ଗାୟତ୍ରୀବାଳା ପଣ୍ଡା

ଉଇକିପିଡ଼ିଆ‌ରୁ
ଗାୟତ୍ରୀବାଳା ପଣ୍ଡା
Born (1977-04-17) ୧୭ ଅପ୍ରେଲ ୧୯୭୭ (ବୟସ ୪୬)
ସାଦେଇପୁର, ଜଗତସିଂହପୁର
Nationalityଭାରତୀୟ
Alma materଶୈଳବାଳା ମହିଳା ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ
ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳ
Occupation(s)କବି,ସମ୍ପାଦକ ଓ ସାମ୍ବାଦିକ
Spouseମାନସ ରଞ୍ଜନ ମଙ୍ଗରାଜ
Childrenମନୀତ ମଙ୍ଗରାଜ
Parent(s)ଗୋଲକ ବିହାରୀ ପଣ୍ଡା, ଅରୁଣିମା ପଣ୍ଡା
Awardsକେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ୨୦୨୨
Websitehttp://www.gayatribalapanda.com/

ଗାୟତ୍ରୀବାଳା ପଣ୍ଡା (ଜନ୍ମ: ୧୭ ଅପ୍ରେଲ ୧୯୭୭) ଜଣେ ଓଡ଼ିଆ ସାହିତ୍ୟିକା ଓ ସମ୍ପାଦିକା ।[୧] ସେ ମୁଖ୍ୟତଃ କବିତା, ଗଳ୍ପ, ଉପନ୍ୟାସ ଓ ଅନୁବାଦ ଆଦି ସାହିତ୍ୟ ରଚନା କରିଥାନ୍ତି । ସେ "ଅନ୍ୟା" ନାମକ ଏକ ତ୍ରୈମାସିକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରନ୍ତି । ପ୍ରଥମ ଓଡ଼ିଆ ଭାବେ ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।[୨] ୨୦୨୨ରେ ସେ ତାଙ୍କର "ଦୟାନଦୀ" କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩] [୪]

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା । ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଗାୟତ୍ରୀବାଳା, ସାଦେଇପୁର, ବାଲିକୁଦା ଓ କଟକରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ବାପାଙ୍କ ଇଚ୍ଛାଥିଲା ଗାୟତ୍ରୀବାଳା ଡାକ୍ତର ହୁଅନ୍ତୁ, କିନ୍ତୁ ଝିଅର କଳାରେ ଆଗ୍ରହ ଦେଖି, ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢ଼ିଥିଲେ ଓ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଓ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।

ସାହିତ୍ୟ ସର୍ଜନା ଓ ସାମ୍ବାଦିକତା[ସମ୍ପାଦନା]

ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ପାସ ହୋଇ, ସେ ସାମ୍ବାଦିକତା ବୃତ୍ତିକୁ ଆବୋରୀ ଥିଲେ ଓ ସମ୍ବାଦରେ କାର୍ଯ୍ୟକରିବା ଆରମ୍ଭ କରିଥିଲେ । ଦୁଇ ବର୍ଷ ଚାକିରି କରିବା ପରେ, ସେ ଚାକିରି ଛାଡି ଦେଇଥିଲେ । ତାପରେ ସେ, "ଅନ୍ୟା" ନାମକ ତ୍ରୟୋମାସିକ ପତ୍ରିକାର ସମ୍ପାଦନା ସହିତ ସାହିତ୍ୟ ରଚନା କରିଆସୁଛନ୍ତି । [୫]

ଗାୟତ୍ରୀବାଳାଙ୍କ ସାହିତ୍ୟରେ ନାରୀ ମନର କୋହ, ସମାଜର ଅନ୍ୟାୟ ଓ ଅସମାନତା ଦେଖିବାକୁ ମିଳିଥାଏ, କିନ୍ତୁ ସେ ନିଜକୁ ଜଣେ ନାରୀବାଦୀ କବି ଭାବରେ ଚିତ୍ରଣ କରିବାକୁ ଚାହାଁନ୍ତି ନାହିଁ । ତାଙ୍କର ୫୦ଟି ନିର୍ବାଚିତ କବିତାକୁ ତାଙ୍କ ପିତା, ଓଡ଼ିଶା ସାହିତ୍ୟ ଏକାଡେମୀର ଯୁବ ସାହିତ୍ୟିକ ପୁରସ୍କାର ପାଇଁ ପଠେଇଥିଲେ ଓ ସେ ଏହି ପୁରସ୍କାର ଲାଭ କରିଥିଲେ । ସାହିତ୍ୟ ଏକାଡେମୀ ଏହି କବିତାଗୁଡ଼ିକ ଏକ ପୁସ୍ତକ ଆକାରରେ ପ୍ରକାଶ କରିଛି । [୬] ଏହାପରେ ତାଙ୍କର ବହୁ କବିତା, ଗଳ୍ପ ଓ ସାକ୍ଷାତକାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତଥା ବେତାର ଓ ଦୂରଦର୍ଶନରେ ପ୍ରସାରିତ ହୋଇସାରିଛି । ଏଯାବତ ତାଙ୍କର ୧୧ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।

