ଗୁରୁ ପ୍ରସାଦ ମହାନ୍ତି
Jump to navigation
Jump to search
ଜନ୍ମ ଓ ଜନ୍ମସ୍ଥାନ | ୧୯୨୪ |
---|---|
ମୃତ୍ୟୁ | ଅଗଷ୍ଟ ୨୬, ୨୦୦୪[୧] |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷା | ଇଂରାଜୀରେ ସ୍ନାତକୋତ୍ତର |
ସାହିତ୍ୟ କୃତି | ସମୁଦ୍ର ସ୍ନାନ ଓ ପାତାଳପୁରୀର ହାଲଚାଲ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନ ସାଥି | ଆଶାମଞ୍ଜରୀ ମହାନ୍ତି |
ଜ୍ଞାତି କୁଟୁମ୍ବ | କାହ୍ନୁ ଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତି |
ଗୁରୁ ପ୍ରସାଦ ମହାନ୍ତି (୧୯୨୪-୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮), ଗଳ୍ପ ସଂକଳନ ବିଧ୍ୱସ୍ଥ କଳିକା, ଭ୍ରମଣ ସାହିତ୍ୟ ଦୂର ସୀମାନ୍ତର ପାରେ ଓ ପାତାଳପୁରୀର ହାଲଚାଲ ଆଦି ଅନ୍ୟତମ ।[୨] ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର[୩] ଓ ୧୯୯୦ରେ ଭ୍ରମଣ କାହାଣୀ ପାତାଳପୁରୀର ହାଲଚାଲ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୪] ପ୍ରଦାନ କରାଯାଇଥିଲା ।[୫]
ଜୀବନୀ[ସମ୍ପାଦନା]
ଗୁରୁ ପ୍ରସାଦ ମହାନ୍ତି କଟକ ଜିଲ୍ଲାର ନାଗବଳିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣାଶୁଣା ଲେଖକ ଗୋପୀନାଥ ମହାନ୍ତିଙ୍କ ପୁତୁରା ।
ରଚନାବଳୀ[ସମ୍ପାଦନା]
ଗୁରୁ ପ୍ରସାଦ ମହାନ୍ତିଙ୍କ ରଚନା ଇଂରାଜୀ କବି ଟି.ଏସ୍. ଇଲିଅଟ୍ଙ୍କଦ୍ୱାରା ଅନେକାଂଶରେ ପ୍ରଭାବିତ ।[୫]
କବିତା[ସମ୍ପାଦନା]
- ନୂତନ କବିତା (୧୯୫୫)
- କାଳପୁରୁଷ (୧୯୬୦)
- ସମୁଦ୍ର ସ୍ନାନ (୧୯୭୦)
- ଆଶ୍ଚର୍ଯ୍ୟ ଅଭିସାର (୧୯୮୮)
- ଅଲକା ସାନ୍ଯାଲ
ଭ୍ରମଣ କାହାଣୀ[ସମ୍ପାଦନା]
- ଦୂର ସୀମାନ୍ତ ପରେ
- ପାତାଳପୁରୀର ହାଲଚାଲ
କାହାଣୀ[ସମ୍ପାଦନା]
- ବିଧ୍ୱସ୍ତ କଳିକା
ବିଜ୍ଞାନ ଲେଖା[ସମ୍ପାଦନା]
- ଭାରତର ବିପନ୍ନ ପ୍ରାଣୀସମୂହ
ଉପନ୍ୟାସ[ସମ୍ପାଦନା]
- ମହୋନବଂଶୀ
ଆଧାର[ସମ୍ପାଦନା]
- ↑ "Chronological Accounts of Orissan History" (PDF). Orissareview (April 2011): 27. Retrieved 21 December 2018.
- ↑ ମାଣିକେଶ୍ୱରୀ (PDF). Odisha Society. p. 156.
- ↑ Sisir Kumar Das (2005). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 580–. ISBN 978-81-7201-798-9.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 21 December 2018.
- ↑ ୫.୦ ୫.୧ ଓଡ଼ିଶା ଡାଇରି. କମ୍