Jump to content

ବିଜୟ ମିଶ୍ର

ଉଇକିପିଡ଼ିଆ‌ରୁ
ବିଜୟ ମିଶ୍ର
ଜନ୍ମ
ବିଜୟ କୁମାର ମିଶ୍ର

(1936-07-16)୧୬ ଜୁଲାଇ ୧୯୩୬
ମୃତ୍ୟୁ୨୬ ଅପ୍ରେଲ ୨୦୨୦(2020-04-26) (ବୟସ ୮୩)
ଜାତୀୟତାଭାରତୀୟ
ଶିକ୍ଷାଡିପ୍ଲୋମା ଇଞ୍ଜିନିୟରିଂ
ଶିକ୍ଷାନୁଷ୍ଠାନନୀଳଗିରି ହାଇସ୍କୁଲ, ଫକୀର ମୋହନ କଲେଜ
ପ୍ରସିଦ୍ଧିଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ
ସନ୍ତାନଅନୁପମ ମିଶ୍ର, ଅରିନ୍ଦମ ମିଶ୍ର
ପିତାମାତାହରିହର ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଜୟ ମିଶ୍ର (୧୬ଜୁଲାଇ ୧୯୩୬[] - ୨୬ ଅପ୍ରେଲ ୨୦୨୦) ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ନାଟ୍ୟକାର ଥିଲେ ।[][][][] ସେ ବିଭିନ୍ନ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ରରେ ନାଟ୍ୟକାର, ପଟ୍ଟକଥା ଲେଖକ, ସଂଳାପକାର ଏବଂ ନିର୍ଦ୍ଦେଶକ ଆଦି ଭୂମିକା ନିଭାଇଥିଲେ ।[] ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ । ତାଙ୍କର ନାଟ୍ୟ ପୁସ୍ତକ ବାନପ୍ରସ୍ଥ ନିମନ୍ତେ ବିଜୟ ମିଶ୍ର ୨୦୧୩ ମ‌ସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନୀତ ହୋଇଥିଲେ ।[]

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ପିତା ହରିହର ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କଠାରୁ ଜନ୍ମିତ ବିଜୟ କୁମାରଙ୍କ ଗ୍ରାମ ସନ୍ତରା ଗାଡ଼ିଆଠାରେ ଏକ ନାଟ୍ୟ ଦଳ ରହିଥିଲା ଓ ସେମାନେ ତାଙ୍କରି ଘରେ ନାଟକ ଅଭ୍ୟାସ କରୁଥିଲେ । ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ । ବିଜୟ କୁମାର, ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ୍ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ । ଏହାପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ ।

ହାଇସ୍କୁଲର ହାତଲେଖା ପତ୍ରିକା ତଥା ଇଞ୍ଜିନିୟରିଂ ସ୍କୁଲରୁ ପ୍ରକାଶ ପାଉଥିବା 'ପଞ୍ଚଜନ୍ୟ' ପତ୍ରିକାରୁ ସେ ଲେଖା ଲେଖି ଆରମ୍ଭ କରିଥିଲେ ।

ପେଶାଦାର ଜୀବନ

[ସମ୍ପାଦନା]

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ, ସେ ନିଜର ପ୍ରଥମ ନାଟକ, 'ଜନନୀ' ରଚନା କରିଥିଲେ । କଟକର ଅନ୍ନପୂର୍ଣ୍ଣା-ବି ଦଳର ପ୍ରଖ୍ୟାତ ନିର୍ଦ୍ଦେଶକ ସାମୁଏଲ ସାହୁ ପ୍ରଥମେ ଏହି ବହିଟିକୁ ପସନ୍ଦ କରିନଥିଲେ ମଧ୍ୟ ପରେ ଏହି ନାଟକଟି ଅନ୍ନପୂର୍ଣ୍ଣା-ବି ଦଳଦ୍ୱାରା ସପ୍ତାହକୁ ୬ ଦିନ କରି, ଏକାଦିକ୍ରମେ ୪ ମାସ ଧରି ସଫଳତାର ସହ ମଞ୍ଚସ୍ଥ ହୋଇଥିଲା ।[] ପରବର୍ତ୍ତୀ ସମୟରେ ଏହା ଏକ ଚଳଚ୍ଚିତ୍ରର ରୂପ ନେଇଥିଲା । ସେହିପରି ଭାବରେ, ତାଙ୍କ ରଚିତ ନାଟକ, ଯାଯାବର ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା । ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତିହେମନ୍ତ ଦାସଙ୍କ ସହ ମିଶି, ତ୍ରିମୁର୍ତ୍ତୀ ନାମରେ ସେ, ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ମଧ୍ୟ କରିଥିଲେ ।

