ଭୁବନେଶ୍ୱର

ଉଇକିପିଡ଼ିଆ ରୁ
Jump to navigation Jump to search
ଭୁବନେଶ୍ୱର
ମହାନଗର ନିଗମ
Jaydev vihar.jpg
Rajpath.JPGIITBBS.jpg
ORISSA SECRETARIAT.jpgDhauilgiri Stupa top.jpg
Rama Mandira Bhubaneswar Odisha1.JPGLingaraj Temple bbsr8.jpg
Nickname(s): 
ମନ୍ଦିର ମାଳିନୀ ନଗର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ସରକାର
 • ପ୍ରକାରମହାନଗର ନିଗମ
 • ପରିଚାଳନାଭୁବନେଶ୍ୱର ମହାନଗର ନିଗମ (ବିଏମସି)୧୯୯୪ରୁ
 • ମହାନଗରପାଳ (ମେୟର)ଅନନ୍ତ ନାରାୟଣ ଜେନା (ବିଜଦ)
 • ମୁନିସିପାଲ କମିଶନରମନୋଜ କୁମାର ମହାନ୍ତି[୧] (ଭାପ୍ରାସେ)
 • ପୁଲିସ କମିଶନରରାଜେନ୍ଦ୍ର ପ୍ରସାଦ ଶର୍ମା [୨](ଭାପ୍ରାସେ)
କ୍ଷେତ୍ରଫଳ
 • ମହାନଗର ନିଗମ135 km2 (52 sq mi)
 • ନଗର
393.57 km2 (151.96 sq mi)
Elevation
45 m (148 ft)
ଜନସଂଖ୍ୟା
 (୨୦୧୧)[୩]
 • ମହାନଗର ନିଗମ୮,୩୭,୭୩୭
 • କ୍ରମାଙ୍କ୫୬
 • ଘନତା4800/km2 (12,000/sq mi)
 • ମହାନଗର୮୮୧,୯୮୮
ଭାଷା
 • ସରକାରୀଓଡ଼ିଆ
English
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
୭୫୧ ୦xx
ଟେଲିଫୋନ କୋଡ଼୦୬୭୪
ଗାଡ଼ି ପଞ୍ଜିକରଣOD-02/OD-33
ଜାତିସଂଘ ସ୍ଥାନ କୋଡ଼IN BBI
ୱେବସାଇଟwww.bmc.gov.in

ଭୁବନେଶ୍ୱର About this soundଭୁବନେଶ୍ୱର  ଓଡ଼ିଶାର ରାଜଧାନୀ ଅଟେ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା । ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି|[୫] ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଅଛି । ପୂର୍ବ ଭାରତରେ ପୁରୀ, କୋଣାର୍କଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଅଛି ।[୬]

ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଆଧୁନିକ ସହରର ଶୈଳୀ ଜର୍ମାନୀର ଓଟୋ କୋନିସବର୍ଗରଙ୍କଦ୍ୱାରା ନିର୍ମିତ । ସେ ଜାମସେଦପୁରଚଣ୍ଡୀଗଡ଼ ସହରର ନିର୍ମାଣ ଶୈଳୀ ମଧ୍ୟ କରିଥିଲେ । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି(Twin City) ବା ଦୈତ ସ‌ହ‌ର ଭାବେ ଜଣାଶୁଣା । ଏହି ସହର ୨୦୧୧ ଅନୁସାରେ ମୋଟ ୧୦.୪୦ ଲକ୍ଷ ଲୋକଙ୍କୁ ନେଇ ଗଠିତ ।[୭] ଭୁବନେଶ୍ୱରକୁ Tier-2 ସହର ଭାବେ ଶ୍ରେଣୀବିଭକ୍ତ କରାଯାଇଛି ।

ପ୍ରତିଷ୍ଠା[ସମ୍ପାଦନା]

୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର "ଅଟୋ କଏନ୍ସବର୍ଗର" (Otto Konigsberger)। ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଦିନ, "ଭୁବନେଶ୍ୱର ପ୍ରତିଷ୍ଠା ଦିବସ" ଭାବରେ ପାଳନ କରାଯାଏ ।

ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା । ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ୱର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଦା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)" ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା ।

ଇତିହାସ[ସମ୍ପାଦନା]

ଭୁବନେଶ୍ୱର ସହରର ଉଭୟ ପୁରାତନ ଏବଂ ଆଧୁନିକ ଇତିହାସ ରହିଅଛି । ପୁରାତନ ଇତିହାସ ୩ ହଜାର ବର୍ଷ ତଳର ଏବଂ ଆଧୁନିକ ସହର ୧୯୪୮ରୁ ଆରମ୍ଭ ହୋଇ ଅଛି । ଖ୍ରୀଷ୍ଟପୂର୍ବ ୩୦୦ରେ କଳିଙ୍ଗ ଯୁଦ୍ଧରେ ଭୁବନେଶ୍ୱରର ନାମ ଉଲ୍ଲେଖ କରାଯାଇଥିଲା ଯାହାକି ପରେ ସ୍ଥାପିତ ହୋଇଥିବା ଧଉଳି ଶାନ୍ତିସ୍ତୁପ ନିକଟରେ ହୋଇଥିଲା । ଖାରବେଳଙ୍କଦ୍ୱାରା ଉଦୟଗିରି ଏବଂ ଖଣ୍ଡଗିରିରେ ହୋଇଥିବା କାରୁକାର୍ଯ୍ୟ ଦେଖିବାକୁ ମିଳେ । ଜୈନ ଏବଂ ବୁଦ୍ଧଙ୍କର ବିଭିନ୍ନ ଐତିହାସିକ ଚିହ୍ନ ଦେଖିବାକୁ ମିଳେ । କଳିଙ୍ଗ ରାଜୁତି କାଳରେ ଏହା ରାଜଧାନୀ ଥିଲା ।

