କେନ୍ଦ୍ରାପଡ଼ା ଜିଲ୍ଲା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି 'କେନ୍ଦ୍ରାପଡ଼ା ଜିଲ୍ଲା' ବାବଦରେ । 'କେନ୍ଦ୍ରାପଡ଼ା ସହର' ପାଇଁ, କେନ୍ଦ୍ରାପଡ଼ା ପ୍ରସଙ୍ଗଟି ଦେଖନ୍ତୁ ।
କେନ୍ଦ୍ରାପଡ଼ା
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 20°31′30″N 86°28′30″E / 20.525°N 86.475°E / 20.525; 86.475Coordinates: 20°31′30″N 86°28′30″E / 20.525°N 86.475°E / 20.525; 86.475
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକ ସଭା କେନ୍ଦ୍ରାପଡ଼ା
ଭାଷା ଓଡ଼ିଆ, ଇଂରାଜୀ
ବିଧାନ ସଭା ୫ଟି ଆସନ
Population (୨୦୧୧)
 • ଘନତା 545/km2 (/sq mi)
IST (+୫.୩୦)
ପିନ କୋଡ଼ ୭୫୬ xxx
ତାର (ଏସ୍.ଟି.ଡ଼ି) ୦୬୭୮୨
ଗାଡ଼ି ପଞ୍ଜିକରଣ OD-29
ଜିଲ୍ଲାପାଳ ଦେବେନ୍ଦ୍ର ପ୍ରସାଦ ଦାସ
ୱେବସାଇଟ ମୁଖ୍ୟ ୱେବସାଇଟ

କେନ୍ଦ୍ରାପଡ଼ା ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । କେନ୍ଦ୍ରାପଡ଼ା ଏହାର ପ୍ରଶାସନିକ ମୁଖ୍ୟାଳୟ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମା ରାଜ୍ୟ ରାଜଧାନୀ ଠାରୁ ୮୫ କି.ମି. ଦୁରରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

ଭୂଗୋଳ[ସମ୍ପାଦନା]

କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟର ପୂର୍ବ ଭାଗରେ ଅବସ୍ଥିତ ଓ ଏହା ୨୦°୨୦' ଉ. ରୁ ୨୦°୩୭' ଉ. ଅକ୍ଷାଂଶ ଓ ୮୬°୧୪' ପୂ. ରୁ ୮୭°୦୧' ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ବେଳାଭୂମି ୮୯ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଯାହା ଧାମରା ମୁହାଣରୁ ବତୀଘର ଯାଏଁ ବ୍ୟାପିଅଛି ।

sunset at gobindpur

କେନ୍ଦ୍ରାପଡ଼ା ଜିଲ୍ଲାର

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା[୧] ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୩୯,୮୯୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୫୬,୩୫୧ ଓ ସହରାଞ୍ଚଳରେ ୮୩,୫୪୦ ଲୋକ ବାସ କରନ୍ତି [୨]

  • ପୁରୁଷ: ୭,୧୭,୬୯୫
  • ମହିଳା: ୭,୨୨,୧୯୬
    • ଛ ବର୍ଷରୁ କମ: ୧,୫୩,୪୪୩
  • ସାକ୍ଷରତା ହାର ୮୫.୯୩%
    • ପୁରୁଷ: ୯୨.୪୫%
    • ମହିଳା: ୭୯.୫୧%

ବିଭାଗ[ସମ୍ପାଦନା]

ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି[ସମ୍ପାଦନା]

  • ନିତ୍ୟାନନ୍ଦ କାନୁନଗୋ: ୧୯୫୨
  • ସୁରେନ୍ଦ୍ରନାଥ  ଦ୍ବିବେଦୀ: ୧୯୫୭, ୧୯୬୨ ଓ ୧୯୬୭
  • ସୁରେନ୍ଦ୍ର ମହାନ୍ତି: ୧୯୭୧
  • ବିଜୁ ପଟ୍ଟନାୟକ: ୧୯୭୭, ୧୯୮୦ ଓ ୧୯୮୪
  • ଶରତ କୁମାର ଦେବ: ୧୯୮୫
  • ରବି ରାୟ: ୧୯୮୯ ଓ ୧୯୯୧
  • ଶ୍ରୀକାନ୍ତ ଜେନା: ୧୯୯୬
  • ପ୍ରଭାତ କୁମାର ସାମନ୍ତରାୟ : ୧୯୯୮ ଓ ୧୯୯୯
  • ଅର୍ଚ୍ଚନା ନାୟକ: ୨୦୦୪
  • ବୈଜୟନ୍ତ ପଣ୍ଡା: ୨୦୦୯ ଓ ୨୦୧୪