ନାଟକମୂଳ ଉତ୍ସରଚନା/ମଞ୍ଚନଅନୁଷ୍ଠାନନିର୍ଦ୍ଦେଶକ
ଜନନୀ୧୯୬୦ ଜୁନଅନ୍ନପୂର୍ଣ୍ଣା-ଥିଏଟର ବି କଟକସାମୁଏଲ ସାହୁ
ଏକାକୀ୧୯୬୧/୬୨ମହନଦୀ କ୍ଳବ କଟକରବି ମହାପାତ୍ର
ଅଶାନ୍ତ ଗ୍ରହ୧୯୬୪ଅନ୍ନପୂର୍ଣ୍ଣା-ଥିଏଟର ବି କଟକସାମୁଏଲ ସାହୁ
ତିମିର ତୀର୍ଥନରୱେ ନାଟ୍ୟକାର ହେନେରିକ୍ ଇବସନଙ୍କ
'ଦି ଘୋଷ୍ଟ'
୧୯୬୫ଅନ୍ନପୂର୍ଣ୍ଣା-ଥିଏଟର ବି କଟକସାମୁଏଲ ସାହୁ
ପ୍ରତୀକ୍ଷା୧୯୬୬ଅନ୍ନପୂର୍ଣ୍ଣା-ଥିଏଟର ବି କଟକସାମୁଏଲ ସାହୁ
ଆର୍ତ୍ତନାଦ୧୯୬୫/୬୬ଶ୍ରୀମା ଥିଏଟରଶରତ ମହାନ୍ତି
ହେ ସ୍ୱର୍ଗ ବିଦାୟ୧୯୬୭ସାଳେନ୍ଦ୍ରୀ ରିକ୍ରିଏସନ କ୍ଳବ
ଶବ ବାହକ ମାନେ୧୯୬୮ଫ୍ରେଣ୍ଡସ ଇଉନିୟନ୍ କ୍ଳବଅଜୟ ମହାନ୍ତି
ଯାଯାବର୧୯୬୮ଜନତା ରଙ୍ଗମଞ୍ଚ କଟକନଟବର ଶେଣ
ଏଠି ସେଠି ସବୁଠି୧୯୭୦ଜନତା ରଙ୍ଗମଞ୍ଚ କଟକଶରତ ମହାନ୍ତି
ସାଗର ତୀରେ୧୯୭୦ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ)ଶରତ ମହାନ୍ତି
ଅସତ୍ୟ ସହର୧୯୭୦ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ)ଦୁଃଖୀରାମ ସ୍ୱାଇଁ
କଥାଟିଏ କହୁଁଜର୍ମାନୀ ଲେଖକ ବରଟୋଲ୍ଡ ବ୍ରେସଟ୧୯୭୦ଅନ୍ନପୂର୍ଣ୍ଣା-ଥିଏଟର ଏ(ପୁରୀ)ଦୁଃଖୀରାମ ସ୍ୱାଇଁ
ଚନ୍ଦ୍ରଚୋରି୧୯୬୮କୁମ୍ଭକାର(ଭୁବନେଶ୍ୱର)ଧୀରେନ ଦାଶ
ଲଗ୍ନ୧୯୬୯କୃଷି ବିଦ୍ୟାଳୟ(ଭୁବନେଶ୍ୱର)ଧୀରେନ ଦାଶ
ହଂସ ବଳକାଭି.ଏସ୍.ଏସ୍. ମେଡିକାଲ କଲେଜ(ବୁର୍ଲା)ଡା଼ ଶ୍ରୀକାନ୍ତ ଦାସ
ଆହ୍ୱାନବ୍ରହ୍ମପୁର ମେଡିକାଲ କଲେଜଡା଼ ଶ୍ରୀକାନ୍ତ ଦାସ
ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ୧୯୭୨ଉତ୍ତର ପୁରୁଷ(ଭୁବନେଶ୍ୱର)ଅସୀମ ବସୁ
ଯାଦୁକର୧୯୭୫ଉତ୍ତର ପୁରୁଷ(ଭୁବନେଶ୍ୱର)ଅନନ୍ତ ମହାପାତ୍ର
ତଟ ନିରଞ୍ଜନା୧୯୭୮ଏବଂ ଆମେ(ଭୁବନେଶ୍ୱର)ଅସୀମ ବସୁ
ଜଣେ ରାଜା ଥିଲେଏବଂ ଆମେ(ଭୁବନେଶ୍ୱର)ସଚ୍ଚି ଦାସ
ବାଦଶା୧୯୮୨ଏବଂ ଆମେ(ଭୁବନେଶ୍ୱର)ସଚ୍ଚି ଦାସ
ସାକ୍ଷୀ ଇତିହାସଗୋଦାବରୀଶ ମିଶ୍ରଙ୍କ ଉପନ୍ୟାସ '୧୮୧୭' ଓ
ଚାର୍ଲସ୍ ଡିକେଲ୍ସଙ୍କ 'ଟେଲ୍ ଓ ଟୁ ସିଟିସ୍'