ହଜାର ବର୍ଷର ଐତିହାସକ ନଗର କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ତତ୍ ସନ୍ନିକଟ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ ଭାବେ ଗ୍ରହଣ କରାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା । ସେହିଦିନଠାରୁ ବୟସ ବଢ଼ିବା ସହ ନୂଆ ରାଜଧାନୀର କଳେବର ଆଶାତୀତ ଭାବେ ବଢ଼ି ବଢ଼ି ଚାଲିଛି । ପୁରାଣ ଯୁଗରୁ ଏକାମ୍ର କ୍ଷେତ୍ର ଶିକ୍ଷା, ସଂସ୍କୃତି, ଐତିହ୍ୟ, ପ୍ରତ୍ନତାତ୍ତିକ, ଐତିହାସିକ ଅନୁଭବ ଦୃଷ୍ଟିରୁ ନିଜର ସ୍ୱତନ୍ତ୍ରତା ବଜାୟ ରଖି ଆସିଛି । ପଦ୍ମ ପୁରାଣ, ଏକାମ୍ର ପୁରାଣ, ଶିବ ପୁରାଣ, କପିଳ ସଂହିତା, ଶିବ ସଂହିତା, ପ୍ରାଚୀ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ଏକାମ୍ର କ୍ଷେତ୍ରର ମାହାତ୍ମ୍ୟ ବିସ୍ତୃତ ଭାବେ ବର୍ଣ୍ଣିତ । ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ପୂର୍ବରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱର କଳିଙ୍ଗ ସାମ୍ରାଜ୍ୟର ଶାସନ, ପ୍ରଶାସନ, ଶିକ୍ଷା, ସଂସ୍କୃତି ଓ ସଭ୍ୟତାର କେନ୍ଦ୍ରବିନ୍ଦୁ ଥିଲା । କପିଳେଶ୍ୱର ଶିଳାଲିପିରୁ ଏହା ସୁସ୍ପଷ୍ଟ ଯେ ଶାକ୍ୟ ମୁନି ବୁଦ୍ଧଙ୍କ ଜନ୍ମସ୍ଥଳୀ, କର୍ମସ୍ଥଳୀ, ବୌଦ୍ଧ ସଂସ୍କୃତିର ଅଭିବୃଦ୍ଧି, ପ୍ରମୁଖ ପ୍ରଚାର, ପ୍ରସାରର ସ୍ଥଳୀ କଳିଙ୍ଗ ହିଁ ଥିଲା । କଳିଙ୍ଗର ସାଧବ ଭଲ୍ଲିକ ଓ ତପଷୁ, ସମଗ୍ର ବିଶ୍ୱରେ ପ୍ରବୁଦ୍ଧ ବୁଦ୍ଧଙ୍କର ସର୍ବପ୍ରଥମ ଶିଷ୍ୟର ସୌଭାଗ୍ୟ ପ୍ରାପ୍ତ ହୋଇଥିଲ । କଳିଙ୍ଗର ବୀରତ୍ୱ, ବୈଭବ, ପାଟଳୀପୁତ୍ର (ବର୍ତ୍ତମାନର ବିହାର ) ନରେଶ ଅଶୋକଙ୍କୁ ବିଶ୍ୱବିଦିତ କଳିଙ୍ଗ ଯୁଦ୍ଧର ବିଭୀଷିକା ରଚନା କରିବାକୁ ପ୍ରବର୍ତ୍ତାଇ ଥିଲା । ଏକାମ୍ର କ୍ଷେତ୍ର, କପିଳେଶ୍ୱର ଆଦି ମୁଖ୍ୟସ୍ଥାନ ସମୂହ ଲୁମ୍ବାଇ ପ୍ରଗଣା ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଅଶୋକ ଏହା ଜ୍ଞାତ ହୋଇ ବୁଦ୍ଧଙ୍କ ଜନ୍ମୋତ୍ସବ ଏଠାରେ ପାଳନ ପୂର୍ବକ ଏକ ଶିଳାଲେଖ ସ୍ଥାପନ କରି ଲୁମ୍ବାଇ ପ୍ରଗଣାର ସମସ୍ତ ଅଧିବାସୀଙ୍କ ରାଜସ୍ୱ ଛାଡ଼ କରିଥିଲେ । ପରେ ପରେ ଐର ଖାରବେଳ, କେଶରୀ ନୃପତିଗଣ ତଥା ଗଙ୍ଗବଂଶୀ ନରେଶ ସମୂହ ଭୁବନେଶ୍ୱରକୁ ନିଜ ନିଜର ରାଜଧାନୀ ରୂପେ ଗ୍ରହଣ କରି ନେଇଥିଲେ । ବୌଦ୍ଧ ଯୁଗୀୟ ଶିକ୍ଷାକ୍ଷେତ୍ରରେ ମଧ୍ୟ ଭୁବନେଶ୍ୱର ସନ୍ନିକଟ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ବିଶ୍ୱ ପ୍ରସିଦ୍ଧ ଥିଲା । ଏଠାରୁ ବହୁ ଶିକ୍ଷାଗୁରୁ କଳିଙ୍ଗସାଗର ପଥରେ ସମୁାତ୍ରା ଦ୍ୱୀପସ୍ଥ ଶ୍ରୀବିଜୟ ବିଶ୍ୱବିଦ୍ୟାଳୟକୁ ଯାଇ ଚୀନ, ଜାପାନ, ବର୍ମା, ଥାଇଲାଣ୍ଡ ଆଦି ଦେଶର ଶିକ୍ଷାର୍ଥୀମାନଙ୍କୁ ଯୋଗଦର୍ଶନ ଶିକ୍ଷାଦାନ କରୁଥିଲେ ।

