ଅନନ୍ତ ପଟ୍ଟନାୟକ
ଅନନ୍ତ ପଟ୍ଟନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଚଣାହାଟ, ପୁରୀ ଜିଲ୍ଲା | ୧୧ ଜୁନ ୧୯୧୨
ମୃତ୍ୟୁ | ୧୯୮୭ |
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ଅବାନ୍ତର (କବିତା ସଂକଳନ) |
ଜୀବନସାଥୀ | ନୀରଦପ୍ରଭା ପଟ୍ଟନାୟକ |
ସମ୍ପର୍କୀୟ | ବ୍ରହ୍ମୋତ୍ରୀ ମହାନ୍ତି (ଭଉଣୀ)[୧] ଅମରେଶ ପଟ୍ଟନାୟକ (ପୁଅ) |
ଅନନ୍ତ ପଟ୍ଟନାୟକ (୧୧ ଜୁନ ୧୯୧୨-୧୯୮୭)[୨] ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସପ୍ତଶଯ୍ୟାର ସେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୩]
ଜୀବନୀ[ସମ୍ପାଦନା]
ଅନନ୍ତ ୧୯୧୨ ମସିହା ଜୁନମାସ ୧୧ତାରିଖ ଦିନ ପୁରୀ ଜିଲ୍ଲାର ଚଣାହାଟଠାରେ ଜନ୍ମଗ୍ରହଣ କରିଥିଲେ ।[୪] ପିଲାଦିନରୁ ସେ ନିଜ ମାତାପିତାଙ୍କୁ ହରାଇଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ସମୟରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସ୍କୁଲର କୌଣସି ପତ୍ରିକା ପ୍ରକାଶ ପାଉନଥିଲା । ଶିକ୍ଷକମାନଙ୍କୁ କହି, ସେ "ଛାତ୍ରବନ୍ଧୁ" ନାମକ ପତ୍ରିକା ପ୍ରକାଶନା ଆରମ୍ଭ କରିଥିଲେ । ପତ୍ରିକାର ସମ୍ପାଦକ ମଧ୍ୟ ସେ ନିଜେ ଥିଲେ । ୧୯୩୦ରେ ସେ ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ବୈପ୍ଲବିକ କବିତା ଲେଖୁଥିବାରୁ ରେଭେନ୍ସା ମହାବିଦ୍ୟାଳୟରେ ତାଙ୍କୁ ପଢ଼ିବାରୁ ବଞ୍ଚିତ କରାଗଲା । ଏହି ସମୟରେ ସେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ ଓ ବୈପ୍ଲବିକ ଗୀତ ଗାଇ ସଂଗ୍ରାମୀମାନଙ୍କର ଉତ୍ସାହ ବର୍ଦ୍ଧନ କରୁଥିଲେ । ୧୯୩୧ରେ ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟରେ ଦାଖଲା ମିଳିଥିଲା । ଏଠାରେ ସେ ବାମପନ୍ଥୀ ଚିନ୍ତାଧାର ପ୍ରତି ଆକର୍ଷିତ ହୋଇଥିଲେ । ଓଡ଼ିଶାରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । "ନବଯୁଗ ସାହିତ୍ୟ ସଂସଦ" ଏହି ଦଳର ଏକ ଅନୁଷ୍ଠାନ ଥିଲା ଓ ଏହି ଅନୁଷ୍ଠାନ ପତ୍ରିକାର ପରିଚାଳନା ସମ୍ପାଦକ ଦାୟିତ୍ୱ ଅନନ୍ତ ନିର୍ବାହ କରୁଥିଲେ । ଛଅ ମାସ ପ୍ରକାଶ ପାଇବା ପରେ, ଏହି ପତ୍ରିକା ବନ୍ଦ ହୋଇ ଯାଇଥିଲା । 'ଅତନୁ', 'ବୋଧିସତ୍ତ୍ୱ', 'କୁମାରୀ ଯଶୋଧାରା', 'ପ୍ରାୟଦର୍ଶୀ' ଆଦି ଛଦ୍ମନାମରେ ସେ ଏହି ପତ୍ରିକାରେ ଲେଖୁଥିଲେ ।
ରଚନାବଳୀ[ସମ୍ପାଦନା]
- ଅବାନ୍ତର (କବିତା ସଂକଳନ)
- ରକ୍ତଶିଖା (କବିତା ସଂକଳନ)
- ଛାଇର ଛିଟା (କବିତା ସଂକଳନ)
- ଅଲୋଡ଼ା ଲୋଡ଼ା (କବିତା ସଂକଳନ)
- ଶାନ୍ତି ଶିଖା (କବିତା ସଂକଳନ)
- ତର୍ପଣ କରେ ଆଜି (କବିତା ସଂକଳନ)
- କିଞ୍ଚିତ (କବିତା ସଂକଳନ)
- ଛବିଟିଏକୁ ଗପଟିଏ (ଶିଶୁ ସାହିତ୍ୟ)
- କସରା ଘୋଡ଼ା (ଶିଶୁ ସାହିତ୍ୟ)
- ରାବଣ (ନାଟକ)
- ଚିର ଅନ୍ଧାର ରାତି (ନାଟକ)
ଅନୁବାଦ[ସମ୍ପାଦନା]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୦[୬]
- ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର, ୧୯୬୫
ଆଧାର[ସମ୍ପାଦନା]
- ↑ Chakra, Shyamhari. "A Poet who defied the conventional". The New Indian Express. Retrieved 1 September 2016.
- ↑ "ANANTA PATNAIK". OrissaDiary. Retrieved 28 February 2015.[permanent dead link]
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ. ସମ୍ବାଦ. ୧୧ ଜୁନ ୨୦୨୦. pp. ୨. Archived from the original on 13 June 2021. Retrieved 11 June 2020.
{{cite news}}
: Check date values in:|date=
(help) - ↑ Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13June 2021.
{{cite web}}
: Check date values in:|accessdate=
(help)