Jump to content

ପ୍ରଫୁଲ୍ଲ କର

ଉଇକିପିଡ଼ିଆ‌ରୁ
(Prafulla Karରୁ ଲେଉଟି ଆସିଛି)
ପ୍ରଫୁଲ୍ଲ କର
ପ୍ରାର୍ଥନା ଟିଭିଦ୍ୱାରା ଆୟୋଜିତ ଏକ ସଙ୍ଗୀତ ସନ୍ଧ୍ୟାରେ ପ୍ରଫୁଲ୍ଲ କର
ଜନ୍ମ(1939-02-16)୧୬ ଫେବୃଆରୀ ୧୯୩୯
ମୃତ୍ୟୁ୧୭ ଅପ୍ରେଲ ୨୦୨୨(2022-04-17) (ବୟସ ୮୩)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ (ଆଇନ‌), ସଂଗୀତ ବିଶାରଦ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ଗନ୍ଧର୍ବ ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର[], ଗୀତିକାର, ଗାଳ୍ପିକ, ସ୍ଥମ୍ବକାର
ବୈବାହିକ-ସାଥୀମନୋରମା କର[]
ସନ୍ତାନମହାଦୀପ,ମହାପ୍ରସାଦ[], ସନ୍ଧ୍ୟାଦୀପା
ପିତାମାତାବୈଦ୍ୟନାଥ କର
ସୁଶୀଳା କର
ୱେବସାଇଟପ୍ରଫୁଲ୍ଲ କର.କମ
ଦସ୍ତଖତ

ପ୍ରଫୁଲ୍ଲ କର (୧୬ ଫେବୃଆରୀ ୧୯୩୯ – ୧୭ ଅପ୍ରେଲ ୨୦୨୨) ପୁରୀଠାରେ ଜନ୍ମିତ ଜଣେ ଓଡ଼ିଆ ସଙ୍ଗୀତକାର, ଗାୟକ, ଗୀତିକାର, ଗାଳ୍ପିକ ଓ ସ୍ତମ୍ଭକାର ଥିଲେ ।[][][] ସେ ୧୯୬୦ ମସିହାରେ ତାଙ୍କ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ସେ ୭୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ବାଲ୍ୟ ଜୀବନ

[ସମ୍ପାଦନା]

ପ୍ରଫୁଲ୍ଲ କର ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ, ପୁରୀରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତାଙ୍କ ନାମ ପିତା ବୈଦ୍ୟନାଥ କର ଓ ମାତାଙ୍କ ନାମ ସୁଶିଳା କର ଥିଲା । ତାଙ୍କ ପରିବାରରେ ସଂଗୀତମୟ ପରିବେଶ ଥିଲା । ତାଙ୍କ ପିତାଙ୍କର ବଡ଼ ଭାଇ କ୍ଷେତ୍ରମୋହନ କର ଜଣେ ତବଲାବାଦକ ଥିବା ଯୋଗୁ ହୀରାବାଈ ବରୋଡେକର, ପଣ୍ଡିତ ଓଁକାରନାଥ ଠାକୁର, ପନ୍ନାଲାଲ ବୋଷ, ପ୍ରସୂନ ବାନାର୍ଜୀ, ରାଧିକାମୋହନ ମୈତ୍ର, ଏ.କାନନ୍, ମାଳବୀକା କାନନ ଆଦି କଳାକାରମାନଙ୍କର ତାଙ୍କ ଘରକୁ ଯିବା ଆସିବା ଥିଲା । ବାଲ୍ୟକାଳରୁ ପ୍ରଫୁଲ୍ଲ କର ଏହି ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ନିଜ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା । ଅଜା, ଭଗବାନ ମିଶ୍ର ଓ ଆଈ ଅପର୍ଣ୍ଣା ଦେବୀଙ୍କଦ୍ୱାରା ଏକ ବୌଦ୍ଧିକ ଏବଂ ଧାର୍ମିକ ପରିବେଶରେ ସେ ବଢିଥିଲେ ।

