ଗୋଦାବରୀଶ ମିଶ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପଣ୍ଡିତ
ଗୋଦାବରୀଶ ମିଶ୍ର
Godabarisha Mishra.png
ଜନ୍ମ ୨୬ ଅକ୍ଟୋବର ୧୮୮୬(1886-10-26)
ଶ୍ରୀନିବାସପୁର ଶାସନ, ବାଣପୁର, ପୁରୀ
ମୃତ୍ୟୁ ୨୬ ଜୁଲାଇ, ୧୯୫୬ (୬୯ ବର୍ଷ)
ବୃତ୍ତି ଶିକ୍ଷକତା, ରାଜନୀତି
ଭାଷା ଓଡ଼ିଆ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶିକ୍ଷା ସ୍ନାତକୋତ୍ତର (ଅର୍ଥନୀତି), ବି.ଟି.
ଶିକ୍ଷାନୁଷ୍ଠାନ କଲିକତା ବିଶ୍ଵବିଦ୍ୟାଳୟ
ସାହିତ୍ୟ କୃତିs ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬[୧] - ୨୬ ଜୁଲାଇ ୧୯୫୬[୨]) ଶ୍ରୀନିବାସପୁର ଶାସନ, ବାଣପୁର, ପୁରୀରେ[୩] ଜନ୍ମିତ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।[୪] ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ ।[୫]

ଜୀବନୀ[ସମ୍ପାଦନା]

ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଗୋଦାବରୀଶ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କରି ଉଦ୍ୟମରେ ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାଲାଭ କରିଥିଲେ ମଧ୍ୟ, ସେ କୁଳପତି ହେବାର ସ୍ଵଭାଗ୍ୟରୁ ବଞ୍ଚିତ ହୋଇଥିଲେ ।

ରଚନାବଳୀ[ସମ୍ପାଦନା]

ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ । ସେ 'ଘଟାନ୍ତର', 'ଅଭାଗିନୀ', 'ଅଠର ଶହ ସତର'ଓ 'ନିବାସିତ' ଉପନ୍ୟାସର ସ୍ରଷ୍ଟା । ତାଙ୍କର ଅଭାଗିନୀ ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ । ଅନ୍ୟ ଉପନ୍ୟାସଗୁଡିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ । ଆତ୍ମଜୀବନୀ ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନର[୬] ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୫୮ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗାଥା କବିତା ସଙ୍କଳନ[ସମ୍ପାଦନା]

  • ଆଲେଖିକା

ଗାଥା କବିତା[ସମ୍ପାଦନା]

  • କାଳିଜାଈ
  • ଅଭିରାମ ସିଂହ
  • ଧରଣୀଧର

ଗୀତି କବିତା[ସମ୍ପାଦନା]

  • କାଶୀଯାତ୍ରୀ
  • ନିଦାଘ ସରସୀ
  • ସଞ୍ଜୋଇ ତୀରେ
  • ସକାଳ

ଉପନ୍ୟାସ[ସମ୍ପାଦନା]

  • ଘଟାନ୍ତର
  • ଅଭାଗିନୀ - ୧୯୧୨ ("ହିଉଗୋ"ଙ୍କ ଲେସ ମିଜରେବ୍ଲସ (Les Miserables)ର ଓଡ଼ିଆରେ ରୂପାନ୍ତର)[୭]
  • ୧୮୧୭

ନାଟକ[ସମ୍ପାଦନା]

  • ପୁରୁଷୋତ୍ତମ ଦେବ
  • ମୁକୁନ୍ଦଦେବ

ଆତ୍ମଜୀବନି[ସମ୍ପାଦନା]

  • ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮ (ମରଣୋତ୍ତର 'ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ପାଇଁ)

ଆଧାର[ସମ୍ପାଦନା]

  1. "ଆଜି ଜନ୍ମଦିନ". ସମ୍ବାଦା ୧୬/୧୦/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪. http://www.sambadepaper.com/Details.aspx?id=297827&boxid=24933767. Retrieved 26 October 2016. 
  2. EMINENT LITERARY LUMINARIES OF ORISSA (PDF). odisha.gov.in. p. ୨୯୭. Retrieved ୧ January ୨୦୧୭. Died on July ୨୬, ୧୯୫୬ 
  3. http://www.shreekhetra.com/legend.html
  4. Amaresh Datta (୧୯୮୮). Encyclopaedia of Indian Literature. Sahitya Akademi. pp. ୧୫୯୧–. ISBN ୯୭୮-୮୧-୨୬୦-୧୧୯୪-୦. 
  5. Encyclopaedia of Education, Culture and Children's Literature: v. ୩. Indian culture and education. Deep & Deep Publications. ୨୦୦୯. pp. ୧୭୪–. ISBN ୯୭୮-୮୧-୮୪୫୦-୧୫୦-୬. 
  6. http://odisha.gov.in/e-magazine/Orissareview/2013/jun/engpdf/34-38.pdf
  7. Changing the Terms, Translating in the Postcolonial Era. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000)

ଅଧିକ ତଥ୍ୟ[ସମ୍ପାଦନା]