ଗୋଦାବରୀଶ ମହାପାତ୍ର
ଗୋଦାବରୀଶ ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୦ ଜାନୁଆରୀ ୧୮୯୮ କୁମାରଙ୍ଗ ଶାସନ, ବାଣପୁର, ଖୋର୍ଦ୍ଧା ଜିଲ୍ଲା |
ମୃତ୍ୟୁ | ୨୫ ନଭେମ୍ବର ୧୯୬୫ | (ବୟସ ୬୭)
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସମୟ | ସତ୍ୟବାଦୀ ଯୁଗ |
ବିଷୟ | କବି, ଗାଳ୍ପିକ, ସମ୍ପାଦକ ଓ ବ୍ୟଙ୍ଗ ଲେଖକ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଗୋଦାବରୀଶ ମହାପାତ୍ର (୧୦ ଜାନୁଆରୀ ୧୮୯୮ - ୨୫ ନଭେମ୍ବର ୧୯୬୫) ଜଣେ ଓଡ଼ିଆ କବି, ଗାଳ୍ପିକ ଓ ବ୍ୟଙ୍ଗ ଲେଖକ । ସେ 'ବଙ୍କା ଓ ସିଧା' କବିତା ସଙ୍କଳନ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ସତ୍ୟବାଦୀ ଯୁଗର ରୀତିନୀତି, ଚିନ୍ତାଚେତନାଦ୍ୱାରା ପ୍ରଭାବିତ ଜଣେ କବି, ଗାଳ୍ପିକ ଦକ୍ଷ ସାମ୍ବାଦିକ ଓ ଔପନ୍ୟାସିକ ଭାବେ ଗୋଦବରୀଶ ମହାପାତ୍ର ପ୍ରସିଦ୍ଧ ।
ଜୀବନ କାଳ[ସମ୍ପାଦନା]
'ଗୋଦାବରୀଶ ମହାପାତ୍ର' ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧୦ ଜାନୁଆରୀ ୧୮୯୮ରେ ଜନ୍ମ ନେଇଥିଲେ ।[୧] ତାଙ୍କ ପିଲାବେଳ ସତ୍ୟବାଦୀ ବନବିଦ୍ୟାଳୟରେ କଟିଥିଲା, ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କଦ୍ୱାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।[୨] ସ୍ୱାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ମହମନା ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ସାରା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାଜ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା, ପ୍ରଭୃତି ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି ।
ରଚନାବଳୀ[ସମ୍ପାଦନା]
ଉପନ୍ୟାସ[ସମ୍ପାଦନା]
- ରକ୍ତପାତ-୧୯୩୦
- ବିଦ୍ରୋହ-୧୯୩୮
- ବନ୍ଦୀର ମାୟା-୧୯୩୪
- ବୀର ଯୁବକ-୧୯୩୬
- ରାଜଦ୍ରୋହୀ-୧୯୨୫
- ପ୍ରେମପଥେ-୧୯୩୨
ଗପ[ସମ୍ପାଦନା]
- ମାଗୁଣିର ଶଗଡ଼
- ହେ ମୋର କଲମ
- ହାଣ୍ଡିଶାଳରେ ବିପ୍ଲବ
- ଏବେ ମଧ୍ୟ ବଞ୍ଚିଛି
- ମୁଁ ଦିନେ ମନ୍ତ୍ରୀ ଥିଲି
- ପଟ୍ଟନାୟକେ ପଇସାଟିଏ
- ନୀଳମାଷ୍ଟ୍ରାଣି
- ପଲ୍ଲୀଛାୟା(୧୯୩୨)
କବିତା[ସମ୍ପାଦନା]
- ବଙ୍କା ଓ ସିଧା
- କଣ୍ଟା ଓ ଫୁଲ
- ବାଣପୁୁୁର (୧୯୧୮)
- ପ୍ରଭାତ କୁସୁମ (୧୯୧୮)
- ଉଠ କଙ୍କାଳ
ବାଣପୁର କବିତା ୧୯୧୮ରେ ପ୍ରକାଶ ପାଇଥିଲେ ମଧ୍ୟ କବିତାର ରଚନା କାଳ ୧୯୧୪ ବୋଲି ଜଣାଯାଏ । ପ୍ରଭାତ କୁସୁୁୁମ ଓ ବାଣପୁର କବିତା ସଂକଳନ 'ମୁକୁର' ପତ୍ରିକାର ସମ୍ପାଦକ ବ୍ରଜସୁୁନ୍ଦର ଦାସଙ୍କଦ୍ୱାରା ପ୍ରକାଶିତ।
ସମ୍ପାଦନା[ସମ୍ପାଦନା]
- ଆଶା
- ନିଆଁଖୁଣ୍ଟା (ଲେଖକ, ସମ୍ପାଦକ, ପ୍ରକାଶକ)
ସହ-ସମ୍ପାଦନା[ସମ୍ପାଦନା]
- ଉତ୍କଳ ହିତୈଷିଣୀ
- ସମାଜ
- ଲୋକମୁଖ
- ପୁରୀବାସୀ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୬: 'ବଙ୍କା ଓ ସିଧା' ପାଇଁ [୩]
ଆଧାର[ସମ୍ପାଦନା]
- ↑ "GODABARISH MOHAPATRA". orissadiary.com. Retrieved 27 June 2013.
Born on January 10, 1898.
- ↑ "eminent personalities". khordha.nic.in. Retrieved 27 June 2013.
He went to Berhampur in 1928 and became the Editor of the magazine “Asha” that was being published by Shashi Bhusan Rath.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