ଶିକ୍ଷା

[ସମ୍ପାଦନା]

ପ୍ରଫୁଲ୍ଲ କର, ପୁରୀର ଗଦାଧର ହାଇସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ ।[] ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନରେ ସ୍ନାତକ ଉପାଧି ଲାଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ, ମହାରାଷ୍ଟ୍ରରୁ ଗୁରୁ ମାର୍କଣ୍ଡେୟ ମହାପାତ୍ର, ପଣ୍ଡିତ କେ. ଆଦିନାରାୟଣ, ପଣ୍ଡିତ ଜେ.ଭି.ଏସ.ରାଓ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ସଂଗୀତ ବିଶାରଦ ଉପାଧି ହାସଲ କରିଥିଲେ ।

ପରିବାର

[ସମ୍ପାଦନା]

ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ପ୍ରଫୁଲ୍ଲଙ୍କ ପରିବାର । ବଡ଼ ପୁଅ ମହାଦୀପ ଗିଟାର ଓ ହାରମୋନିୟମ ବଜାନ୍ତି । ଝିଅ ସନ୍ଧ୍ୟାଦୀପା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ସାନପୁଅ ମହାପ୍ରସାଦ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପ୍ରଶିକ୍ଷିତ କଣ୍ଠଶିଳ୍ପୀ ।[]

କର୍ମଜୀବନ

[ସମ୍ପାଦନା]

ପ୍ରଫୁଲ୍ଲ କର ନିଜର ପେଷାଦାର ସଙ୍ଗୀତ ଜୀବନ ୧୯୬୦ ମସିହାରେ ଆରମ୍ଭ କରିଥିଲେ ଏବଂ ଖୁବ ଶିଘ୍ର ନିଜକୁ ଆକାଶବାଣୀର (ଗ୍ରେଡ଼-ଏ) ଓ ଟେଲିଭିଜନର ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ପ୍ରତିଷ୍ଠିତ କରିପାରିଥିଲେ ।

ପ୍ରଫୁଲ୍ଲ କର ପ୍ରାୟ ୭୦ରୁ ଅଧିକ ଓଡ଼ିଆ ସିନେମା ଓ ୪ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧୦] ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପାରିକ ଓଡ଼ିଶୀ ଲୋକଗୀତର ବହୁଳ ବ୍ୟବହାର ଦେଖିବାକୁ ମିଳେ । ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ସେ ୮ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଲ, ଉଷା ମଙ୍ଗେସକର, କବିତା କୃଷ୍ଣମୂର୍ତ୍ତୀ, ସୁରେଶ ୱାଡ଼େକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣୀ ଜୟରାମ, ଏସ. ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ୱର୍ଣଲତା, ୟେଶୁ ଦାସ, ଏସ. ପି. ବାଲସୁବ୍ରମଣ୍ୟମ, ମନୁ, ଆରତୀ ମୁଖର୍ଜୀ,ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ । ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ ଗାୟକ/ଗାୟିକାମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ବହୁ ସମ୍ମାନ ଲାଭ କରିଛନ୍ତି ।

