ହରେକୃଷ୍ଣ ମହତାବ

ଉଇକିପିଡ଼ିଆ‌ରୁ
ଉତ୍କଳ କେଶରୀ ଡ.

ହରେକୃଷ୍ଣ ମହତାବ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୯ ଅକ୍ଟୋବର ୧୯୫୬ – ୨୫ ଫେବୃଆରୀ ୧୯୬୧
ପୂର୍ବ ଅଧିକାରୀନବକୃଷ୍ଣ ଚୌଧୁରୀ
ପର ଅଧିକାରୀବିଜୁ ପଟ୍ଟନାୟକ
ରାଜ୍ୟପାଳ, ବମ୍ବେ
କାର୍ଯ୍ୟକାଳ
୨ ମାର୍ଚ୍ଚ ୧୯୫୫ – ୧୪ ଅକ୍ଟୋବର ୧୯୫୬
ପୂର୍ବ ଅଧିକାରୀଗିରିଜା ଶଙ୍କର ବାଜପାୟୀ
ପର ଅଧିକାରୀଶ୍ରୀ ପ୍ରକାଶ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୧୫ ଅଗଷ୍ଟ ୧୯୪୭ – ୧୨ ମଇ ୧୯୫୦
ପୂର୍ବ ଅଧିକାରୀନୂଆ ପଦବୀ ଆରମ୍ଭ କରାଯାଇଥିଲା
ପର ଅଧିକାରୀନବକୃଷ୍ଣ ଚୌଧୁରୀ
ପ୍ରଧାନମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୨୩ ଅପ୍ରେଲ ୧୯୪୬ – ୧୫ ଅଗଷ୍ଟ ୧୯୪୭
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀପଦବୀ ଲୋପ ପାଇଥିଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1899-11-21)୨୧ ନଭେମ୍ବର ୧୮୯୯
ଆଗରପଡ଼ା, ଭଦ୍ରକ ଜିଲ୍ଲା
ମୃତ୍ୟୁ୨ ଜାନୁଆରୀ ୧୯୮୭(1987-01-02) (ବୟସ ୮୭)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁଭଦ୍ରା ମହତାବ
ସନ୍ତାନଭର୍ତ୍ତୃହରି ମହତାବ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ

ହରେକୃଷ୍ଣ ମହତାବ (୨୧ ନଭେମ୍ବର ୧୮୯୯ -୨ ଜାନୁଆରୀ ୧୯୮୭) ଜଣେ ଲେଖକ ଓ ଭାରତୀୟ ଜାତୀୟ କଂଗ୍ରେସ ନେତା ଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ୧୯୪୬-୫୦ ଯାଏଁ କାମ କରିଥିଲେ । ସେ ଉତ୍କଳ କେଶରୀ ନାମରେ ମଧ୍ୟ ଜଣାଶୁଣା ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ରେ ଜନ୍ମ ନେଇଥିଲେ ।[୨] ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପଢ଼ା ପରେ ସେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ, କିନ୍ତୁ ସେଠାରୁ ସେ ୧୯୨୧ରେ ପାଠପଢ଼ା ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଭାଗନେଇଥିଲେ ।

ସାମାଜିକ ଓ ରାଜନୈତିକ ଜୀବନ[ସମ୍ପାଦନା]

୧୯୨୩-୨୪ରେ ହରେକୃଷ୍ଣ ଓଡ଼ିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କରି କାରାବରଣ କରିଥିଲେ । ୧୯୨୪-୧୯୨୮ ମସିହା ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିିଥିଲେ । ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସରେ ସଭାପତି ଭାବେ ଯୋଗଦାନ କରିଥିଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୂନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ରେ ସେ ଅପ୍ରତିଦ୍ୱନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୬ରେ ସେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି । ୧୯୨୩ ମସିହାରେ ସେ ସାପ୍ତହିକ ଖବରକାଗଜ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ, ଯାହା ଏବେ ଦୈନିକ ପ୍ରକାଶ ପାଉଛି । [୩] ତାଙ୍କଦ୍ୱାରା ସାହିତ୍ୟ ପତ୍ରିକା ଝଙ୍କାରର ପ୍ରତିଷ୍ଠା ଓ "ବିଷୁବ ମିଳନ" ଆୟୋଜନ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ନେଇଛି । [୪]

ରଚନାବଳୀ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

  • ଆତ୍ମଦାନ
  • ରୂପାନ୍ତର
  • ଇତିହାସର ପରିହାସ
  • ପ୍ରବଚନ
  • ଗୁପ୍ତ ପ୍ରଣୟ
  • ଉତ୍ତରୋତର
  • ଶମ୍ଭୁଙ୍କର ତପସ୍ୟା
  • ଅନ୍ଧଯୁଗ
  • ଯୁଗସଂକେତ
  • ଓଡ଼ିଶା ଇତିହାସ (୩ ଖଣ୍ଡ)
  • ସାହିତ୍ୟ ଆଲୋଚନା
  • ଗାନ୍ଧୀ ଧର୍ମ
  • ଅହିଂସାର ଉପଯୋଗ
  • ଭାରତୀୟ ସଂସ୍କୃତି
  • ନେତା ଓ ଜନତା
  • ଦଶ ବର୍ଷର ଓଡ଼ିଶା
  • ଗାନ୍ଧୀଜୀ ଓ ଓଡ଼ିଶା
  • ଆରବ ସାଗରରୁ ଚିଲିକା
  • ଗାଁ ମଜଲିସ (4 ଖଣ୍ଡ)
  • ଆଧୁନିକତା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ସେ ଓଡ଼ିଶା ସାହିତ୍ୟ ଏକାଡେମୀସଂଗୀତ ନାଟକ ଏକାଡେମୀର ସଭାପତି ଭାବେ ଅନେକ ଥର ନିର୍ବାଚିତ ହୋଇଥିଲେ । ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩ [୫]

ଆଧାର[ସମ୍ପାଦନା]

  1. "Eminent Persons -123orissa.com". 123orissa.com. Archived from the original on 23 January 2013. Retrieved 27 March 2013. He is popularly known as "Utkal Keshari".
  2. "Odisha News | A Complete Information Portal on Odisha | Utkala Keshari Harekrushna Mahtab". odisha.360.batoi.com. Retrieved 27 March 2013. Harekrushna Mahtab was born on November 21, 1899 at Agarpara village in Bhadrak district.
  3. ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୨
  4. ପ୍ରମେୟ ୨୧/୧୧/୨୦୧୪ ପୃଷ୍ଠା ୯ରେ ପ୍ରକାଶିତ ଲେଖା "ଗଣବଦ୍ୟ ଡ଼ ମହତାବ"
  5. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 19June 2021. {{cite web}}: Check date values in: |accessdate= (help)

ଅଧିକ ତଥ୍ୟ[ସମ୍ପାଦନା]

Lua error in package.lua at line 80: module 'Module:Authority control/config' not found.