କାହ୍ନୁଚରଣ ମହାନ୍ତି
କାହ୍ନୁ ଚରଣ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନାଗବଳି, କଟକ | ୧୧ ଅଗଷ୍ଟ ୧୯୦୬
ମୃତ୍ୟୁ | ୬ ଅପ୍ରେଲ ୧୯୯୪ | (ବୟସ ୮୭)
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ପ୍ୟାରୀମୋହନ ଏକାଡେମୀ |
ସମ୍ପର୍କୀୟ | ଗୋପୀନାଥ ମହାନ୍ତି (ସାନ ଭାଇ)[୧] |
କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬[୨] - ୬ ଅପ୍ରେଲ ୧୯୯୪[୩] ) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ ।[୪]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]
କାହ୍ନୁଚରଣ ମହାନ୍ତି ମହାନଦୀ କୁଳର "ନାଗବଳି" ନାମକ ଏକ ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ସେ କଟକର ପ୍ୟାରୀମୋହନ ଏକାଡେମୀରେ ପାଠ ପଢ଼ିଥିଲେ ।
ସାହିତ୍ୟ ସର୍ଜନା[ସମ୍ପାଦନା]
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । ଫକୀର ମୋହନ ସେନାପତିଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି ସଂସ୍କୃତରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା-ମାଉସୀ,ବାପା-ଦାଦା କହୁଥିବା ଭାଷାରେ ମଧ୍ୟ ଗଳ୍ପ,ଉପନ୍ୟାସ ଲେଖାଯାଇପାରିବ । ତା'ପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।
ଉପନ୍ୟାସ[ସମ୍ପାଦନା]
- ବାଲିରାଜା, ୧୯୩୨[୫]
- ପଳାତକ (୧୯୩୦)
- ହା ଅନ୍ନ (୧୯୩୫)
- ଅଦେଖା ହାତ (୧୯୪୩)
- ତୁଣ୍ଡବାଇଦ (୧୯୪୪)
- ଏପାରି ସେପାରୀ (୧୯୪୫)
- ଶାସ୍ତି (୧୯୪୬)
- ଝଞ୍ଜା (୧୯୫୦)
- ମିଳନର ଛନ୍ଦ (୧୯୫୧)
- ଶର୍ବରୀ (୧୯୫୨)
- କା (୧୯୫୬)
- ବଜ୍ରବାହୁ (୧୯୫୯)
- ଇତିହ
- ଉତ୍ସବେ ବ୍ୟସନେ (୧୯୨୩)
- ଦୁନିଆର ଦାଉ (୧୯୩୪)
- ନିଷ୍ପତ୍ତି (୧୯୩୨)
- ସ୍ୱପ୍ନ ନା ସତ୍ୟ (୧୯୩୩)
- ଦୁନିଆର ଦାଉ (୧୯୩୦)
- ହା ଅନ୍ନ (୧୯୩୫)
- ତଥାସ୍ତୁ (୧୯୩୬)
- ପରିଚୟ (୧୯୩୬)
- ଓଲଟ ପାଲଟ (୧୯୩୭)
- ପରକୀୟା (୧୯୩୮)
- ଉଦଣ୍ଡି (୧୯୩୯)
- ପ୍ରତିକ୍ଷା (୧୯୪୩)
- ଭଲପାଇବାର ଶେସକଥା (୧୯୪୪)
- ଏପାରି ସେପାରି (୧୯୪୫)
- ଶାସ୍ତି (୧୯୪୬)
- ବନଗହନର ତଲେ (୧୯୪୭)
- ଅନ୍ତରାୟ (୧୯୪୭)
- ଅଭିନେତ୍ରୀ (୧୯୪୭)
- ଭୁଲି ହୁଏନା (୧୯୪୮)
- ପରୀ (୧୯୫୪)
- ଢେଉଢେଉକା (୧୯୬୨)
- ବଗବଗୁଲୀ (୧୯୬୪)
- ଇତିହାସ (୧୯୬୯)
- ସ୍ୱପ୍ନ (୧୯୬୮)
- ଛୁଟିଲେ ଘଟ (୧୯୬୮)
- ତିରଙ୍ଗାର ତଳେ (୧୯୬୯)
- ମମତାର ମାୟା (୧୯୬୯)
- ମନମନ୍ଥନ (୧୯୭୦)
- ଅତି ଗୋପନୀୟ (୧୯୭୦)
- ଅଙ୍ଗନ (୧୯୭୧)
- ମମତାର ମାୟା (୧୯୭୧)
- କହିବାକୁ ଲାଜ (୧୯୭୩)
- ନିର୍ବିଶଙ୍କ (୧୯୭୩)
- ଆଜି ନୁହେଁ ଆଉ ଦିନେ (୧୯୭୩)
- କ୍ଷଣ କ୍ଷଣକେ ଆନ (୧୯୭୫)
- ମାୟା ବାର୍ତ୍ତା (୧୯୭୮)
- ସତ୍ୟବତୀ (୧୯୮୦)
- କ୍ଷଣିକ (୧୯୮୦)
- ତରକା (୧୯୮୧)
- ତପସ୍ୱୀ (୧୯୮୨)
- ଲଲାଟଲିଖନ (୧୯୮୩)
- ମେଲାଣି ମାଗୁଣି (୧୯୮୩)
- ପାବନୀ (୧୯୮୪)
- ଯକ୍ଷ (୧୯୮୫)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ K. M. George (1992). Modern Indian Literature, an Anthology. Sahitya Akademi. pp. 317–. ISBN 978-81-7201-324-0. Retrieved 3 November 2012.
- ↑ "Sahitya Akademi Fellowship: Late Kanhu Charan Mohanty" (PDF). Sahitya Akademi. Retrieved 11 April 2017.
- ↑ "'ବାଲିରାଜା'ର ସ୍ରଷ୍ଟା". ସମ୍ବାଦ. 6 April 2017. Retrieved 11 April 2017.
- ↑ "Orissa Government Portal". orissa.gov.in. Retrieved 3 November 2012.
Kanhu Charan Mohanty (1906-94) is the most prolific and indeed the most popular novelist of the post-independence period.
- ↑ ନାୟକ, ଡ. ଅର୍ଚ୍ଚନା. "କାହ୍ନୁଚରଣ ଏବଂ ସମକାଳର ଭାରତୀୟ ଉପନ୍ୟାସ". ସତ୍ୟବାଦୀ. Retrieved 1 September 2016.
- ↑ "AKADEMI AWARDS (1955-2016)". Sahitya Akademi. Retrieved 11 April 2017.
- ↑ "KANHU CHARAN MOHANTY". orissadiary.com. Retrieved 3 November 2012.
In 1958 for his novel 'Kaa', he was awarded by Kendra Sahitya Akademi.