ଚଳଚ୍ଚିତ୍ର ସଙ୍ଗୀତ ବ୍ୟତିତ ଅନ୍ୟ ସଙ୍ଗୀତ ମାଧ୍ୟମରେ ମଧ୍ୟ ସେ ବହୁଳ ଅବଦାନ ଦେଇଥିଲେ ।

  • ଓଡ଼ିଆ ଭାଗବତ - ଏଚ୍.ଏମ୍.ଭି କମ୍ପାନୀଦ୍ୱାରା ନିର୍ମିତ, ୭ଟି ଅଡ଼ିଓ କ୍ୟାସେଟ
  • ଓଡ଼ିଆ ଛନ୍ଦ - ଓଡ଼ିଶୀ ଅନୁସନ୍ଧାନ କେନ୍ଦ୍ରଦ୍ୱାରା ନିର୍ମିତ, ପାରମ୍ପାରିକ ଓଡ଼ିଆ ସଙ୍ଗୀତର ୩ଟି ଅଡିଓ କ୍ୟାସେଟ
  • କୃତାଞ୍ଜଳି - ଏଚ୍.ଏମ୍.ଭି କମ୍ପାନୀଦ୍ୱାରା ନିର୍ମିତ, ଦୃଷ୍ଟିହୀନ ଗାୟକମାନଙ୍କ ଦ୍ୱାର ପରିବେଷିତ ଆଲବମ
  • ଦେଶାତ୍ମବୋଧକ ସଙ୍ଗୀତ - ଓଡ଼ିଶା ସରକାରଙ୍କଦ୍ୱାରା ନିର୍ମିତ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କଦ୍ୱାରା ଲିଖିତ ଆଲବମ

ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

  • ଶ୍ରୀ କେଳୁଚରଣ ମହାପାତ୍ର- ଯାଜ୍ଞସେନୀ
  • ଶ୍ରୀ କେଳୁଚରଣ ମହାପାତ୍ର- ଲାବଣ୍ୟବତୀ
  • ଶ୍ରୀ କେଳୁଚରଣ ମହାପାତ୍ର- ଅଶୋକ
  • ଶ୍ରୀ କେଳୁଚରଣ ମହାପାତ୍ର- ଏକଲବ୍ୟ
  • ଶ୍ରୀ କେଳୁଚରଣ ମହାପାତ୍ର- ସ୍ୱପ୍ନନାୟିକା
  • ଶ୍ରୀମତି ଶର୍ମିଳା ବିଶ୍ୱାସ - ସମ୍ପୂର୍ଣା
  • ଶ୍ରୀମତି ଶର୍ମିଳା ବିଶ୍ୱାସ - କଥା ସୁପର୍ଣଖା
  • ଶ୍ରୀମତି ଶର୍ମିଳା ବିଶ୍ୱାସ - ପଞ୍ଚଭୂତ
  • ଶ୍ରୀମତି ଶର୍ମୀଳା ବିଶ୍ୱାସ - ମୂର୍ଛନା
  • ଶ୍ରୀମତି ଶର୍ମିଳା ବିଶ୍ୱାସ - ଜଗନ୍ନାଥ ପ୍ରିୟ ନାଟକମ୍
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଦେବୀ ନୃତ୍ୟ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଅରଣ୍ୟ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ମହାପ୍ରଳୟ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଜୟ ଯାତ୍ରା
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - ଭକ୍ତ ଦାସିଆ
  • ଶ୍ରୀମତି କୁମ୍‌କୁମ୍‌ ମହାନ୍ତି - କ୍ରାନ୍ତି
  • ଶ୍ରୀ ଗଙ୍ଗାଧର ପ୍ରଧାନ - ମାନ ଭଞ୍ଜନ
  • ଶ୍ରୀମତି ଇଲିନା ସିତାରିସ୍ତି- ଶିବ ତାଣ୍ଡବ
  • ଶ୍ରୀମତି ଇଲିନା ସିତାରିସ୍ତି- ବକୁଳ ଭରଣ ପଲ୍ଲବୀ
  • ଶ୍ରୀମତି ସନ୍ଧ୍ୟାଦୀପା କର- ମାଳଶ୍ରୀ
  • ଶ୍ରୀମତି ସନ୍ଧ୍ୟାଦୀପା କର- ଆରଭୀ ପଲ୍ଲବୀ

