ବିଜୟ ମିଶ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିଜୟ ମିଶ୍ର
ଭୁବନେଶ୍ୱରରେ ବିଜୟ ମିଶ୍ର ।
ଭୁବନେଶ୍ୱରରେ ବିଜୟ ମିଶ୍ର ।
ଜନ୍ମ ଓ ଜନ୍ମସ୍ଥାନ ବିଜୟ କୁମାର ମିଶ୍ର
୧୬ ଜୁଲାଇ ୧୯୩୬ (1936-07-16) (୮୦ ବର୍ଷ)
ସନ୍ତରାଗଡ଼ିଆ,ନୀଳଗିରି,ବାଲେଶ୍ଵର
ଜାତୀୟତା ଭାରତୀୟ
ଶିକ୍ଷା ଡିପ୍ଲୋମା ଇଞ୍ଜିନିୟରିଂ
ଶିକ୍ଷାନୁଷ୍ଠାନ ନୀଳଗିରି ହାଇସ୍କୁଲ, ଫକୀର ମୋହନ କଲେଜ
ପ୍ରସିଦ୍ଧି ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ
ହିନ୍ଦୁ ଧର୍ମ
ବାପା ମା ହରିହର ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଜୟ ମିଶ୍ର (ଜନ୍ମ ୧୬ଜୁଲାଇ ୧୯୩୬)[୧] ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ।[୨][୩][୪][୫] ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଛନ୍ତି । [୬] ଶ୍ରୀ ମିଶ୍ର, ଏଯାବତ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିସାରିଛନ୍ତି । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମ‌ସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।[୭]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ପିତା ହରିହର ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ଜନ୍ମିତ ବିଜୟ କୁମାରଙ୍କ ଗ୍ରାମ ସନ୍ତରା ଗାଡ଼ିଆଠାରେ ଏକ ନାଟ୍ୟ ଦଳ ରହିଥିଲା ଓ ସେମାନେ ତାଙ୍କରି ଘରେ ନାଟକ ଅଭ୍ୟାସ କରୁଥିଲେ । ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ବିଜୟ କୁମାର, ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି, ବାଲେଶ୍ଵରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢିଥିଲେ । ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ।

ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା 'ପଞ୍ଚଜନ୍ୟ' ପତ୍ରିକାରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ ।

ପେଶାଦାର ଜୀବନ[ସମ୍ପାଦନା]

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ,ସେ ନିଜର ପ୍ରଥମ ନାଟକ, 'ଜନନୀ' ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରିନଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳ ଦ୍ଵାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ଧରି ସଫଳତାର ସହ ମଞ୍ଚସ୍ଥ ହୋଇଥିଲା ।[୮] ପରବର୍ତ୍ତୀ ସମୟରେ ଏହା ଏକ ଚଳଚିତ୍ରର ରୂପ ନେଇଥିଲା । ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ଏହା ତାଙ୍କର ପ୍ରଥମ ଚଳଚିତ୍ର ଥିଲା । ଅକ୍ଷୟ ମହାନ୍ତିହେମନ୍ତ ଦାସଙ୍କ ସହ ମିଶି, ତ୍ରିମୁର୍ତ୍ତୀ ନାମରେ ସେ, ଏହି ଚଳଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ କରିଥିଲେ ।

ନାଟକ[ସମ୍ପାଦନା]