୧୯୮୦ଅର୍ଥ ବିଭାଗ ସାଂସ୍କୃତିକ ପରିଷଦବିପ୍ରସିଂ
ଚୋର ପୁଲିସ ଖେଳଜର୍ମାନ ନାଟ୍ୟକାର ବରଗୋଲ୍ଟ
ବ୍ରେସଟଙ୍କ 'ଥ୍ରୀ'
ବିପ୍ରସିଂ
ଧର୍ମାବତାରଡୁରେନ୍ ମଟିସଙ୍କ ଗଳ୍ପ 'ଦ ଟ୍ରାପ'୧୯୮୮ଅର୍ଥ ବିଭାଗ ସାଂସ୍କୃତିକ ପରିଷଦବିପ୍ରସିଂ
ବନ୍ଦୀଆନ୍ଥୋନୀ ହୋପଙ୍କ 'ପ୍ରୀଜନର୍ ଓ ଜେଣ୍ଡା'୧୯୮୫ଚିଫ ଇଞ୍ଜିନିୟର ଇରିଗେସନଅସୀମ ବସୁ
ଫେରିବାର ସମୟଋଷୀୟ ଲେଖକ ଫିଏଜର ଦସ୍ତୋଭିସ୍କିଙ୍କ
'ଇଡିଅଟ'
୨୦୧୧ଚିଫ ଇଞ୍ଜିନିୟର ଇରିଗେସନଅସୀମ ବସୁ
ଅଜ୍ଞାତ ବାସ୧୯୯୧/୯୨ଏବଂ ଆମେ(ଭୁବନେଶ୍ୱର)ଅଜିତ ଦାସ
ପାଣୁ ନାୟକର ଜମାନବନ୍ଦୀଭିକ୍ଟୋର ହ୍ୟୁଗୋଙ୍କ 'ଲା ମିଜରେବୁଲ୍' ଓ
ଗୋଦାବରୀଶ ମିଶ୍ରଙ୍କ 'ଅଭାଗିନୀ'
୧୯୯୧/୯୨ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ନାଟକ ବିଭାଗ
ଅଜିତ ଦାସ
ଯନ୍ତାଆଗାଥେ ଖ୍ରୀଷ୍ଟେଙ୍କ 'ମାଉସ ଟ୍ରାପ'ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟଅନନ୍ତ ମହାପାତ୍ର
ତା ପରେ ଯମୁନାରେ
କଣ ହେଲା
ଜର୍ଜ ବର୍ଣ୍ଣାଡ ଶଙ୍କ 'ପିଗମିଲନ'ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟପ୍ରସନ୍ନ ମିଶ୍ର
ଭୋକଟେନିସ ଉଇଲିଅମଙ୍କର
'ସଡନଲି ଲାଷ୍ଟ ସମର'
୧୯୯୪କ୍ୟାପିଟାଲ ହସ୍ପିଟାଲବିଜୟ ମିଶ୍ର
ଛ' ମାଣ ଆଠ ଗୁଣ୍ଠଫକୀର ମୋହନ ସେନାପତିଙ୍କର ଉପନ୍ୟାସ୨୦୦୭'ଅଜିତ'(ଭୁବନେଶ୍ୱର)ଅଜିତ ଦାସ
ଶାସ୍ତିକାହ୍ନୁ ଚରଣ ମହାନ୍ତିଙ୍କର ଉପନ୍ୟାସ୨୦୦୮'ଅଜିତ'(ଭୁବନେଶ୍ୱର)ଅଜିତ ଦାସ
ଅପବାଦ୨୦୦୮ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ଛାତ୍ରୀ ନିବାସ
ଅଜିତ ଦାସ
ମଲାଜହ୍ନଉପେନ୍ଦ୍ର କିଶୋର ଦାସଙ୍କର ଉପନ୍ୟାସ୨୦୦୯'ଅଜିତ'(ଭୁବନେଶ୍ୱର)ଅଜିତ ଦାସ
ଶେଷ ପାହାଚ୨୦୦୯ଓଡି଼ଶା ନାଟ୍ୟ ସଂଘଅଜିତ ଦାସ
ଜୟଦେବ୨୦୧୦
ଲାଷ୍ଟ ଟ୍ରେନ୨୦୧୧'ଅଜିତ'(ଭୁବନେଶ୍ୱର)ଅଜିତ ଦାସ
ନାକଟା ଚିତ୍ରକରଫତୁରାନନ୍ଦଙ୍କର ଉପନ୍ୟାସ୨୦୧୧'ଅଜିତ'(ଭୁବନେଶ୍ୱର)ଅଜିତ ଦାସ
ବାନପ୍ରସ୍ଥ୨୦୧୩