ସଙ୍ଗୀତ ବ୍ୟତିତ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବହୁ ଅବଦାନ ରହିଥିଲା । ଦୈନିକ ଖବର କାଗଜ ଧରିତ୍ରୀରେ ସେ ନିୟମିତ ସ୍ତମ୍ଭକାର ଭାବରେ ଲେଖୁଥିଲେ । ଏହି ଲେଖାଗୁଡିକ 'ସାଁଉଟା କାହାଣୀ' ନାମକ ପୁସ୍ତକରେ ମଧ୍ୟ ପ୍ରକାଶ ପାଇସାରିଛି । 'ଆଜ୍ଞାମାଳ' ଓ 'କୃପାଜଳ' ନାମରେ ତାଙ୍କ ରଚିତ ଦୁଇଟି ଭଜନ ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି । ପ୍ରଫୁଲ୍ଲ କର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ମର୍ଯ୍ୟଦା ଦେବାପାଇଁ କାର୍ଯ୍ୟ କରିଥିଲେ । ସଙ୍ଗୀତ, ସାହିତ୍ୟ ବ୍ୟତିତ ରୋଷେଇ କରିବା ଓ ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ରୁଚି ରହିଛି । [୧୧]

ପ୍ରଫୁଲ୍ଲ କରଙ୍କ ସମ୍ମାନରେ ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ ଗଠନ କରାଯାଇଛି ଓ ୨୦୦୮ ମସିହାରୁ ଏହି ଫାଉଣ୍ଡେସନ ତରଫରୁ "ପ୍ରଫୁଲ୍ଲ କର ସମ୍ମାନ" ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ, ଅକ୍ଷୟ ମହାନ୍ତି(୨୦୦୮)[୧୨], ଶାନ୍ତନୁ ମହାପାତ୍ର(୨୦୦୯)[୧୨], ପ୍ରଣବ ପଟ୍ଟନାୟକ(୨୦୧୧)[୧୩], ଚିତ୍ତ ଜେନା(୨୦୧୨)[୧୪], ଅନୁପ ଜଲୋଟା(୨୦୧୪)[୧୫] ଏହି ସମ୍ମାନ ଲାଭ କରିସାରିଛନ୍ତି ।

