ବ୍ରହ୍ମପୁର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବ୍ରହ୍ମପୁର
ରେଶମ ସହର
ମହାନଗର ନିଗମ
ବ୍ରହ୍ମପୁର ରେଳଷ୍ଟେସନ
ବ୍ରହ୍ମପୁର ରେଳଷ୍ଟେସନ
ବ୍ରହ୍ମପୁର ଓଡ଼ିଶାରେ ଅବସ୍ଥିତ ।
ବ୍ରହ୍ମପୁର
ବ୍ରହ୍ମପୁର
ଓଡ଼ିଶାରେ ଅବସ୍ଥାନ
ଦିଗବାରେଣୀ : 19°19′N 84°47′E / 19.32°N 84.78°E / 19.32; 84.78Coordinates: 19°19′N 84°47′E / 19.32°N 84.78°E / 19.32; 84.78
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ଗଞ୍ଜାମ
ସରକାର
 • ନଗରପାଳ କେ . ମାଧବି
ଜନସଂଖ୍ୟା (୨୦୧୧)
 • ମୋଟ ୩,୫୫,୮୨୩
 • କ୍ରମାଙ୍କ ୧୨୦
ଭାଷା
 • ସରକାରୀ ଓଡ଼ିଆ
ସମୟ ମଣ୍ଡଳ ଭାରତୀୟ ମାନକ ସମୟ (UTC+୫:୩୦)
ଡାକ କୋଡ଼ ୭୬୦ ୦୦୧- ୭୬୦ ୦୧୦
ତାର କୋଡ଼ ୦୬୮୦
ଗାଡି ପଞ୍ଜୀକରଣ OD-07

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର ରେଶମ ସହର ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଭୁବନେଶ୍ଵର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୭,୯୯,୭୫୨ ଥିଲା । ଭୁବନେଶ୍ଵର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ ଅଛି ।

ଇତିହାସ[ସମ୍ପାଦନା]

ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର,[୧] ୧୮୬୭ରେ ପ୍ରତିଷ୍ଠା ହେଇଥିଲା ।[୨] ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବ୍ରହ୍ମପୁର ସହରର ମୋଟ ଜନସଂଖ୍ୟା ୨୮୯୭୨୪ ଅଟେ ।[୪] ସେଥି ମଧ୍ୟରୁ ୫୧.୮୦% ଜଣ ପରୁଷ ହୋଇଥିବା ବେଳେ ୪୮.୨୦% ଜଣ ନାରୀ ଅଟନ୍ତି । ବ୍ରହ୍ମପୁରର ସାକ୍ଷରତା ହାର ୭୩.୫୭% ଅଟେ । ଏହା ଜାତୀୟ ହାର ଠାରୁ -୮.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୨.୯୦% ପ୍ରତିଶତ ପୁରୁଷ ଓ ୩୦.୬୭% ନାରୀ ଅଟନ୍ତି । ୧୦.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

କଳା ଓ ଚଳଣି[ସମ୍ପାଦନା]

ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ଵପୂର୍ଣ୍ଣ ବିଶିଷ୍ଟ ସହର ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ । ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ଭାପୁର ବଜାର, ହନୁମାନ ବଜାର ଆଦି ଏହି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ । ଏଠାରେ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର "।

ସାହିତ୍ୟାନୁଷ୍ଠାନ[ସମ୍ପାଦନା]

  • ଉତ୍କଳ ଆଶ୍ରମ: ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । [୫]
  • କଳିଙ୍ଗ ସାହିତ୍ୟ ସମାଜ [୬]

ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ।

  • ଜାତୀୟ ସଙ୍ଗୀତ କଳାକେନ୍ଦ୍ର

ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ।

  • ପଟେଲ ସାହିତ୍ୟ ସଂସଦ
  • ନବୀନ ସାହିତ୍ୟ ସଂସଦ
  • ନବୀନ ସାହିତ୍ୟ ପତ୍ରିକା ପ୍ରକାଶନ।
  • ଫଲ୍‌ଗୁ ସାହିତ୍ୟ ସଂସଦ
  • ନେତାଜୀ ସାରସ୍ୱତ ମଞ୍ଚ
  • ନାଟ୍ୟଧାରା
  • ବ୍ରହ୍ମପୁର ସାହିତ୍ୟ ଘର
  • ବ୍ରହ୍ମପୁର ସାହିତ୍ୟ ପରିଷଦ

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଜଣାଶୁଣା ଲୋକ[ସମ୍ପାଦନା]

ବ୍ରହ୍ମପୁରର ଅସିତ କୁମାର ସ୍ଵାଇଁ, ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଲାଭ କରିଛନ୍ତି ।[୭]

ଆଧାର[ସମ୍ପାଦନା]

  1. "Berhampur: First Municipality of state becomes third Municipal Corporation". Retrieved 31 August 2016. 
  2. W. Francis (2002). Gazetteer of South India. Mittal Publications. pp. 220–. GGKEY:4Y158YFPNGZ. 
  3. "Berhampur becomes a corporation". The Hindu. Retrieved 31 August 2016. 
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015. 
  5. Mohanty, Hrusikesh (2012). "Heritage tag demand for Utkal Ashram - Times Of India". indiatimes.com. Retrieved 20 December 2012. The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. 
  6. ସମ୍ବାଦ ବ୍ରହ୍ମପୁର ସଂସ୍କରଣ 1.1.2006
  7. "The Hindu : Other States / Orissa News : Cashing in on climate clues from the icy continent". hindu.com. 2007. Retrieved 10 August 2012. Asit Kumar Swain member of the Antarctica division of the Geological Survey of India (GSI). He is the first Oriya geologist to work in Antarctica