ଗୁରୁ ପ୍ରସାଦ ମହାନ୍ତି
ଗୁରୁ ପ୍ରସାଦ ମହାନ୍ତି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୬ ଜୁଲାଇ ୧୯୨୪ ନାଗବଳି, କଟକ ଜିଲ୍ଲା |
| ମୃତ୍ୟୁ | ୨୬ ଅଗଷ୍ଟ ୨୦୦୪ (ବୟସ ୮୦)[୧] |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ଶିକ୍ଷା | ଇଂରାଜୀରେ ସ୍ନାତକୋତ୍ତର |
| ସାହିତ୍ୟ କୃତି | ସମୁଦ୍ର ସ୍ନାନ |
| ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
| ଜୀବନସାଥୀ | ଆଶାମଞ୍ଜରୀ ମହାନ୍ତି |
| ସମ୍ପର୍କୀୟ | କାହ୍ନୁ ଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତି |
ଗୁରୁ ପ୍ରସାଦ ମହାନ୍ତି (୧୬ ଜୁଲାଇ ୧୯୨୪ - ୨୬ ଅଗଷ୍ଟ ୨୦୦୪) ଜଣେ ଓଡ଼ିଆ କବି ଥିଲେ । ତାଙ୍କର କେତେକ ଜଣାଶୁଣା କବିତା ସଂକଳନ ଭିତରୁ ନୂତନ କବିତା (୧୯୫୫), ସମୁଦ୍ର ସ୍ନାନ (୧୯୭୦) ଓ ଆଶ୍ଚର୍ଯ୍ୟ ଅଭିସାର (୧୯୮୮) ଆଦି ଅନ୍ୟତମ ।[୨] ୧୯୭୩ରେ ତାଙ୍କୁ ସମୁଦ୍ର ସ୍ନାନ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୩] ଗୁରୁ ପ୍ରସାଦ ମହାନ୍ତିଙ୍କ ସମ୍ପର୍କରେ ଗବେଷକ ଓ ସାହିତ୍ୟିକ ଡକ୍ଟର ସନ୍ତୋଷ କୁମାର ନାୟକ କହନ୍ତି, "ଓଡ଼ିଆ କବିତା କ୍ଷେତ୍ରରେ ନବ୍ୟ-ଆଧୁନିକତାର ପ୍ରକୃତ ପ୍ରବର୍ତ୍ତକ ହେଉଛନ୍ତି କବି ମେଜର ଗୁରୁ ପ୍ରସାଦ ମହାନ୍ତି । ସେ ଏକାଧାରରେ ଜଣେ ମେଜର୍ (ଏନ୍.ସି.ସି. ଶିକ୍ଷକ ଭାବରେ) ଓ କବି ଥିବା କଥା ଯେତିକି ସତ, ସ୍ୱାଧୀନତୋତ୍ତର ଓଡ଼ିଆ କବିତା କ୍ଷେତ୍ରରେ ଯେ ଜଣେ ମେଜର୍ ପୋଏଟ୍ ବା ପ୍ରମୁଖ କବି ଥିଲେ - ଏକଥା ମଧ୍ୟ ସେତିକି ସତ।"
ଜୀବନୀ
[ସମ୍ପାଦନା]ଗୁରୁ ପ୍ରସାଦ ମହାନ୍ତି ୧୯୨୪ ଜୁଲାଇ ୧୬ (ଗୁରୁ ପୂର୍ଣ୍ଣିମା) ଦିନ କଟକ ଜିଲ୍ଲାର ନାଗବଳିଠାରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ଜଣାଶୁଣା ଲେଖକ କାହ୍ନୁଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତିଙ୍କ ପୁତୁରା ।
ରଚନାବଳୀ
[ସମ୍ପାଦନା]ଗୁରୁ ପ୍ରସାଦ ମହାନ୍ତିଙ୍କ ରଚନା ଇଂରାଜୀ କବି ଟି.ଏସ୍. ଏଲିଅଟ୍ଙ୍କଦ୍ୱାରା ଅନେକାଂଶରେ ପ୍ରଭାବିତ ।
କବିତା ସଂକଳନ
[ସମ୍ପାଦନା]- ନୂତନ କବିତା (୧୯୫୫)
- ସମୁଦ୍ର ସ୍ନାନ (୧୯୭୦)
- ଆଶ୍ଚର୍ଯ୍ୟ ଅଭିସାର (୧୯୮୮)
- କବିତା ସମଗ୍ର (୧୯୯୫; ନୂତନ କବିତା, ସମୁଦ୍ର ସ୍ନାନ ଓ ଆଶ୍ଚର୍ଯ୍ୟ ଅଭିସାର ପ୍ରମୁଖ ସଙ୍କଳନସ୍ଥ ଓ ପରବର୍ତ୍ତୀ ୭୮ଟି କବିତା)
- ଗୁରୁପ୍ରସାଦ କବିତା (୨୦୦୫)
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସମୁଦ୍ରସ୍ନାନ
ଆଧାର
[ସମ୍ପାଦନା]- ↑ "Chronological Accounts of Orissan History" (PDF). Orissareview (April 2011): 27. Archived from the original (PDF) on 20 October 2020. Retrieved 21 December 2018.
- ↑ ମାଣିକେଶ୍ୱରୀ (PDF). Odisha Society. p. 156. Archived from the original (PDF) on 2016-03-04. Retrieved 2015-09-16.
- ↑ Sisir Kumar Das (2005). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 580–. ISBN 978-81-7201-798-9.
- ↑ Nayak, Santosh Kumar. "A Coup D'œil At the Life and Literature of Guruprasad Mohanty" (PDF). World Wide Journal of Multidiscip linary Research and Development. Retrieved 12 September 2022.