ପ୍ରାକୃତିକ ପରିବେଶ ଦୃଷ୍ଟିରୁ ଏକାମ୍ର କ୍ଷେତ୍ରର ଏକ ସ୍ୱତନ୍ତ୍ରତା ଥିଲା । ଆମ୍ବ, ପଣସ, ଜାମୁ, ନିମ୍ବ, କରଞ୍ଜ, ବର, ବେଲ, ଅଶ୍ୱତ୍ଥ, କୋଚିଲା, ବଉଳ, ତମାଳ, ଚମ୍ପା, ଅଶୋକ, ନାଗେଶ୍ୱର, ଅନନ୍ତ ନାଗେଶ୍ୱର, ଉଦୁମ୍ବର ଆଦି ଦେବ ବୃକ୍ଷରେ ଭୁବନେଶ୍ୱର ପରିପୂର୍ଣ୍ଣ ଥିଲା । ଦୁର୍ଲଭ ପଶୁ ପକ୍ଷୀ ସମ୍ପଦଭରା ଏକାମ୍ର ବନାନୀର ବର୍ଣ୍ଣନା ଗଦାଧର ରାୟଙ୍କ ଗଳ୍ପମାଳାରେ ପ୍ରଚାରିତ ହୋଇ ଉତ୍କଳୀୟ ପାଠକମାନଙ୍କୁ ଅନେକ ସୂଚନା ପ୍ରଦାନ କରିସାରିଛି ।

ଭୁବନେଶ୍ୱରର ଏହି ପୂର୍ବ ଐତିହ୍ୟ ସ୍ମରଣ କରି ନୂଆ ରାଜଧାନୀ ସ୍ଥାପନ ନିମନ୍ତେ ସମସ୍ତ ସାଧନର ସହଜ ଉପଲବ୍ଧକୁ ବିଚାରକୁ ନିଆଯାଇ ଓଡ଼ିଶା ବିଧାନ ସଭାର ସମସ୍ତ ସଭ୍ୟ ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ଦେବା ପାଇଁ ୧୯୪୬ ସେପ୍ଟେମ୍ବର ୩୦ ଅଧିବେଶନରେ ଏକ ପ୍ରସ୍ତାବ ଗୃହୀତ କରାଇ ନେଲେ । ୧୯୪୮ ଏପ୍ରିଲ ୧୩ ତାରିଖ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇ ଚଣ୍ଡୀଗଡ଼ ସହର ପରି ଏକ ଭବ୍ୟ ସହର ପରିକଳ୍ପନା କରାଗଲା ଓ କେନ୍ଦ୍ର ସରକାରଙ୍କଠାରୁ ୧ କେଟି ୮୫ ଲକ୍ଷ ଟଙ୍କାର ଅନୁଦାନ କାମନା କରାଗଲା । ଶିଶୁ ବୃକ୍ଷଟି ଆଜି ବିଶାଳ ବୃକ୍ଷରେ ପରିବର୍ତ୍ତିତ ହୋଇ ଆଶାତୀତ ଭାବେ କଳେବର ବୃଦ୍ଧି କରିଚାଲଛିି ।

