ଗୋପାଳ କୃଷ୍ଣ ରଥ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗୋପାଳ କୃଷ୍ଣ ରଥ
GopalRath.jpg
ଜନ୍ମ ଓ ଜନ୍ମସ୍ଥାନ ୩ ଅଗଷ୍ଟ ୧୯୪୫(1945-08-03)
କଂସାରୀପଡ଼ା, ସମ୍ବଲପୁର
ମୃତ୍ୟୁ ୩୦ ଡିସେମ୍ବର ୨୦୧୬ (୭୧ ବର୍ଷ)
ପୁଣେ
ମୃତ୍ୟୁର କାରଣ ହୃଦ୍‌ଘାତ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ, ପାଟଣା ବିଶ୍ଵବିଦ୍ୟାଳୟ
ଜୀବନସାଥି କିରଣବାଳା ରଥ
ସନ୍ତାନ ଅମୃତ, ରୋଜୀ
ବାପା ମା ଗଣେଷ ପ୍ରସାଦ ରଥ, ରୁକ୍ମିଣୀ ଦେବୀ
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪

ଗୋପାଳ କୃଷ୍ଣ ରଥ,(୩ ଅଗଷ୍ଟ ୧୯୪୫ - ୩୦ ଡିସେମ୍ବର ୨୦୧୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ ।[୨]

ଜୀବନୀ[ସମ୍ପାଦନା]

ଗୋପାଳ କୃଷ୍ଣ, ୧୯୪୫ ମସିହା ଅଗଷ୍ଟ ୩ ତାରିଖରେ ସମ୍ୱଲପୁର ଜିଲ୍ଲାର କଂସାରୀପଡ଼ାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଗଣେଷ ପ୍ରସାଦ ରଥ ଓ ମାତା ରୁକ୍ମିଣୀ ଦେବୀ ।[୩] ସେ ସମ୍ବଲପୁର ଜିଲ୍ଲା ସ୍କୁଲ ଓ ଗଙ୍ଗାଧର ମେହେର କଲେଜରୁ ଶିକ୍ଷା ଲାଭ କରିଥିଲେ । ମଧୁସୁଦନ ଆଇନ କଲେଜରୁ ଆଇନ ଶିକ୍ଷାଲାଭ କରି, ସେ ଅାଇନଜୀବୀ ଭାବେ ପେସା ଆରମ୍ଭ କରିଥିଲେ । ପରେ ଓଡ଼ିଶା ବିଚାର ବିଭାଗ ସେବାରେ ଯୋଗ ଦେଇଥିଲେ । ୨ବର୍ଷ ପରେ ଇସ୍ତଫା ଦେଇ ଲଜପତ ରାୟ ଅାଇନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ପରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅାଇନ ବିଭାଗରେ ପ୍ରାଧ୍ୟାପକ ହୋଇଥିଲେ । ୨୦୦୫ରେ ସେ ସ୍ନାତକୋତ୍ତର ଶ୍ରେଣୀ ବିଭାଗ ସମୂହର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ୬ବର୍ଷ କାଳ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ୨୦୦୬ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଅାକାଶବାଣୀଦ୍ୱାରା ଅାୟୋଜିତ କବି ସମ୍ମିଳନୀରେ ଓଡ଼ିଅା ଭାଷାର ଏକକ ପ୍ରତିନିଧିତ୍ୱ କରିଥିଲେ । [୪] ୨୦୧୪ ମସିହାରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରି ସେ ସ୍ଵାମୀ ଗୁରୁ ରୂପାନନ୍ଦ ସରସ୍ଵତୀ ଭାବେ ପରିଚିତ ହୋଇଥିଲେ [୫] ଓ ଭୁବନେଶ୍ଵରସ୍ଥ "ବିଶୁଦ୍ଧାନନ୍ଦ ସାରସ୍ଵତ ସଂଘ" ମନ୍ଦିରରେ ପତ୍ନୀ କିରଣବାଳା ରଥଙ୍କ ସହ ସନ୍ୟାସୀ ଭାବରେ ଅବସ୍ଥାନ କରୁଥିଲେ । [୬] ପୁଣେରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୃଦ୍‌ଘାତ ଯୋଗୁଁ ୨୦୧୬ ଡିସେମ୍ବର ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ[ସମ୍ପାଦନା]

