ବୀଣାପାଣି ମହାନ୍ତି
ବୀଣାପାଣି ମହାନ୍ତି | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ବ୍ରହ୍ମପୁର, ଗଞ୍ଜାମ | ୧୧ ନଭେମ୍ବର ୧୯୩୬
ବୃତ୍ତି | ଅଧ୍ୟାପିକା |
ଭାଷା | ଓଡ଼ିଆ, ଇଂରାଜୀ |
ନାଗରିକତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର (ଅର୍ଥନୀତି)[୧] |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ପାଟଦେଇ କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ଜ୍ଞାତି କୁଟୁମ୍ବ | ନିରୁପମା ରଥ (ବଡ଼ ଭଉଣୀ) |
ବୀଣାପାଣି ମହାନ୍ତି (ଜନ୍ମ: ୧୧ ନଭେମ୍ବର ୧୯୩୬) ଜଣେ ଓଡ଼ିଆ ଗାଳ୍ପିକା । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ । ୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ବୀଣାପାଣି ମହାନ୍ତିଙ୍କ ଜନ୍ମ ୧୯୩୬ ମସିହାରେ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।[୩]
ସାହିତ୍ୟ ସର୍ଜନା[ସମ୍ପାଦନା]
ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି ବାଲେଶ୍ୱର କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡ଼ିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।
ରଚନାବଳୀ[ସମ୍ପାଦନା]
ଗପ[ସମ୍ପାଦନା]
- କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ
- ପାଟଦେଇ
- ବସ୍ତ୍ର ହରଣ
- ଆରୋହଣ
- ଇଣ୍ଟରଭିଉ
- ଏକାକୀ ପରାଶର
- ନବ ତରଙ୍ଗ
- ଅନ୍ଧକାରର ଛାଇ
- ମଧ୍ୟାନ୍ତର
- ପାଟଦେଈ
- ବହ୍ନି ବଳୟ
- ଉତ୍ତରାୟଣ
- ସାୟାହ୍ନର ସ୍ୱର
- ତଟିନୀର ତୃଷ୍ଣା
- କାଳାନ୍ତର
- ମଧ୍ୟାନ୍ତର
- ଜନ୍ମାନ୍ତର
- ଅଶ୍ରୁଅନଳ
- ଶକୁନିର ଚକା
- ଅପହଞ୍ଚ ଆକାଶ
- ପାଚେରୀ ସେପଟେ ନଈ
- ଖେଳ ଚାଲିଛି
- ଦୃଶ୍ୟାନ୍ତର
- ଖେଳନା
- ଚରିତ୍ର ହସୁଛି
ଉପନ୍ୟାସ[ସମ୍ପାଦନା]
- ସୀତାର ଶୋଣିତ
- ମନସ୍ୱିନୀ
- କୁନ୍ତି କୁନ୍ତଳା ଶକୁନ୍ତଳା
ଆତ୍ମଜୀବନୀ[ସମ୍ପାଦନା]
- ବିତିଯାଇଥିବା ଦିନ (ପ୍ରକାଶନ ଅପେକ୍ଷାରେ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ - ୨୦୨୦[୪]
- ପଦ୍ମଶ୍ରୀ (୨୦୨୦) [୫]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ପାଟଦେଇ ପାଇଁ ୧୯୯୦ରେ)[୬]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୯ (କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ)[୭]
- ଶାରଳା ପୁରସ୍କାର, ୨୦୧୦ [୮]
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୧[୯]
- ଧରିତ୍ରୀ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୮୦[୧୦]
ଆଧାର[ସମ୍ପାଦନା]
- ↑ "Women's Writing". womenswriting.com. Retrieved 8 January 2013.
She graduated from Ravenshaw College with a master’s degree in economics in 1959
- ↑ "କଥା ଝରକା". କଥା ପତ୍ରିକା (ମାର୍ଚ୍ଚ ୨୦୨୦): ପୃଷ୍ଠା ୨୪. Retrieved 16 March 2020.
- ↑ "meet the author Binapani Mohanty" (PDF). sahitya-akademi.gov.in. Retrieved 26 July 2020.
- ↑ "ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର" (ଧରିତ୍ରୀ ୦୩।୦୩।୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩). ଧରିତ୍ରୀ. Retrieved 3 March 2020.
- ↑ "MINISTRY OF HOME AFFAIRS: PRESS NOTE" (PDF). padmaawards.gov.in. Retrieved 26 January 2020.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 10 March 2017.
- ↑ "The Hindu : Other States / Orissa News : Sarla Puraskar presented to Binapani Mohanty". hindu.com. 2010. Retrieved 8 January 2013.
Celebrated writer Binapani Mohanty was conferred the coveted literary award - Sarala Puraskar - for 2010
- ↑ "Binapani Mohanty gets Sahitya Bharati Samman". Times of India. 21 January 2002. Retrieved 26 July 2020.
- ↑ "ଅନୁଭୂତିରେ ଜର୍ଜରିତ ହେଲେ ଯାଇ ଗଳ୍ପରେ ତାକୁ ରୂପ ଦିଏ". ଧରିତ୍ରୀ, ସାହିତ୍ୟାୟାନ. 26 December 2015. Retrieved 10 March 2017.