କୁଞ୍ଜବିହାରୀ ଦାଶ
ଲୋକରତ୍ନ କୁଞ୍ଜବିହାରୀ ଦାଶ | |
---|---|
ଜନ୍ମ | ରେଞ୍ଚଶାସନ, ନିମାପଡ଼ା, ପୁରୀ ଜିଲ୍ଲା | ୭ ମାର୍ଚ୍ଚ ୧୯୧୪
ମୃତ୍ୟୁ | ୧୪ ମାର୍ଚ୍ଚ ୧୯୯୪ | (ବୟସ ୮୦)
ଜାତୀୟତା | ଭାରତୀୟ |
କୁଞ୍ଜବିହାରୀ ଦାଶ, (୭ ମାର୍ଚ୍ଚ ୧୯୧୪ - ୧୪ ମାର୍ଚ୍ଚ ୧୯୯୪) କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ।[୧] ଅଧ୍ୟାପନା ଥିଲା ତାଙ୍କ ବୃତ୍ତି । ଜଣେ ସାରସ୍ୱତ ସଂଗଠକ ଭାବରେ, ସେ ବହୁ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।
କୁଞ୍ଜବିହାରୀ ୧୯୧୪ମସିହାରେ ନିମାପଡ଼ା ନିକଟସ୍ଥ ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ ।[୨] ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଟିଉସନ କରି ସେ ନିଜ ଶିକ୍ଷାଖର୍ଚ୍ଚ ମେଣ୍ଟାଉଥିଲେ । କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ତିନୋଟି ସ୍ୱର୍ଣ୍ଣ ମୁଦ୍ରା ଓ ଦୁଇ ଶହ ଟଙ୍କା ପୁରସ୍କାର ମିଳିଥିଲା । କିଶୋର ବୟସରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । "ଲାବଣ୍ୟ କୁସୁମ" ଥିଲା ତାଙ୍କ ଲିଖିତ ପ୍ରଥମ କାବ୍ୟ ।[୩] କ୍ରମେ ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ସେ ଲେଖନି ଚାଳନା କରିଥିଲେ । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । "ଓଡ଼ିଆ ଲୋକଗୀତ ଓ କାହାଣୀ" ଉପରେ ଗବେଷଣା କରି, ସେ ନିଜ ପି.ଏଚ.ଡି ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।
୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ କୁଞ୍ଜବିହାରୀଙ୍କର ତିରୋଧାନ ଘଟିଥିଲା ।
ସାହିତ୍ୟ ସର୍ଜନା[ସମ୍ପାଦନା]
- ଆମେରିକାରୁ ଇଉରୋପ ଆଫ୍ରିକା
- ମୋ ସ୍ୱପ୍ନର କାଶ୍ମୀର
- ମୋ କାହାଣୀ (ଆତ୍ମଜୀବନୀ)
- କନକଲତାର ଲୁହ
- ମାଟି ଓ ଲାଠି[୪]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୫-୬୭ (ଆମେରିକାରୁ ୟୁରୋପ୍ ଆଫ୍ରିକା ପାଇଁ)[୫]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - (ମୋ କାହାଣୀ ପାଇଁ), ୧୯୭୯
- କଲକତା ଏକାଡେମୀ ଅଫ୍ ଫୋକଲୋରଦ୍ୱାରା "ଲୋକରତ୍ନ" ଉପାଧି, ୧୯୭୮[୬]
ଆଧାର[ସମ୍ପାଦନା]
- ↑ Himadri Banerjee (2003). The Other Sikhs: A View from Eastern India. Manohar. ISBN 978-81-7304-495-3.
- ↑ K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୭/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. Retrieved 17 March 2017.
- ↑ Amaresh Datta (1988). Encyclopaedia of Indian Literature. Sahitya Akademi. pp. 1592–. ISBN 978-81-260-1194-0.
- ↑ http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ ସମ୍ବାଦ ୧୪/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬ରେ ପ୍ରକାଶିତ "ଲୋକରତ୍ନ କୁଞ୍ଜବିହାରୀ"