ସହରର ଶିକ୍ଷା ବିଷୟକୁ ବିଚାରକୁ ନେଲେ ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରକୁ ଲାଗି ୧୯୪୦ ମସିହାରୁ "ଭକ୍ତ କବି ମଧୁସୂଦନ ବିଦ୍ୟାପୀଠ' ନାମରେ ଏକ ଉଚ୍ଚ ବିଦ୍ୟାଳୟ ଏଠାରେ ସ୍ଥାପିତା ପରେ ପରେ ୧୯୫୦ ମସିହାରେ ରାଜଧାନୀରେ ସର୍ବପ୍ରଥମ ଉଚ୍ଚ ବିଦ୍ୟାଳୟ ୟୁନିଟ-୨ ସର୍ଦ୍ଦାର ପଟେଲ ହଲ ସନ୍ନିକଟରେ ସ୍ଥାପିତ ହୋଇଥିଲା । ଆବଶ୍ୟକତାକୁ ଉପଲବ୍ଧ କରି ବକ୍ସିଜଗବନ୍ଧୁ ମହାବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଗୋଟିକ ପରେ ଗୋଟିଏ ଗଢ଼ି ଉଠିଲା । ନୂଆ ରାଜଧାନୀରେ ଶୈଶବରେ ବିଧାନ ସଭା, ସର୍ଦ୍ଦାର ପଟେଲ ହଲରେ ଓ ପ୍ରଶାସନିକ ବ୍ୟବସ୍ଥା ବର୍ତ୍ତମାନର ମାର୍କେଟ ବିଲ୍ଡିଂ ଗୃହରେ ପରିଚାଳିତ ହେଉଥିଲା । ଆଦ୍ୟ ଅବସ୍ଥାରେ ଲିଙ୍ଗରାଜ ଥାନା, ଲିଙ୍ଗରାଜ ହାଟ ସହଯୋଗର କେନ୍ଦ୍ରବିନ୍ଦୁ ଥିଲା । ଧୀରେ ଧୀରେ ନୂଆ ସଚିବାଳୟ ଭବନ, ଓଡ଼ିଶା ବିଧାନ ସୌଧ , ଡାକସେବା ଭବନ, ରାଜ୍ୟ ସଂଗ୍ରହାଳୟ ଭବନ, ରାଜଭବନ ଆଦି ଭବ୍ୟ ରୂପରେ ଆବର୍ଭିାବ ହେଲା ।[୮]

ଭୁବନେଶ୍ୱର ଯଥାକ୍ରମେ ଏନଏସି ୧୯୪୮ରୁ, ମୁନିସିପଲିଟି ୧୯୭୯ରୁ, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧିନରେ ୧୯୯୪ରୁ ପରିଚାଳିତ ହେଉଛି ।[୯]

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ । ସହର ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ଯାଇଥାଏ । ଏହା ସମୁଦ୍ର ପତ୍ତନଠାରୁ ୪୫ ମିଟର(୧୪୮ ଫୁଟ) ଉଚ୍ଚତାରେ ଅବସ୍ଥିତ । [୧୦] ଏହି ସହର ଦୟାନଦୀ ଏବଂ କୁଆଖାଇ ନଦୀ ମଧ୍ୟରେ ଅବସ୍ଥିତ ।

ପାଣିପାଗ[ସମ୍ପାଦନା]

ରାଜନୀତି[ସମ୍ପାଦନା]

ଅର୍ଥନୀତି[ସମ୍ପାଦନା]

ଭୁବନେଶ୍ୱର ଏକ ପ୍ରଶାସନିକ, ସୂଚନା ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ପର୍ଯ୍ୟଟନ ସହର ଅଟେ। ଭୁବନେଶ୍ୱର ରାଜ୍ୟ ତଥା ପୂର୍ବ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ, ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଏବଂ ବାଣିଜ୍ୟିକ କେନ୍ଦ୍ର ଭାବରେ ଉଭା ହୋଇଛି। ୨୦୧୧ରେ ପ୍ରାୟ ୧୨‌ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ପର୍ଯ୍ୟଟନ ଏକ ପ୍ରମୁଖ ଶିଳ୍ପ ଅଟେ। ଭୁବନେଶ୍ୱର ଏକ ବାହ୍ୟ ଶିଳ୍ପ କ୍ଷେତ୍ର ସହିତ ଏକ ଆବାସିକ ସହର ଭାବରେ ପରିକଳ୍ପନା କରାଯାଇଥିଲା | 1990 ଦଶକ ପର୍ଯ୍ୟନ୍ତ ଅର୍ଥନୀତିରେ କିଛି ପ୍ରମୁଖ ଖେଳାଳି ରହିଥିଲେ ଏବଂ ଖୁଚୁରା ଏବଂ କ୍ଷୁଦ୍ର ଉତ୍ପାଦନଦ୍ୱାରା ପ୍ରାଧାନ୍ୟ ବିସ୍ତାର କରିଥିଲେ | ୧୯୯୦ ଦଶକରେ ଭାରତ ସରକାର ଗ୍ରହଣ କରିଥିବା ଆର୍ଥିକ ଉଦାରିକରଣ ନୀତି ସହିତ ଭୁବନେଶ୍ୱର ଟେଲି ଯୋଗାଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଏବଂ ଉଚ୍ଚଶିକ୍ଷାରେ ପୁଞ୍ଜି ବିନିଯୋଗ କରିଥିଲା।