ନାଟକ ମୂଳ ଉତ୍ସ ରଚନା/ମଞ୍ଚନ ଅନୁଷ୍ଠାନ ନିର୍ଦ୍ଦେଶକ
ଜନନୀ ୧୯୬୦ ଜୁନ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ଏକାକୀ ୧୯୬୧/୬୨ ମହନଦୀ କ୍ଳବ କଟକ ରବି ମହାପାତ୍ର
ଅଶାନ୍ତ ଗ୍ରହ ୧୯୬୪ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ତିମିର ତୀର୍ଥ ନରୱେ ନାଟ୍ୟକାର ହେନେରିକ୍ ଇବସନଙ୍କ
'ଦି ଘୋଷ୍ଟ'
୧୯୬୫ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ପ୍ରତୀକ୍ଷା ୧୯୬୬ ଅନ୍ନପୂର୍ଣ୍ଣା-ଥିଏଟର ବି କଟକ ସାମୁଏଲ ସାହୁ
ଆର୍ତ୍ତନାଦ ୧୯୬୫/୬୬ ଶ୍ରୀମା ଥିଏଟର ଶରତ ମହାନ୍ତି
ହେ ସ୍ଵର୍ଗ ବିଦାୟ ୧୯୬୭ ସାଳେନ୍ଦ୍ରୀ ରିକ୍ରିଏସନ କ୍ଳବ
ଶବ ବାହକ ମାନେ ୧୯୬୮ ଫ୍ରେଣ୍ଡସ ଇଉନିୟନ୍ କ୍ଳବ ଅଜୟ ମହାନ୍ତି
ଯାଯାବର ୧୯୬୮ ଜନତା ରଙ୍ଗମଞ୍ଚ କଟକ ନଟବର ଶେଣ
ଏଠି ସେଠି ସବୁଠି ୧୯୭୦ ଜନତା ରଙ୍ଗମଞ୍ଚ କଟକ ଶରତ ମହାନ୍ତି
ସାଗର ତୀରେ ୧୯୭୦ ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) ଶରତ ମହାନ୍ତି
ଅସତ୍ୟ ସହର ୧୯୭୦ ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) ଦୁଃଖୀରାମ ସ୍ଵାଇଁ
କଥାଟିଏ କହୁଁ ଜର୍ମାନୀ ଲେଖକ ବରଟୋଲ୍ଡ ବ୍ରେସଟ ୧୯୭୦ ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ) ଦୁଃଖୀରାମ ସ୍ଵାଇଁ
ଚନ୍ଦ୍ରଚୋରି ୧୯୬୮ କୁମ୍ଭକାର(ଭୁବନେଶ୍ଵର) ଧୀରେନ ଦାଶ
ଲଗ୍ନ ୧୯୬୯ କୃଷି ବିଦ୍ୟାଳୟ(ଭୁବନେଶ୍ଵର) ଧୀରେନ ଦାଶ
ହଂସ ବଳକା ଭି.ଏସ୍.ଏସ୍. ମେଡିକାଲ କଲେଜ(ବୁର୍ଲା) ଡା଼ ଶ୍ରୀକାନ୍ତ ଦାସ
ଆହ୍ଵାନ ବ୍ରହ୍ମପୁର ମେଡିକାଲ କଲେଜ ଡା଼ ଶ୍ରୀକାନ୍ତ ଦାସ
ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ ୧୯୭୨ ଉତ୍ତର ପୁରୁଷ(ଭୁବନେଶ୍ଵର) ଅସୀମ ବସୁ
ଯାଦୁକର ୧୯୭୫ ଉତ୍ତର ପୁରୁଷ(ଭୁବନେଶ୍ଵର) ଅନନ୍ତ ମହାପାତ୍ର
ତଟ ନିରଞ୍ଜନା ୧୯୭୮ ଏବଂ ଆମେ(ଭୁବନେଶ୍ଵର) ଅସୀମ ବସୁ
ଜଣେ ରାଜା ଥିଲେ ଏବଂ ଆମେ(ଭୁବନେଶ୍ଵର) ସଚ୍ଚି ଦାସ
ବାଦଶା ୧୯୮୨ ଏବଂ ଆମେ(ଭୁବନେଶ୍ଵର) ସଚ୍ଚି ଦାସ
