ବଂଶୀଧର ଷଡ଼ଙ୍ଗୀ
Jump to navigation
Jump to search
ବଂଶୀଧର ଷଡ଼ଙ୍ଗୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ରାଏରଙ୍ଗ, ଖୋର୍ଦ୍ଧା | ୪ ଡିସେମ୍ବର ୧୯୪୦
ଗୁହାଳପଡ଼ା, ନିମାପଡ଼ା | |
ଜାତୀୟତା | ଭାରତୀୟ |
ଜୀବନସାଥି | କବିତା ମିଶ୍ର |
ସନ୍ତାନ | ଇପ୍ସିତା |
ବଂଶୀଧର ଷଡ଼ଙ୍ଗୀ(ଜନ୍ମ : ୪ ଡିସେମ୍ବର ୧୯୪୦), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ କବି ।[୧]
ବଂଶୀଧର, ଖୋର୍ଦ୍ଧା ଜିଲ୍ଲାର ରାଏରଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ୧୯୫୮ମସିହାରେ ମାଟ୍ରିକ, ୧୯୬୩ରେ ସ୍ନାତକ ଓ ୧୯୬୬ରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ହାସଲ କରିଥିଲେ । ୧୯୭୦ ମସିହାରେ ସେ କବିତାଙ୍କୁ ବିବାହ କରିଥିଲେ । ୧୯୬୭ ମସିହାରେ ସେ ନିମାପଡ଼ା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ନିମାପଡ଼ାର ଗୁହାଳପଡ଼ାଠାରେ ସେ ସ୍ଥାୟୀ ଭାବରେ ବସବାସ କରନ୍ତି ।[୩]
ସାହିତ୍ୟ ସର୍ଜନା[ସମ୍ପାଦନା]
ବଂଶୀଧରଙ୍କର ପ୍ରଥମ କବିତା ଥିଲା "ଗୋଟିଏ ସନ୍ଧ୍ୟା", ମନୋଜ ଦାସଙ୍କ ସମ୍ପାଦିତ "ଦିଗନ୍ତ" ପତ୍ରିକାର ୧୯୬୦ ମସିହାର ଅକ୍ଟୋବର-ନଭେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲା ।[୪] ତାଙ୍କର ପ୍ରଥମ କବିତା ପୁସ୍ତକ "ସମୟ ଅସମୟ" ୧୯୭୭ ମସିହାରେ "ଲାର୍କ ବୁକ୍ସ"ଦ୍ୱାରା ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ କବିତା ପୁସ୍ତକ ଗୁଡିକ ହେଲା :
- ସମୟ ଅସମୟ - ୧୯୭୭(ଲାର୍କ ବୁକ୍ସ)
- ସ୍ଥବିର ଅଶ୍ୱାରୋହୀ - ୧୯୮୦(ଫ୍ରେଣ୍ଡ୍ସ ପବ୍ଲିସରସ)
- ଶବରୀଚର୍ଯ୍ୟା - ୧୯୮୯(ଫ୍ରେଣ୍ଡ୍ସ ପବ୍ଲିସରସ)
- ଛାୟା ଦର୍ଶନ - ୧୯୯୫(ଆର୍ଯ୍ୟ ପ୍ରକାଶନୀ)
- ଶୂନ୍ୟ ସଂହିତା ଓ ଅନ୍ୟାନ୍ୟ କବିତା - ୧୯୯୮(ଆର୍ଯ୍ୟ ପ୍ରକାଶନୀ)
- ସ୍ୱରୋଦୟ - ୨୦୦୪(ଅପୂର୍ବା ପ୍ରକାଶନୀ)[୫]
- ଆଉ କେତେ ବାଟ - ୨୦୧୩(ଲେଖାଲେଖୀ ପ୍ରକାଶନୀ)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୧(ଶବରୀଚର୍ଯ୍ୟା ପାଇଁ)
- କୋଣାର୍କ ସାହିତ୍ୟ ସମ୍ମାନ - ୨୦୦୨[୬]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬(ସ୍ୱରୋଦୟ ପାଇଁ)[୭][୮]
ଆଧାର[ସମ୍ପାଦନା]
- ↑ Civacaṅkari (1998). Knit India Through Literature: The East. Eastwest Books (Madras). ISBN 978-81-86852-63-7.
- ↑ K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୧୦-୨୩ ପୃଷ୍ଠା ୭. Retrieved 22 December 2016.
- ↑ Sahitya Akademi (2006). Annual Report. Sahitya Akademi.
- ↑ "meet the author" (PDF). sahitya-akademi.gov.in. Retrieved 20 July 2018.
- ↑ Khanna & Verma (1 September 2010). Ever Latest General Knowledge 2013. Upkar Prakashan. pp. 35–. ISBN 978-81-7482-025-9.
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ୫-୧୮ ୨୦୧୬ ପୃଷ୍ଠା ୨.
|access-date=
requires|url=
(help)