2001 ସୁଦ୍ଧା, ସହରର ପ୍ରାୟ 2.15% ଶ୍ରମିକ ପ୍ରାଥମିକ କ୍ଷେତ୍ରରେ (କୃଷି, ଜଙ୍ଗଲ, ଖଣି ଇତ୍ୟାଦି) ନିୟୋଜିତ ହୋଇଥିଲେ;  2.18% ଦଳୀୟ କ୍ଷେତ୍ରରେ (ଶିଳ୍ପ ଏବଂ ଉତ୍ପାଦନ) କାର୍ଯ୍ୟ କରିଥିଲେ;  ଏବଂ 95.67% ତୃତୀୟ କ୍ଷେତ୍ର (ସେବା ଶିଳ୍ପ)ରେ କାର୍ଯ୍ୟ କରିଥିଲେ |

2011 ରେ, ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆର ଏକ ଅଧ୍ୟୟନ ଅନୁଯାୟୀ, ଭାରତର 17 ଟି-୨ ସହର ମଧ୍ୟରେ ଭୁବନେଶ୍ୱରରେ ନିଯୁକ୍ତି ଅଭିବୃଦ୍ଧି ହାର ସର୍ବାଧିକ ଥିଲା।  ଜନସଂଖ୍ୟା, ଶାରୀରିକ, ସାମାଜିକ ତଥା ରିଅଲ୍ ଇଷ୍ଟେଟ୍ ଭିତ୍ତିଭୂମି, ଅର୍ଥନ level ତିକ କାର୍ଯ୍ୟକଳାପର ସାମ୍ପ୍ରତିକ ସ୍ତର ଏବଂ ପରିସର ତଥା ସରକାରୀ ସହାୟତା ପରି କୁଶମାନ ଏବଂ ୱାକଫିଲ୍ଡ ଦ୍ India ାରା ଏହା ଭାରତର ଶ୍ରେଷ୍ଠ ଦଶଟି ଉଦୀୟମାନ ସହର ମଧ୍ୟରେ ତାଲିକାଭୁକ୍ତ ହୋଇଛି।  2012 ରେ, ବିଶ୍ Bank ବ୍ୟାଙ୍କ ଦ୍ a ାରା ବ୍ୟବସାୟ ଆରମ୍ଭ ତଥା ପରିଚାଳନା କରିବାରେ ଭୁବନେଶ୍ୱର ଭାରତୀୟ ସହର ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିଲା।  ଭୁବନେଶ୍ୱର ପାରମ୍ପାରିକ ଭାବରେ ହସ୍ତତନ୍ତ ଶିଳ୍ପରେ ରହିଆସିଛି, ଯେଉଁଥିରେ ରୂପା ଫିଲିଗ୍ରି କାମ, ଆପ୍ଲିକ୍ କାମ, ପଥର ଏବଂ କାଠ ଖୋଦନ ଏବଂ ପାଟା ଚିତ୍ର, ଯାହା ସହରର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ |  2000 ଦଶକର ଶେଷ ଭାଗରେ ରିଅଲ୍ ଇଷ୍ଟେଟ୍, ଭିତ୍ତିଭୂମି, ଖୁଚୁରା ଏବଂ ଆତିଥ୍ୟ କ୍ଷେତ୍ରରେ ପୁଞ୍ଜି ବିନିଯୋଗର ବୃଦ୍ଧି ଘଟିଥିଲା;  ଅନେକ ସପିଂ ମଲ୍ ଏବଂ ସଂଗଠିତ ଖୁଚୁରା ଭୁବନେଶ୍ୱରରେ ଆଉଟଲେଟ୍ ଖୋଲିଥିଲା। [39] [40] [41] [42]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱର ସହରର ଲୋକସଂଖ୍ୟା ୮,୩୭,୭୩୭ ଓ ଭୁବନେଶ୍ୱର ନଗରାଞ୍ଚଳର ଲୋକସଂଖ୍ୟା ୮,୮୧,୯୮୮ । [୧୧]