ସାକ୍ଷୀ ଇତିହାସ ଗୋଦାବରୀଶ ମିଶ୍ରଙ୍କ ଉପନ୍ୟାସ '୧୮୧୭' ଓ
ଚାର୍ଲସ୍ ଡିକେଲ୍ସଙ୍କ 'ଟେଲ୍ ଓ ଟୁ ସିଟିସ୍'
୧୯୮୦ ଅର୍ଥ ବିଭାଗ ସାଂସ୍କୃତିକ ପରିଷଦ ବିପ୍ରସିଂ
ଚୋର ପୁଲିସ ଖେଳ ଜର୍ମାନ ନାଟ୍ୟକାର ବରଗୋଲ୍ଟ
ବ୍ରେସଟଙ୍କ 'ଥ୍ରୀ'
ବିପ୍ରସିଂ
ଧର୍ମାବତାର ଡୁରେନ୍ ମଟିସଙ୍କ ଗଳ୍ପ 'ଦ ଟ୍ରାପ' ୧୯୮୮ ଅର୍ଥ ବିଭାଗ ସାଂସ୍କୃତିକ ପରିଷଦ ବିପ୍ରସିଂ
ବନ୍ଦୀ ଆନ୍ଥୋନୀ ହୋପଙ୍କ 'ପ୍ରୀଜନର୍ ଓ ଜେଣ୍ଡା' ୧୯୮୫ ଚିଫ ଇଞ୍ଜିନିୟର ଇରିଗେସନ ଅସୀମ ବସୁ
ଫେରିବାର ସମୟ ଋଷୀୟ ଲେଖକ ଫିଏଜର ଦସ୍ତୋଭିସ୍କିଙ୍କ
'ଇଡିଅଟ'
୨୦୧୧ ଚିଫ ଇଞ୍ଜିନିୟର ଇରିଗେସନ ଅସୀମ ବସୁ
ଅଜ୍ଞାତ ବାସ ୧୯୯୧/୯୨ ଏବଂ ଆମେ(ଭୁବନେଶ୍ଵର) ଅଜିତ ଦାସ
ପାଣୁ ନାୟକର ଜମାନବନ୍ଦୀ ଭିକ୍ଟୋର ହ୍ୟୁଗୋଙ୍କ 'ଲା ମିଜରେବୁଲ୍' ଓ
ଗୋଦାବରୀଶ ମିଶ୍ରଙ୍କ 'ଅଭାଗିନୀ'
୧୯୯୧/୯୨ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ନାଟକ ବିଭାଗ
ଅଜିତ ଦାସ
ଯନ୍ତା ଆଗାଥେ ଖ୍ରୀଷ୍ଟେଙ୍କ 'ମାଉସ ଟ୍ରାପ' ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ଅନନ୍ତ ମହାପାତ୍ର
ତା ପରେ ଯମୁନାରେ
କଣ ହେଲା
ଜର୍ଜ ବର୍ଣ୍ଣାଡ ଶଙ୍କ 'ପିଗମିଲନ' ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ ପ୍ରସନ୍ନ ମିଶ୍ର
ଭୋକ ଟେନିସ ଉଇଲିଅମଙ୍କର
'ସଡନଲି ଲାଷ୍ଟ ସମର'
୧୯୯୪ କ୍ୟାପିଟାଲ ହସ୍ପିଟାଲ ବିଜୟ ମିଶ୍ର
ଛ' ମାଣ ଆଠ ଗୁଣ୍ଠ ଫକୀର ମୋହନ ସେନାପତିଙ୍କର ଉପନ୍ୟାସ ୨୦୦୭ 'ଅଜିତ'(ଭୁବନେଶ୍ଵର) ଅଜିତ ଦାସ
ଶାସ୍ତି କାହ୍ନୁ ଚରଣ ମହାନ୍ତିଙ୍କର ଉପନ୍ୟାସ ୨୦୦୮ 'ଅଜିତ'(ଭୁବନେଶ୍ଵର) ଅଜିତ ଦାସ
ଅପବାଦ ୨୦୦୮ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଛାତ୍ରୀ ନିବାସ
ଅଜିତ ଦାସ
ମଲାଜହ୍ନ ଉପେନ୍ଦ୍ର କିଶୋର ଦାସଙ୍କର ଉପନ୍ୟାସ ୨୦୦୯ 'ଅଜିତ'(ଭୁବନେଶ୍ଵର) ଅଜିତ ଦାସ
ଶେଷ ପାହାଚ ୨୦୦୯ ଓଡି଼ଶା ନାଟ୍ୟ ସଂଘ ଅଜିତ ଦାସ
ଜୟଦେବ ୨୦୧୦
ଲାଷ୍ଟ ଟ୍ରେନ ୨୦୧୧ 'ଅଜିତ'(ଭୁବନେଶ୍ଵର) ଅଜିତ ଦାସ
ନାକଟା ଚିତ୍ରକର ଫତୁରାନନ୍ଦଙ୍କର ଉପନ୍ୟାସ ୨୦୧୧ 'ଅଜିତ'(ଭୁବନେଶ୍ଵର) ଅଜିତ ଦାସ