ଗାୟତ୍ରୀବାଳା, ୨୦୦୮ମସିହାରେ "ସାର୍କ ଯୁବ ଲେଖକ ସମ୍ମିଳନୀ", ୨୦୧୦ମସିହାରେ "ରାଷ୍ଟ୍ରମଣ୍ଡଳ ଦେଶର ସାହିତ୍ୟିକ ସମ୍ମିଳନୀ" ଓ ୨୦୧୫ମସିହାରେ ଭାରତର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଆବାସିକ କଳା ଓ ସାହିତ୍ୟ କାର୍ଯ୍ୟକ୍ରମ 'ଇନ୍-ରେଷିଡେନ୍ସ'[୭] କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।[୮] ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସେ ଏକମାତ୍ର ଓଡ଼ିଆ ବ୍ୟକ୍ତି ।

ରଚନାବଳୀ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (ମୂଳ ରଚନା), ୨୦୨୨[୯]
  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ୨୦୧୧
  • ରାଜ୍ୟ ଯୁବ ପୁରସ୍କାର - ୧୯୯୯-୨୦୦୦
  • କାଦମ୍ବିନୀ କବିତା ସମ୍ମାନ - ୨୦୦୩
  • ହାଜି ଅସରଫ୍ ଅଲ୍ଲି ଉଦୟ ପ୍ରତିଭା ସମ୍ମାନ (ଫକୀର ମୋହନ ସାହିତ୍ୟ ପରିଷଦ) - ୨୦୦୪
  • ବସନ୍ତ ମୁଦୁଲି କବିତା ସମ୍ମାନ - ୨୦୦୬
  • ଲେଖାଲେଖି ଯୁବ କବି ସମ୍ମାନ - ୨୦୦୭
  • ଶାରଳା କାବ୍ୟ ସମ୍ମାନ - ୨୦୧୦
  • ମନ୍ଥନ ସମ୍ମାନ - ୨୦୧୦
  • ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ - ୨୦୧୧
  • ରାଜୀବ ଗାନ୍ଧି ସଦଭାବନା ପୁରସ୍କାର - ୨୦୧୧
  • ତଳପଦେଶ୍ୱରୀ ସାହିତ୍ୟ ସମ୍ମାନ - ୨୦୧୨
  • ଟାଇମ ପାସ ସ୍ୱୟଂଶ୍ରୀ ସମ୍ମାନ - ୨୦୧୨
  • ଦୀପକ ମିଶ୍ର କବିତା ପୁରସ୍କାର - ୨୦୧୫[୧୦]
  • ଇସ୍ତାହାର କବିତା ସମ୍ମାନ - ୨୦୧୪[୧୧]
  • ମହୁରି ସମ୍ମାନ - ୨୦୨୧(ସାହିତ୍ୟ ପତ୍ରିକା ମହୁରି ତରଫରୁ ପ୍ରଦତ୍ତ)[୧୨]

ଆଧାର[ସମ୍ପାଦନା]

  1. Sahitya Akademi (2005). Annual Report. Sahitya Akademi.
  2. "Sahitya Akademi announces first Youth Awards, 16 authors honoured". Firstpost. ୧୩ ଫେବୃଆରୀ ୨୦୧୨. Retrieved 17 April 2017. {{cite news}}: Check date values in: |date= (help)
  3. Service, Pragativadi News (2022-12-22). "Dr Gayatribala Panda Wins Sahitya Akademi Award 2022". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-22.
  4. "କବୟିତ୍ରୀ ଗାୟତ୍ରୀବାଳା ପଣ୍ଡା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, କବିତା 'ଦୟାନଦୀ' ପାଇଁ ହେବେ ପୁରସ୍କୃତ". www.samajalive.in. ସମାଜ. Archived from the original on 29 December 2022. Retrieved 29 December 2022.
  5. http://www.museindia.com/authorprofile.asp?myr=2013&issid=48&id=1828[permanent dead link]
  6. http://www.thehindu.com/todays-paper/tp-features/tp-fridayreview/a-woman-of-words/article3894496.ece
  7. http://presidentofindia.nic.in/press-release-detail.htm?1384
  8. "ଆର୍କାଇଭ୍ କପି". Archived from the original on 2015-07-12. Retrieved 2015-03-25. {{cite web}}: Cite has empty unknown parameter: |1= (help)
  9. "ଗାୟତ୍ରୀବାଳା ପଣ୍ଡାଙ୍କୁ 'କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର'". ସମ୍ବାଦ. Archived from the original on ୨୩ ଡିସେମ୍ବର ୨୦୨୨. Retrieved 23 December 2022. {{cite web}}: Check date values in: |archivedate= (help)
  10. ପ୍ରଗତିବାଦୀ ୨୪/୦୪/୨୦୧୫ ପୃଷ୍ଠା ୨
  11. "ବ୍ୟକ୍ତିତ୍ୱ". No. ନିତିଦିନ ୨୯/୧୧/୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 2020-04-29. Retrieved 29 November 2019.
  12. "ଗାୟତ୍ରୀବାଳା ପଣ୍ଡା ପାଇବେ ମହୁରି ସମ୍ମାନ". No. ସମାଜ ୩୧/୧୨/୨୦୨୧ କଟକ ସଂସ୍କରଣ ପୃଷ୍ଠା ୧୩. ସମାଜ. Archived from the original on 31 December 2021. Retrieved 31 December 2021.