[][୧୦]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ବିଜୟ ମିଶ୍ର ୨୦୨୦ ମସିହାର ଅପ୍ରେଲ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୩] ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।

  1. "ବିଜୟ ମିଶଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ. Retrieved 26 April 2020.
  2. http://orissa.gov.in/literature/drama.htm
  3. Stanley Hochman (1984). McGraw-Hill Encyclopedia of World Drama: An International Reference Work in 5 Volumes. VNR AG. pp. 40–. ISBN 978-0-07-079169-5. Retrieved 2 May 2013.
  4. Sisir Kumar Das (1 January 1995). A History of Indian Literature 1911-1956: Struggle for Freedom: Triumph and Tragedy. Sahitya Akademi. pp. 626–. ISBN 978-81-7201-798-9. Retrieved 2 May 2013.
  5. Mohan Lal (1992). Encyclopaedia of Indian Literature: sasay to zorgot. Sahitya Akademi. pp. 3854–. ISBN 978-81-260-1221-3. Retrieved 2 May 2013.
  6. Nagendra (1988). Indian literature. Prabhat Prakashan. pp. 501–. Retrieved 2 May 2013.
  7. "Playwright Bijay Mishra to get Sahitya Akademi award". Odisha Sun Times. 18 December 2013. Archived from the original on 5 October 2022. Retrieved 18 December 2013.
  8. "ନାଟ୍ୟ ସମୀକ୍ଷକଙ୍କ ଅଭାବ ରହିଛି". ଧରିତ୍ରୀ. Retrieved 26 April 2020.
  9. ତରଙ୍ଗ ଓଡ଼ିଆ ଚ୍ୟାନେଲର ପ୍ରସାରିତ ବୃତ୍ତଚିତ୍ର
  10. 'ସଚିତ୍ର ବିଜୟା' ସେପ୍ଟେମ୍ବର ୨୦୧୧ ମସିହାରେ ପ୍ରକାଶିତ ସୀମନ୍ତ ମହାନ୍ତିଙ୍କର ଲେଖା, '୭୫ ବର୍ଷରେ ବିଜୟ, ୫୦ ବର୍ଷର ବିଜୟ'
  11. "Playwright Bijay Mishra receives Kendra Sahitya Akademi Award". Odisha Sun Times. Archived from the original on 12 October 2016. Retrieved 21 November 2016.
  12. "ବିଜୟ ମିଶ୍ର ପାଇବେ ବାଇସ୍କୋପ ଆବାର୍ଡ଼". ଧରିତ୍ରୀ. Retrieved 21 November 2016.
  13. "ବିଶିଷ୍ଟ ନାଟ୍ୟକାର ଓ ସଂଳାପକାର ବିଜୟ ମିଶ୍ରଙ୍କ ପରଲୋକ | Sambad". ସମ୍ବାଦ (in Odia). sambad.in. 26 April 2020. Archived from the original on 26 April 2020. Retrieved 26 April 2020.{{cite news}}: CS1 maint: unrecognized language (link)