ପ୍ରାୟ ୧୨ ଲକ୍ଷ ବାସିନ୍ଦାଙ୍କ ମଧ୍ୟରୁ ୭ଲକ୍ଷ ଭୋଟର ମତଦାନ କରନ୍ତି । ବ୍ରାହ୍ମଣୀ, ହଂସୁଆ, ପାଟଶାଳା ନଦୀ ଓ ବଙ୍ଗୋପସାଗର ବେଷ୍ଟୀତ ଏହି ଅଞ୍ଚଳ ସର୍ବଦା ବାତ୍ୟା ଓ ବନ୍ୟା ପ୍ରପିଡିତ । ଶୀଳ୍ପ ବିହୀନ ଅଞ୍ଚଳରେ ଏବେ ଜାହଜ ନିର୍ମାଣ କାରଖାନା କରିବାକୁ ଶିଳ୍ପପତିମାନେ ଧାଡି ଲଗାଉଛନ୍ତି । ପରିବେଶବିତମାନେ ଜୈବ ବିବିଧତା ନଷ୍ଟ ଆଳରେ ବିରୋଧ କରୁଛନ୍ତି । [୩] ମାଛ, ଚିଙ୍ଗୁଡିଧରା ଓ ରପ୍ତାନି ଏଠାରେ ମୁଖ୍ୟ ବେପାର ।

ତହସିଲ[ସମ୍ପାଦନା]

ଆଳି, କେନ୍ଦ୍ରାପଡ଼ା, ରାଜକନିକା, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, ରାଜନଗର

ଗମନାଗମନ[ସମ୍ପାଦନା]

କେନ୍ଦ୍ରାପଡ଼ା ସହରକୁ ଗମନା ଗମନ ପାଇଁ ସଡକ ପଥ ହିଁ ଏକମାତ୍ର ପନ୍ଥା । ଭୁବନେଶ୍ୱର ଓ କଟକରୁ ବସ ଦ୍ୱାରା ଯଥାକ୍ରମେ ତିନି ଓ ଦୁଇ ଘଂଟାରେ ପହଂଚି ହେବ। ଏହାବାଦ ବନ୍ଦର ସହର ପାରାଦୀପରୁ ଏକ ଘଣ୍ଟା ମଧ୍ୟରେ ପହଂଚି ହେବ ।

ପର୍ଯ୍ୟଟନ ସ୍ଥଳ[ସମ୍ପାଦନା]

କେନ୍ଦ୍ରାପଡାର ରାଜକନିକା ରାଜପ୍ରାସାଦ
ବଳଦେବଜୀଉ ଦେଉଳ, ଇଚ୍ଛାପୁର

'କେନ୍ଦ୍ରାପଡ଼ା ଜିଲ୍ଲା'ରେ ରାଜ୍ୟସରକାରଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ୧୩ଟି ପର୍ଯ୍ୟଟନ ସ୍ଥଳ ରହିଛି ।[୪] ସେଥିମଧ୍ୟରୁ କେତେକ ପର୍ଯ୍ୟଟନ ସ୍ଥଳ ହେଉଛି: ଶ୍ରୀ ବଳଦେବଜୀଉ ମନ୍ଦିର, ଗହିରମଥା, ତାଳଚୁଆ ଜେଟୀ, ପେଣ୍ଠ, ବରୁଣେଇ ମୁହାଣ ଇତ୍ୟାଦି

ଶିକ୍ଷା[ସମ୍ପାଦନା]

ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ[ସମ୍ପାଦନା]

  • କେନ୍ଦ୍ରାପଡା ସ୍ବଯଂଶାସିତ ମହାବିଦ୍ୟାଳୟ
  • ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
  • ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ
  • ଆଳି ମହାବିଦ୍ୟାଳୟ, ଆଳି
  • ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ରାଜକନିକା
  • ମାର୍ଶାଘାଇ ମହାବିଦ୍ୟାଳୟ, ମାର୍ଶାଘାଇ
  • କୋରୁଆ ମହାବିଦ୍ୟାଳୟ, କୋରୁଆ
  • କରିଲୋପାଟଣା ମହାବିଦ୍ୟାଳୟ, କରିଲୋପାଟଣା

ସ୍କୁଲ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Census 2011: Odisha: Provisional Population Totals
  2. Census 2011: Odisha: Rural Urban Distribution
  3. [୧]
  4. "ପର୍ଯ୍ୟଟନ ମାନଚିତ୍ରରେ ସାମିଲ ବତିଘର, ହୁକିଟୋଲା". ଧରିତ୍ରୀ. http://www.dharitri.com/Bhubaneswar/281116/p8.htm. Retrieved 28 November 2016. 
  5. Tanaya, Kshirabdhi (2012). "Sakhibata, Kudanagari now in tourism map". dailypioneer.com. Retrieved 18 February 2013. the Baladevjew temple of Kendrapada town, Bhitarkanika National Park in Rajnagar, Barahijew temple in Aul, Dadhibabanjew temple in Pattamundai and Shiva temple in Santhapura were, earlier, placed in the district tourism map 

ଅଧିକ ତଥ୍ୟ[ସମ୍ପାଦନା]