୯୭୭)
  • "ସଚିତ୍ର ଅନ୍ଧାର" (୧୯୮୨)
  • "ସୀମାନ୍ତ ବାସ"
  • "ଫେରି ଚାହିଁଲେ"
  • "ସବୁଦିନେ ସେପାଖେ"
  • "ସରଳ ହୃଦଗଣିତ"
  • "ଜାହାଜ ଆସିବ ଓ ଆଉ କେତୋଟି"[୩]
  • ଧର୍ମପଦର ଆତ୍ମହତ୍ୟା (କବିତା)

ଲମ୍ବା କବିତା[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "୮୭ ବର୍ଷରେ ବିଶିଷ୍ଟ କବି ରମାକାନ୍ତ ରଥ". No. ସମ୍ବାଦ ୧୪/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. 14 December 2021. Archived from the original on 14 December 2021. Retrieved 14 December 2021.
  2. ଜହ୍ନରାତି (PDF). Odisha Society of America. December 2013. p. 159.
  3. "ସ୍ମୃତି ଅନୁଭୂତି". No. ନିତିଦିନ ୧୬/୧୨/୨୦୧୮ପୃଷ୍ଠା ୯. Retrieved 17 December 2018.
  4. "ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର". No. ସମ୍ବାଦ ୨୭/୦୭/୨୦୧୮ ପୃଷ୍ଠା ୯. Retrieved 27 July 2018.
  5. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 9 October 2020.
  6. "Sarala Award Recipients". IMFA. Retrieved 4 March 2017.
  7. "ମନୁଷ୍ୟ ହୃଦୟକୁ ଜିତିଛି ସାହିତ୍ୟ". dharitri.com. ୧୧ ଅପ୍ରେଲ ୨୦୧୦. Retrieved 31 March 2021. {{cite web}}: Check date values in: |date= (help)

ଅଧିକ ତଥ୍ୟ[ସମ୍ପାଦନା]