ପାଟଦେଇ
ପାଟଦେଇ | |
---|---|
ଲେଖକ | ବୀଣାପାଣି ମହାନ୍ତି |
ଦେଶ | ![]() |
ଭାଷା | ଓଡ଼ିଆ |
ବିଭାଗ | ଗପ ସଙ୍କଳନ |
ପାଟଦେଇ ବୀଣାପାଣି ମହାନ୍ତିଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ ।[୧] ତାଙ୍କୁ ଏଥି ପାଇଁ ୧୯୯୩ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ସଂକଳନଟି ୧୯୮୭ ମସିହାରେ କଟକର "ବିଦ୍ୟାପୁରୀ" ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା ।
ପାଟଦେଇ ଗପରୁ ଏହି ସଂକଳନଟିର ନାମକରଣ ହୋଇଥିଲା । ପାଟଦେଇ ଗପଟି ଏକ ଗ୍ରାମୀଣ ଝିଅ ପାଟର କାହାଣୀକୁ ନେଇ ରଚିତ । ଅସହାୟ ଝିଅଟିକୁ ଲେଖିକା ଏକ ବସଯାତ୍ରା ସମୟରେ ଭେଟିଥିଲେ । ଝିଅଟିର ଅସହାୟତା, ଦମ୍ଭ ଓ ବିଦ୍ରୋହର କାହାଣୀକୁ ନେଇ ଗପଟି ଗତିଶୀଳ ।[୩] କାହାଣୀଟି ପ୍ରଥମେ ଝଙ୍କାରରେ ପ୍ରକାଶିତ ହୋଇଥିଲା । ଜୟନ୍ତ ମହାପାତ୍ର ଏହି ଗପଟିକୁ ଇଂରାଜୀରେ ଅନୁବାଦ କରିଥିଲେ ଓ ଲତା ନାମରେ ଗପଟି ୧୯୮୬ ମସିହାରେ ଫେମିନା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଗପଟି ୧୯୮୭ ମସିହାରେ ଦୂରଦର୍ଶନର କସମକସ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଭାରତୀ ନନ୍ଦୀ ଏହି ଗପକୁ ବଙ୍ଗଳାରେ ଅନୁବାଦ କରି ନାମ ରଖିଥିଲେ ଚିତ୍ରିତ ଅନ୍ଧକାର । ଏହି ଅନୁବାଦ କାର୍ଯ୍ୟ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ସୌଜନ୍ୟରେ ୨୦୦୩ ମସିହାରେ ପୁସ୍ତକଟିକୁ ଦୀପ୍ତି ପ୍ରକାଶ ହିନ୍ଦୀରେ ଅନୁବାଦ କରିଥିଲେ ।[୪]
ଆଧାର[ସମ୍ପାଦନା]
- ↑ Binapani Mohanty (1 January 2006). Patadei (Oriya, Award-Winning). Sahitya Akademi Publications. ISBN 978-81-260-2116-1.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ Susie J. Tharu; Ke Lalita (1991). Women Writing in India: The twentieth century. Feminist Press at CUNY. pp. 417–. ISBN 978-1-55861-029-3.
- ↑ http://sahitya-akademi.gov.in/sahitya-akademi/library/meettheauthor/binapani_mohanty.pdf