୧୯୮୦ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ଏକଲା ମଣିଷ ପ୍ରକାଶ ପାଇଥିଲା । ଏପର୍ଯ୍ୟନ୍ତ ତାଙ୍କର ପାଞ୍ଚଟି କବିତା ସଂକଳନ ପ୍ରକାଶିତ ହୋଇସାରିଛି । ପ୍ରତି ଦଶବର୍ଷର ଜୀବନ ଶୈଳୀକୁ ନେଇ ସେ କବିତା ସଂକଳନ ରଚନା କରୁଥିଲେ । [୭]

  • ବିହ୍ଵଳ ବେଳାଭୂମି, ୨୦୧୩
  • ବିପୁଳ ଦିଗନ୍ତ, ୨୦୧୦
  • କୁନିପୁଅ ଓ ନିଷ୍ପାପ ସକାଳ, ୨୦୦୦
  • କେତେଦୂର, ୧୯୯୦
  • ଏକଲା ମଣିଷ, ୧୯୮୦

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ (ବିପୁଳ ଦିଗନ୍ତ)[୮]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ (କୁନିପୁଅ ଓ ନିଷ୍ପାପ ସକାଳ) [୯] [୧୦]
  • ଝଙ୍କାର କବିତା ପୁରସ୍କାର, ୧୯୮୪
  • ମାତୃଭୂମି ସହକାର ସମ୍ୱର୍ଦ୍ଧନା
  • ଗୋକର୍ଣ୍ଣିିକା ସମ୍ମାନ
  • ବର୍ଣ୍ଣମାଳା ସର୍ବଭାରତୀୟ କବି ସମ୍ମିଳନୀ
  • ଯଦୁମଣି ସାହିତ୍ୟ ସଂସଦ ସମ୍ୱର୍ଦ୍ଧନା
  • ସମ୍ୱଲପୁର ପୁସ୍ତକମେଳା ସମ୍ୱର୍ଦ୍ଧନା
  • ରାଉରକେଲା ଅାଦର୍ଶ ପାଠକର ସମ୍ୱର୍ଦ୍ଧନା
  • ଶ୍ରୀବଳଦେବ ସମ୍ମାନ

ଆଧାର[ସମ୍ପାଦନା]

  1. "ସାହିତ୍ୟିକ ଗୋପାଳକୃଷ୍ଣଙ୍କ ପରଲୋକ". ଧରିତ୍ରୀ. http://www.dharitri.com/Sambalpur/311216/p1.htm. Retrieved 31 December 2016. 
  2. "Kendra Sahitya Akademi for Gopal Rath". Indian Express. http://www.newindianexpress.com/states/odisha/Kendra-Sahitya-Akademi-for-Gopal-Rath/2014/12/20/article2580161.ece. Retrieved 20 ଡିସେମ୍ବର 2014. 
  3. "କବି ଗୋପାଳକୃଷ୍ଣ ରଥଙ୍କ ପରଲୋକ". ସମ୍ବାଦ ୩୧/୧୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୩. http://www.sambadepaper.com/Details.aspx?id=318080&boxid=25637283. Retrieved 31 December 2016. 
  4. "ଗୋପାଳ କୃଷ୍ଣ ରଥଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର" (PDF). ସମ୍ବାଦ, ସମ୍ବଲପୁର ସଂସ୍କରଣ. Retrieved 20 December 2014. 
  5. http://sambadepaper.com/Details.aspx?id=131510&boxid=23934452
  6. ସମାଜ ୨୧ ଡିସେମ୍ବର ୨୦୧୪, ପୃଷ୍ଠା: ୩
  7. "ଗୋପାଳକୃଷ୍ଣ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ (ସମ୍ବଲପୁର ସଂସ୍କରଣ). Retrieved 20 December 2014. 
  8. "AKADEMI AWARDS (1955-2016)". ସାହିତ୍ୟ ଏକାଡେମୀ. Retrieved 6 January 2017. 
  9. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 December 2016. 
  10. ପ୍ରମେୟ ୨୦/୧୨/୨୦୧୪ ପୃଷ୍ଠା ୧ ଓ ୭.