ଯତୀନ୍ଦ୍ର ମୋହନ ମହାନ୍ତି

ଉଇକିପିଡ଼ିଆ‌ରୁ
ଯତୀନ୍ଦ୍ର ମୋହନ ମହାନ୍ତି
Born(1932-08-03)୩ ଅଗଷ୍ଟ ୧୯୩୨
Died୧୪ ଅଗଷ୍ଟ ୨୦୧୨(2012-08-14) (ବୟସ ୮୦)
Nationalityଭାରତୀୟ
Other namesଯତୀନ୍ଦ୍ର ମହାନ୍ତି
Educationସ୍ନାତକୋତ୍ତର
Alma materପ୍ୟାରୀମୋହନ ଏକାଡେମୀ,
ରେଭେନ୍ସା ବିଶ୍ୱବିଦ୍ୟାଳୟ,
Known forଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ
Spouseବିଜୟଲକ୍ଷ୍ମୀ ମହାନ୍ତି
Childrenସମ୍ବୀତ, ସମ୍ବୁଧ, ସୀମିତା, ନମିତା
Parent(s)ଜଗମୋହନ ମହାନ୍ତି
ଶ୍ରଦ୍ଧାରାଣୀ ଦେବୀ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଯତୀନ୍ଦ୍ର ମୋହନ ମହାନ୍ତି, (୩ ଅଗଷ୍ଟ ୧୯୩୨ - ୧୪ ଅଗଷ୍ଟ, ୨୦୧୨) ଜଣେ ଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ । ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ ।

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଯତୀନ୍ଦ୍ର ମୋହନ ମହାନ୍ତି ୧୯୩୨ ମସିହାରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ୟାମସୁନ୍ଦରପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜଗମୋହନ ମହାନ୍ତି ଓ ମାତାଙ୍କ ନାମ ଶ୍ରଦ୍ଧାରାଣୀ ଦେବୀ ଥିଲା । କଟକର ପ୍ୟାରୀମୋହନ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟଇଂଲଣ୍ଡର ଲିଡ଼ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ସେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ବିଜେବି କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଓ ପୂର୍ବାଞ୍ଚଳ ଭାଷା ସଂସ୍ଥାନ, ଭୁବନେଶ୍ୱରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ତାଙ୍କୁ ବ୍ରିଟିଶ କାଉନସିଲ ତରଫରୁ ସ୍କଲାରସିପ ଓ ପୂର୍ବାଞ୍ଚଳ ଭାଷା ସଂସ୍ଥାନ ତରଫରୁ ଫେଲୋସିପ ମଧ୍ୟ ପ୍ରଦାନ କରାଯାଇଥିଲା ।

ଯତୀନ୍ଦ୍ର ମୋହନ ମହାନ୍ତି,ଉଭୟ ଓଡ଼ିଆଇଂରାଜୀ ଭାଷାରେ ପ୍ରାୟ ୨୦ ଖଣ୍ଡ ପୁସ୍ତକ ଓ ୨୫୦ଟି ନିର୍ବନ୍ଧ ରଚନା କରିଯାଇଛନ୍ତି । ଏହା ବ୍ୟତିତ ପ୍ରଜ୍ଞାଭୁବନେଶ୍ୱର ରିଭ୍ୟୁ ନାମକ ଦୁଇଟି ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ (୧୯୮୩-୯୩) ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ସେ ବହୁ ସମୟ ଧରି ଜଡ଼ିତ ରହିଥିଲେ ।

୨୦୧୨ ମସିହା ଅଗଷ୍ଟ ମାସ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରଚନାବଳୀ[ସମ୍ପାଦନା]

  • ଓଡ଼ିଆ ଗଦ୍ୟ ସମ୍ଭାର, ୨୦୦୪
  • ପ୍ରେମସ୍ପଦା, ୨୦୦୨
  • ଆଧୁନିକ ଓଡ଼ିଆ ନାଟକ, ୨୦୦୦
  • ସୂର୍ଯ୍ୟସ୍ନାତା, [୧] ୧୯୯୯
  • ଆଧୁନିକ ଓଡ଼ିଆ କବିତା ସମ୍ଭାର, ୧୯୯୮
  • ପ୍ରାଚୀନ ଓଡ଼ିଆ କବିତା ସମ୍ଭାର, ୧୯୯୭
  • ନୂତନ ସମାଲୋଚନା, ୧୯୮୧
  • କାବ୍ୟତତ୍ତ୍, ୧୯୭୬
  • ଆଧୁନିକ ଓଡ଼ିଆ କବିତା, ୧୯୬୮
  • ପ୍ରାଚୀନ ଓଡ଼ିଆ କବିତା (୧୯୪୮)[୨]
  • Tradition and Creativity : Essays on Oriya literature, ୨୦୦୩[୩]
  • Madhusudan Rao, ୧୯୯୬[୪]
  • Into Another Intensity, Essays on Oriya literatrue, ୧୯୮୯[୫]
  • Along The Stream on Contemporary Oriya Literature, ୧୯୯୯
  • There Where Trees Flower, Essays on Modern Oriya Literature, ୧୯୮୭[୬]
  • Biblography of India Literature in English Translation, ୧୯୮୪
  • Literary Crticism : A READING, ୧୯୮୫, (ଯୁଗ୍ମ ଲେଖକ)
  • Nobel Laureates AK (1900-1990), ୧୯୯୧, (ଯୁଗ୍ମ ଲେଖକ)
  • Land Beautiful An Orissan Culture, ୨୦୦୧, (ଯୁଗ୍ମ ଲେଖକ)[୭]

ପୁରସ୍କାର ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2012-06-21. Retrieved 2012-08-18. {{cite web}}: Cite has empty unknown parameter: |1= (help)
  2. "Jatindra Mohan Mohanty" (PDF). Gyanajuga. Retrieved 6 March 2024.
  3. Jatindra Mohan Mohanty (2003). Tradition and Creativity: Essays on Oriya Literature. Subarnarekha. ISBN 978-81-87467-18-2. Retrieved 19 August 2012.
  4. Jatindra Mohan Mohanty; Sahitya Akademi (1 January 1996). Madhusudan Rao. Sahitya Akademi. ISBN 978-81-260-0102-6. Retrieved 19 August 2012.
  5. Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University. Retrieved 19 August 2012.
  6. Jatindra Mohan Mohanty (1980). There, where trees flower: essays on modern Oriya literature. Bookland International. Retrieved 19 August 2012.
  7. Jatindra Mohan Mohanty; Bimalendu Mohanty (2001). Land Beautiful: On Orissan Culture. Subarnarekha. ISBN 978-81-87467-10-6. Retrieved 19 August 2012.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  9. http://newindianexpress.com/states/odisha/article590869.ece?service=print[permanent dead link]

ଅଧିକ ତଥ୍ୟ[ସମ୍ପାଦନା]