ଯାତାୟତ[ସମ୍ପାଦନା]

ସଡ଼କ ପଥ[ସମ୍ପାଦନା]

ଜୟଦେବ ବିହାର

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରରେ ଅବସ୍ଥିତ । ଭୁବନେଶ୍ୱର ବସଷ୍ଟାଣ୍ଡଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳି ଠାରୁ ୮ କି.ମି ଦୁର ବରମୁଣ୍ଡାଠାରେ ଅବସ୍ଥିତ । ଭୁବନେଶ୍ୱର ଦେଶର ଅନ୍ୟ ସହର ସହିତ ଜାତୀୟ ରାଜପଥ ୫ ଓ ଜାତୀୟ ରାଜପଥ ୨୦୩ଦ୍ୱାରା ଯୋଡ଼ି ହୋଇଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯାତାୟତ କରିବା ନିମନ୍ତେ ସିଟି ବସ ଏବଂ ଅଟୋରିକ୍ସାର ସୁବିଧା ରହିଛି । ସିଟି ବସ ସେବା ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ କରିବା ସହ ଭୁବନେଶ୍ୱରକୁ କଟକ ଏବଂ ପୁରୀ ସହିତ ଯୋଡୁଛି । ଟ୍ରାଫିକ ନିୟନ୍ତ୍ରଣ ରକ୍ଷା କରିବା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ନିୟନ୍ତ୍ରଣ କେନ୍ଦ୍ର ରହିଛି ।

ଏକ ବସ ରହିବା ସ୍ଥାନରେ ଓଦା ଏବଂ ଶୁଖିଲା ଆବର୍ଜନା ପକାଇବାକୁ ତିଆରି ହୋଇଥିବା ଡଷ୍ଟବିନ

ରେଳ ପଥ[ସମ୍ପାଦନା]

ବି.ଡି.ଏ. କାର୍ଯ୍ୟାଳୟ

ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ରେଳଷ୍ଟେସନ ଭାରତର ଉନ୍ନତ ରେଳଷ୍ଟେସନ ମଧ୍ୟରୁ ଅନ୍ୟତମ । ଭୁବନେଶ୍ୱରର ମୁଖ୍ୟ ରେଳଷ୍ଟେସନଟି ଭୁବନେଶ୍ୱରର କେନ୍ଦ୍ର ସ୍ଥଳରେ ଅବସ୍ଥିତ, ଏହା ଭୁବନେଶ୍ୱରକୁ ଭାରତର ଅନ୍ୟ ସହର ସହିତ ଯୋଗା ଯୋଗ କରାଏ । ଭୁବନେଶ୍ୱର ସହର ମଧ୍ୟରେ ୫ ଗୋଟି ରେଳଷ୍ଟେସନ ଅବସ୍ଥିତ । ନିମ୍ନ ପ୍ରଦତ୍ତ ରେଳଷ୍ଟେସନ ଗୁଡିକ ମଧ୍ୟରୁ ବାଣୀବିହାର ରେଳଷ୍ଟେସନ( ମାଷ୍ଟର କ୍ୟାନ୍ଟିନ ରେଳଷ୍ଟେସନ )ଟି ପ୍ରଧାନ. ଯାହା ବାଣୀବିହାର ଛକ ଥାରୁ ପ୍ରାୟ ୩ କିମି ଦୁରରେ ଅବସ୍ଥିତ. ସେଗୁଡିକ ହେଉଛି :

ଆକାଶ ପଥ[ସମ୍ପାଦନା]