[୯][୧୦]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩[୧୧]
  • ବାଇସ୍କୋପ ପୁରସ୍କାର, ୨୦୧୬[୧୨]

ଆଧାର[ସମ୍ପାଦନା]

  1. "ବିଜୟ ମିଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ. http://www.dharitri.com/epaper/191213/p1.htm. Retrieved 21 November 2016. 
  2. http://orissa.gov.in/literature/drama.htm
  3. Stanley Hochman (୧୯୮୪). McGraw-Hill Encyclopedia of World Drama: An International Reference Work in ୫ Volumes. VNR AG. pp. ୪୦–. ISBN ୯୭୮-୦-୦୭-୦୭୯୧୬୯-୫. Retrieved ୨ May ୨୦୧୩. 
  4. Sisir Kumar Das (୧ January ୧୯୯୫). A History of Indian Literature ୧୯୧୧-୧୯୫୬: Struggle for Freedom: Triumph and Tragedy. Sahitya Akademi. pp. ୬୨୬–. ISBN ୯୭୮-୮୧-୭୨୦୧-୭୯୮-୯. Retrieved ୨ May ୨୦୧୩. 
  5. Mohan Lal (୧୯୯୨). Encyclopaedia of Indian Literature: sasay to zorgot. Sahitya Akademi. pp. ୩୮୫୪–. ISBN ୯୭୮-୮୧-୨୬୦-୧୨୨୧-୩. Retrieved ୨ May ୨୦୧୩. 
  6. Nagendra (୧୯୮୮). Indian literature. Prabhat Prakashan. pp. ୫୦୧–. Retrieved ୨ May ୨୦୧୩. 
  7. "Playwright Bijay Mishra to get Sahitya Akademi award". Odisha Sun Times. 18 December 2013. http://odishasuntimes.com/playwright-bijay-mishra-get-sahitya-akademi-award/. Retrieved 18 December 2013. 
  8. ଧରିତ୍ରୀ ୧୭/୭/୨୦୧୩ ପୃଷ୍ଠା ୧୧ ରେ ପ୍ରକାଶିତ ସାକ୍ଷାତକାର
  9. ତରଙ୍ଗ ଓଡ଼ିଆ ଚ୍ୟାନେଲର ପ୍ରସାରିତ ବୃତ୍ତଚିତ୍ର
  10. 'ସଚିତ୍ର ବିଜୟା' ସେପ୍ଟେମ୍ବର ୨୦୧୧ ମସିହାରେ ପ୍ରକାଶିତ ସୀମନ୍ତ ମହାନ୍ତିଙ୍କର ଲେଖା, '୭୫ ବର୍ଷରେ ବିଜୟ, ୫୦ ବର୍ଷର ବିଜୟ'
  11. "Playwright Bijay Mishra receives Kendra Sahitya Akademi Award". Odisha Sun Times. Retrieved 21 November 2016. 
  12. "ବିଜୟ ମିଶ୍ର ପାଇବେ ବାଇସ୍କୋପ ଆଵାର୍ଡ଼". ଧରିତ୍ରୀ. http://www.dharitri.com/Bhubaneswar/211116/p9.htm. Retrieved 21 November 2016.