ଦୀପକ ମିଶ୍ର (ବିଚାରପତି)

ଉଇକିପିଡ଼ିଆ ରୁ
Jump to navigation Jump to search
ଦୀପକ ମିଶ୍ର
Dipak Mishra.png
ମୁଖ୍ୟ ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟ
In office
୨୮ ଅଗଷ୍ଟ ୨୦୧୭ – ୨ ଅକ୍ଟୋବର ୨୦୧୮
Personal details
ଜନ୍ମ ୩ ଅକ୍ଟୋବର ୧୯୫୩(1953-10-03)
ଜାତୀୟତା  ଭାରତୀୟ
Education [୧]
ପ୍ରସିଦ୍ଧି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ଦୀପକ ମିଶ୍ର, ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୪୫ତମ ମୁଖ୍ୟ ବିଚାରପତି । ୨୮ ଅଗଷ୍ଟ ୨୦୧୭ରେ ସେ ଏହି କାର୍ଯ୍ୟଭାର ଗ୍ରହଣ କରି ୨୦୧୮ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ । ଏହି ପଦ ଅଳଙ୍କୃତ କରିବାରେ ସେ ତୃତୀୟ ଓଡ଼ିଆ । ତାଙ୍କ ପୂର୍ବରୁ ରଙ୍ଗନାଥ ମିଶ୍ର ୨୧ତମ ମୁଖ୍ୟ ବିଚାରପତି ଭାବେ ୨୫ ସେପ୍ଟେମ୍ବର ୧୯୯୦ରୁ୨୪ ନଭେମ୍ବର ୧୯୯୧ପର୍ଯ୍ୟନ୍ତ ଓ ଗୋପାଳବଲ୍ଲଭ ପଟ୍ଟନାୟକ ୩୨ତମ ମୁଖ୍ୟ ବିଚାରପତି ଭାବରେ ୮ ନଭେମ୍ବର ୨୦୦୨ରୁ ୧୯ ଡିସେମ୍ବର ୨୦୦୨ ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ଥିଲେ ।

ଆଇନଜୀବି ଭାବରେ[ସମ୍ପାଦନା]

ନ୍ୟାୟମୂର୍ତ୍ତୀ ମିଶ୍ର ୧୯୭୭ ମସିହା ଫେବୃଆରୀ ୧୪ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆଇନସେବା ଆରମ୍ଭ କରିଥିଲେ । ୧୯୯୬ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୧୯୯୭ମସିହାରେ ସେ ମଧ୍ୟ ପ୍ରଦେଶ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ ଓ ୧୯୯୭ ଡିସେମ୍ବର ୧୯ତାରିଖରେ ସେଠାରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ୨୦୦୯ ଡିସେମ୍ବର ୧୯ତାରିଖରେ ସେ ପାଟଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ଓ ୨୦୧୦ମସିହାରେ ସେଠାରୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ୨୦୧୧ ଅକ୍ଟୋବର ୧୦ତାରିଖରେ ସେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।[୨]

ବିବାଦ[ସମ୍ପାଦନା]

୨୦୧୮ ଜାନୁଆରୀ ୧୨ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ୪ଜଣ ନ୍ୟାୟାଧିଶ ଏକ ସାମ୍ବାଦିକ ସମ୍ମୀଳନୀ ଡକାଇ, ମିଶ୍ରଙ୍କ କାମ କରିବା ଓ କେସ ବାଣ୍ଟିବା ପଦ୍ଧତି ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ।[୩][୪] ଅପ୍ରେଲ ୨୦ତାରିଖରେ ୭ଟି ବିରୋଧୀଦଳ ମିଳିତ ଭାବରେ ମିଶ୍ରଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିଥିଲେ ।[୫] ଅପ୍ରେଲ ୨୩ତାରିଖ ଦିନ ଉପରାଷ୍ଟ୍ରମତି ଭେଙ୍କେୟା ନାଇଡୁ ଏହି ମହାଭିଯୋଗ ପ୍ରସ୍ତାବକୁ ଅଗ୍ରାହ କରିଦେଇଥିଲେ ।[୬][୭][୮]

ଆଧାର[ସମ୍ପାଦନା]

  1. http://www.sambadepaper.com/Details.aspx?id=381382&boxid=21045859
  2. Mittal, Priyanka (2017-08-08). "Justice Dipak Misra to be next Chief Justice of India". Livemint. http://www.livemint.com/Politics/zOQPvAxmvlg60nrOubBMzJ/Justice-Dipak-Misra-to-be-next-Chief-Justice-of-India.html. 
  3. "Turmoil in Supreme Court as four judges speak out against Chief Justice Dipak Misra" (in en). Hindustan Times. 2018-01-12. http://www.hindustantimes.com/india-news/4-senior-supreme-court-judges-speak-out-against-cji-dipak-misra-say-need-to-preserve-institution-for-survival-of-democracy/story-UqaLGhs4iCbyk4zckVmMbM.html. 
  4. Mahapatra, Dhananjay; Choudhary, Amit Anand (13 January 2018). "Four top judges revolt against CJI; Supreme Court on trial" (in en). The Times of India. https://timesofindia.indiatimes.com/india/four-top-judges-revolt-against-cji-supreme-court-on-trial/articleshow/62480926.cms. 
  5. "Chief Justice Dipak Misra Faces Impeachment Motion, 71 Have Signed: 10 Facts". NDTV. https://www.ndtv.com/india-news/opposition-parties-submit-petition-to-rajya-sabha-chairman-for-chief-justices-impeachment-1840245. 
  6. Phukan, Sandeep (23 April 2018). "Venkaiah Naidu rejects impeachment motion against CJI" (in en-IN). The Hindu. http://www.thehindu.com/news/national/venkaiah-naidu-rejects-impeachment-motion-against-cji/article23643125.ece. 
  7. "Decision to reject impeachment motion against CJI was not hasty: Venkaiah Naidu". The Times of India. PTI. 23 April 2018. https://timesofindia.indiatimes.com/india/decision-to-reject-impeachment-motion-against-cji-was-not-hasty-venkaiah-naidu/articleshow/63895986.cms. 
  8. "10 reasons why Venkaiah Naidu rejected the impeachment notice against CJI Dipak Misra". The Times of India. 23 April 2018. https://timesofindia.indiatimes.com/india/10-reasons-why-venkaiah-naidu-rejected-the-impeachment-notice-against-cji-dipak-misra/articleshow/63881915.cms.