ବିଜୁ ପଟ୍ଟନାୟକ ବିମାନ ବନ୍ଦର

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଟି ଓଡ଼ିଶାର ସର୍ବବୃହତ ବିମାନ ବନ୍ଦର ଅଟେ । ଏହି ବିମାନ ବନ୍ଦରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳ ଠାରୁ ମାତ୍ର ୩ କି.ମି ଦୁରରେ ଅବସ୍ଥିତ । [୧୨][୧୩][୧୪]

ଶିକ୍ଷା ବ୍ୟବସ୍ଥା[ସମ୍ପାଦନା]

ଭୁବନେଶ୍ୱର, ସମଗ୍ର ପୂର୍ବ ଭାରତରେ ଏକ ବଡ଼ ଶିକ୍ଷା କେନ୍ଦ୍ର ଭାବରେ ଉଭା ହୋଇଛି । ପାରମ୍ପାରିକ ଶିକ୍ଷା ସହ ବହୁ ବୈଷୟିକ ଅନୁଷ୍ଠାନ ଉଭୟ ସରକାରୀ ଓ ଘରୋଇ ସ୍ଥରରେ ଗଢିଉଠିଛି । ସେ ଗୁଡିକ ମଧ୍ୟରେ ଆଇ.ଆଇ.ଟି, ଆଇ.ଆଇ.ଆଇ.ଟି, ଆଇ.ଆଇ.ଏମ, ନାଇଜର, ଏମ୍ସ,ଏନ.ଆଇ.ଏଫ.ଟି ଆଦି ଅନ୍ୟତମ । [୧୫]

ସଂସ୍କୃତି ଓ ପରମ୍ପରା[ସମ୍ପାଦନା]

ଗାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ନୂଆ ବିଏମସି କମିଶନରଙ୍କ ଦାୟିତ୍ୱ ଗ୍ରହଣ". Retrieved 12 May 2015.
  2. http://bhubaneswarcuttackpolice.gov.in/organizational_structure.php
  3. "Cities having population 1 lakh and above" (PDF). Census of India, Government of India. Retrieved 2 November 2011.
  4. "Urban Agglomerations/Cities having population 1 lakh and above" (PDF). Census of India, Government of India. Retrieved 2 November 2011.
  5. Jon T. Lang. A concise history of modern architecture in India. Page 38.
  6. Ramesh Prasad Mohapatra, Archaeology in Orissa, Vol I, Page 47, B. R. Publishing Corporation, Delhi, 1986, ISBN 81-7018-346-4
  7. Preface of the Comprehensive Development Plan for the Bhubaneswar-Cuttack Urban Complex
  8. ମିଶ୍ର, ତ୍ରିଲୋଚନ. "ରାଜଧାନୀ ଭୁବନେଶ୍ୱର : ଶୈଶବରୁ ଏଯାବତ". ଉତ୍କଳ ପ୍ରସଙ୍ଗ. ୧୨ (ଅପ୍ରେଲ ୨୦୧୫): ୫୩, ୫୪. |access-date= requires |url= (help)
  9. http://bmc.gov.in/About.aspx?lnk=1&PL=2
  10. "City Development Plan: Bhubaneswar" (PDF). JNNURM, Government of India. Retrieved 14 December 2012.
  11. Bhubaneswar (Bhubaneswar Town) City
  12. http://www.orissalinks.com/orissagrowth/archives/671
  13. http://www.bhubaneswarairport.com/php/showNews.php?newsid=374&linkid=1052
  14. http://www.constructionupdate.com/News.aspx?nId=7ns+hLinJBtJyr9sda3NMA==
  15. ସମ୍ବାଦ ୧୩/୦୪/୨୦୧୫ ପୃଷ୍ଠା ୧୨ରେ ପ୍ରକାଶିତ ପ୍ରସଙ୍ଗ "ଆମ ରାଜଧାନୀ ସହର"

ଅଧିକ ତଥ୍ୟ[ସମ୍ପାଦନା]