ଭାନୁଜୀ ରାଓ

ଉଇକିପିଡ଼ିଆ‌ରୁ
ଭାନୁଜୀ ରାଓ
ଜନ୍ମ ଓ ଜନ୍ମସ୍ଥାନ(1926-11-03)୩ ନଭେମ୍ବର ୧୯୨୬
କାଳିଗଳି, କଟକ ଓଡ଼ିଶା
ମୃତ୍ୟୁ୧୫ ନଭେମ୍ବର ୨୦୦୧(2001-11-15) (ବୟସ ୭୫)
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ
ସମୟଉତ୍ତର ଆଧୁନିକ କବିତା
ଶୈଳୀକବି
ସମ୍ପର୍କୀୟମଧୁସୂଦନ ରାଓ (ଜେଜେ)

ଭାନୁଜୀ ରାଓ (୦୩ ନଭେମ୍ବର ୧୯୨୬ - ୧୫ ନଭେମ୍ବର ୨୦୦୧)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ ।[୨] ସେ ଭକ୍ତକବି ମଧୁସୂଦନ ରାଓଙ୍କର ନାତି ଥିଲେ ।

ଜୀବନୀ[ସମ୍ପାଦନା]

ଭାନୁଜୀ ରାଓ, ୧୯୨୬ ମସିହା ନଭେମ୍ବର ୩ ତାରିଖରେ କଟକର କାଳି ଗଳିରେ ଜନ୍ମ ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତ ଥିଲେ । ଶିକ୍ଷକତା ଓ ସାମ୍ବାଦିକତାକୁ ସେ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୧୯୫୮-୬୦ ଯାଏଁ, ସେ ମାତୃଭୂମି ଓ ୧୯୬୦-୬୯ ଯାଏଁ କଳିଙ୍ଗରେ ସାମ୍ବାଦିକତା କରିଥିଲେ । ମସୂରୀସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ବିଦ୍ୟାଳୟରେ ସେ ସତର ବର୍ଷ ଧରି, ଭାଷା ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ସାହିତ୍ୟ ସାଧନା[ସମ୍ପାଦନା]

ଭାନୁଜୀଙ୍କ ଓଡ଼ିଆ କବିତାକୁ ୧୯୫୫ ମସିହା ବେଳେକୁ ଆଗମନ ହୁଏ । ତାଙ୍କ ଲେଖା ଗୁଡିକରେ ସଙ୍ଗୀତ ଓ ପ୍ରକୃତିର ଭାଷା ଦେଖିବାକୁ ମିଳେ । ମଧୁସୂଦନ ରାଓଙ୍କ ଭଳି, ଭାନୁଜୀଙ୍କର କବିତାରେ ଶାଣିତ, ଶୃଙ୍ଗଳିତ ଓ ସୁନ୍ଦର ଭାବ ଦେଖିବାକୁ ମିଳେ । ସେ ଆଧୁନିକ ଜୀବନଚର୍ଯ୍ୟାର ଜଟିଳ ରୂପକୁ କବିତାରେ ଦର୍ଶାଇଛନ୍ତି । ଚିତ୍ରକଳ୍ପ ଓ ଭାଷା ପ୍ରୟୋଗରେ ତାଙ୍କର ସ୍ୱତନ୍ତ୍ରତା ରହିଥିଲା । ତାଙ୍କର ପ୍ରଥମ କବିତାଟି ଗୁରୁପ୍ରସାଦ ମହାନ୍ତିଙ୍କ "ନୂତନ କବିତା" (୧୯୫୫) ସଂକଳନରେ ସ୍ଥାନିତ ହୋଇଥିଲା ।[୩]

ରଚନାବଳୀ[ସମ୍ପାଦନା]

  • ନଇ ଆରପାରି
  • ବିସାଦ ଏକ ଋତୁ[୪]
  • ଚନ୍ଦନ ବନରେ ଏକା
  • ରକ୍ତ ମାଂସର କବିତା
  • ଶବ୍ଦ ସଙ୍ଗେ ଶୃଙ୍ଗାର
  • ଏକା ଏବଂ ଏକା ଏକା
  • ହଳଦୀ ପତ୍ରର ବାସ୍ନା
  • ଜହ୍ନର ରକ୍ତ ଧଳା
  • 'ନୂତନ କବିତା'(୧୯୫୫)ରେ ଭାନୁଜୀଙ୍କର 'କାଠଯୋଡି' କବିତା ସ୍ଥାନ ପାଇଥିଲା ।[୫]

'କାଠଯୋଡି' କବିତାରୁ କିୟଦଂଶ ଏଠାରେ ଉଦ୍ଧାର କରାଗଲା-

"କାଠଯୋଡି ସ୍ୱପ୍ନ ଦେଖେ,
କାଶଫୁଲ ଧୋବଲା ବାଲିରେ-ଅଗଣିତ ନକ୍ଷତ୍ରର ଛାଇ,
ବସନ୍ତରେ ସବୁଜ ଚଡେଇ,
ସନ୍ଧ୍ୟା ଆସେ-କାଠଯୋଡି କଥା କହେ,
ବାଲି ଆଉ ନକ୍ଷତ୍ରର କଥା ।
ଛାୟାଚ୍ଛନ୍ନ ପୃଥିବୀର ବ୍ୟସ୍ତ ଆଉ ବିବଣ୍ଣ`ଉଦରୁ,
ରେଲପୋଲ ପାରି ହୋଇ ଜହ୍ନ ଉଠେ କମଳା ରଙ୍ଗର ।":[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆଜି ଜନ୍ମଦିନ". No. ସମ୍ବାଦ ୦୩/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୨. Archived from the original on 3 November 2020. Retrieved 3 November 2020.
  2. Prachi: A Literary Digest of East Indian Languages. Sahitya Akademi. 1990.
  3. History of Oriya Literature, Jatindra Mohan Mohanty, Bhubaneswar, 2006, pp. 510, & 518-521.
  4. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 315–. ISBN 978-81-7201-324-0.
  5. "କବି ଭାନୁଜୀ ରାଓ". ସମ୍ବାଦ ୦୩/୧୧/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 3 November 2015.[permanent dead link]
  6. ଓଡ଼ିଆ ସାହିତ୍ୟର ଇତିହାସ, (୧୯୮୯ ଓ ନୂତନ ସସ୍କରଣ ୨୦୧୦,) ବାଉରୀବନ୍ଧୁ କର, (୧୯୮୯ ଓ ନୂତନ ସସ୍କରଣ ୨୦୧୦), କଟକ ।
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021. {{cite web}}: Check date values in: |accessdate= (help)
  8. ଓଡ଼ିଶା ସାହିତ୍ୟ ଏକାଡେମୀ ଆୱାର୍ଡ

Lua error in package.lua at line 80: module 'Module:Authority control/config' not found.