ଓଡ଼ିଆ କଥାଚିତ୍ରକୁ ଅବଦାନ

[ସମ୍ପାଦନା]
କଥାଚିତ୍ରଭୂମିକାନିର୍ଦ୍ଦେଶକବର୍ଷପୁରସ୍କାର
ଏମିତି ଭାଇ ଜଗତେ ନାହିଁସଙ୍ଗୀତକାରପ୍ରଶାନ୍ତ ନନ୍ଦ୧୯୯୪
ନାଗଜ୍ୟୋତିସଙ୍ଗୀତକାରରାମନାରାୟଣ୧୯୯୪
ପାଚେରୀ ଉଠିଲା ମଝି ଦୁଆରୁସଙ୍ଗୀତକାରବିଜୟ ଭାସ୍କର୧୯୯୪
ଆଶାସଙ୍ଗୀତକାରଶାନ୍ତନୁ ମିଶ୍ର୧୯୯୩
ନାଗ ପଞ୍ଚମୀସଙ୍ଗୀତକାରବିଜୟ ଭାସ୍କର୧୯୯୨
ପ୍ରୀତିର ଇତିସଙ୍ଗୀତକାରରଘୁ ମିଶ୍ର୧୯୯୨
ବସ୍ତ୍ର ହରଣସଙ୍ଗୀତକାରଶିଶିର ମିଶ୍ର୧୯୯୧
ଭୂଲି ହୁଏନାସଙ୍ଗୀତକାରବିଜୟ ମହାନ୍ତି୧୯୮୭
ତୁଣ୍ଡ ବାଇଦସଙ୍ଗୀତକାରଗୋବିନ୍ଦ ତେଜ୧୯୮୭
ଛ ମାଣ ଆଠ ଗୁଣ୍ଠସଙ୍ଗୀତକାରପାର୍ବତୀ ଘୋଷ୧୯୮୬
ସଂସାରସଙ୍ଗୀତକାରଗୌର ଘୋଷ,ପାର୍ବତୀ ଘୋଷ୧୯୮୬
ଗୃହଲକ୍ଷ୍ମୀସଙ୍ଗୀତକାରସି.ଏସ.ଆର.ରାଓ୧୯୮୫ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟିକା- ଗୀତା ଦାସ
ପୂଜାଫୁଲସଙ୍ଗୀତକାରଜେ. ଏଚ୍. ସତ୍ତାର୧୯୮୫
ସମୟ ବଡ଼ ବଳବାନସଙ୍ଗୀତକାରଶିଶିର ମିଶ୍ର୧୯୮୫
ସ୍କୁଲ ମାଷ୍ଟରସଙ୍ଗୀତକାର୧୯୮୫ରାଜ୍ୟ ପୁରସ୍କାର
: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର
:ଶ୍ରେଷ୍ଠ ଗାୟକ- ଅଜୟ ଚକ୍ରବର୍ତ୍ତୀ
ଜନନୀସଙ୍ଗୀତକାରମହମ୍ମଦ ମହସୀନ୧୯୮୪
ପ୍ରତିଧ୍ୱନିସଙ୍ଗୀତକାରପି.ସି.ଦାସ୧୯୮୪
ରାମ ରହିମସଙ୍ଗୀତକାରସୁଶିଲ ମୁଖାର୍ଜୀ୧୯୮୩
ହିସାବ ନିକାଶସଙ୍ଗୀତକାରପ୍ରଶାନ୍ତ ନନ୍ଦ୧୯୮୨
ଜ୍ୱାଇଁ ପୁଅସଙ୍ଗୀତକାର, ଗୀତିକାରଦିନେନ ଗୁପ୍ତା୧୯୮୨
ମୁଁ ତୁମେ ଓ ସେସଙ୍ଗୀତକାର, ଗୀତିକାରକୁମାର ଆନନ୍ଦ୧୯୮୨
ବିଶ୍ୱ ମଙ୍ଗଳସଙ୍ଗୀତକାର, ଗୀତିକାରଜେ.ଏଚ.ସତାର୧୯୮୨
ଦେବଜାନୀସଙ୍ଗୀତକାରବ୍ୟୋମକେଶ ତ୍ରିପାଠୀ୧୯୮୨ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟିକା- ବାଣୀ ଜୟରାମ
ମାନସୀସଙ୍ଗୀତକାର, ଗୀତିକାରମଳୟ ମିତ୍ର୧୯୮୨
ପୂଜାସଙ୍ଗୀତକାର,ଗାୟକପ୍ରଶାନ୍ତ ନନ୍ଦ୧୯୮୨
ମା ଓ ମମତାସଙ୍ଗୀତକାରପ୍ରଶାନ୍ତ ନନ୍ଦ୧୯୮୨
ରାମାୟଣସଙ୍ଗୀତକାରଗୋବିନ୍ଦ ତେଜ୧୯୮୦
ରାମ ବଳରାମସଙ୍ଗୀତକାର, ଗୀତିକାରଏ. ସଞୀବ୧୯୮୦
ସିତା ଲବ କୁସସଙ୍ଗୀତକାରଏସ.ଜଗଦୀଷ ଚନ୍ଦ୍ରା୧୯୮୦ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ତପସ୍ୟାସଙ୍ଗୀତକାର, ଗୀତିକାରନଗେନ ରାୟ୧୯୮୦ରାଜ୍ୟ ପୁରସ୍କାର
: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର
: ଶ୍ରେଷ୍ଠ ଗାୟକ-ପ୍ରଣବ ପଟ୍ଟନାୟକ
ଗୌରୀସଙ୍ଗୀତକାର, ଗୀତିକାରଧୀର ବିଶ୍ୱାଳ୧୯୮୦
ମଥୁରା ବିଜୟସଙ୍ଗୀତକାର, ଗୀତିକାରଏ ସଞ୍ଜିବୀ୧୯୭୯
ବଳିଦାନପ୍ରଚ୍ଛଦପଟ୍ଟ ଗାୟକପ୍ରଶାନ୍ତ ନନ୍ଦ୧୯୭୮ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟକ- ପ୍ରଫୁଲ୍ଲ କର
ସତୀ ଅନସୂୟାପ୍ରଚ୍ଛଦପଟ୍ଟ ଗାୟକ,ଗୀତିକାରଏ ସଞ୍ଜିବା. ରାଓ୧୯୭୮ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ସୁଜାତାପ୍ରଚ୍ଛଦପଟ୍ଟ ଗାୟକ,ଗୀତିକାରବିଶ୍ୱଜୀତ ଦାସ୧୯୭୮
ମୁକ୍ତିସଙ୍ଗୀତକାର, ଗୀତିକାରବ୍ୟୋମକେଶ ତ୍ରିପାଠୀ୧୯୭୭ରାଜ୍ୟ ପୁରସ୍କାର
: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା- ପ୍ରଫୁଲ୍ଲ କର
: ଶ୍ରେଷ୍ଠ ଗାୟକ- ରଘୁନାଥ ପାଣିଗ୍ରାହୀ
ବନ୍ଧୁ ମହାନ୍ତିସଙ୍ଗୀତକାରନିତାଇ ପାଲିତ୧୯୭୭ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ବତୀଘରସଙ୍ଗୀତକାରଅନନ୍ତ ମହାପାତ୍ର୧୯୭୬
ସିନ୍ଦୂର ବିନ୍ଦୁସଙ୍ଗୀତକାରଶିଶିର ମିଶ୍ର୧୯୭୬ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ଗାୟକ-ପ୍ରଣବ ପଟ୍ଟନାୟକ
ଶେଷ ଶ୍ରାବଣସଙ୍ଗୀତକାରପ୍ରଶାନ୍ତ ନନ୍ଦ୧୯୭୬ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା
ମମତାସଙ୍ଗୀତକାରବ୍ୟୋମକେଶ ତ୍ରିପାଠୀ୧୯୭୫ରାଜ୍ୟ ପୁରସ୍କାର: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା

ସମ୍ମାନ

[ସମ୍ପାଦନା]

ଉପାଧି

[ସମ୍ପାଦନା]
  • ପଦ୍ମ କେଶରୀ - ଚିନ୍ତା ଓ ଚେତନା
  • ସଙ୍ଗୀତ ଭୂଷଣ - ଉତ୍କଳ ଯୁବ ସାଂସ୍କୃତିକ ସଂଘ
  • ଉତ୍କଳ ଜ୍ୟୋତି - କଳିଙ୍ଗ ସଂସ୍କୃତି
  • ପଣ୍ଡିତ - ହଣ୍ଟସଭିଲେ କୀର୍ତନ ମଣ୍ଡଳି
  • ସଙ୍ଗୀତ ସରସ୍ୱତୀ - ବାଳକୃଷ୍ଣ ଦାସ ଫାଉଣ୍ଡେସନ
  • କଣ୍ଠ ରତ୍ନ - ବଳଦେବଜୀ ସେବକ ସଂଘ
  • ବସନ୍ତ ସମ୍ମାନ - ରାଉରକେଲା ମ୍ୟୁଜିକ ସର୍କଲ
  • ସଙ୍ଗୀତ ସର୍ମାଟ - ଏସ୍.ସି.ଏ.ଆର୍.ଟି, ଓଡ଼ିଶା
  • ସଙ୍ଗୀତ ସନ୍ଧିପଣୀ - ଫ୍ରେଣ୍ଡସ କ୍ଳବ, କଟକ
  • ସ୍ୱରବ୍ରହ୍ମ - ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ପରିଷେଦ
  • ସୁରକାଞ୍ଚନ - ମା କାଳିଖାଇ ଆଶ୍ରମ ପରିଚାଳନା ସମିତି, ଭୁବନେଶ୍ୱର
  • ଉତ୍କଳ ଜ୍ୟୋତି - ସାରଳା ଆର୍ଟ ଏକାଡେମୀ, ଭୁବନେଶ୍ୱର

ମୃତ୍ୟୁ

[ସମ୍ପାଦନା]

ପ୍ରଫୁଲ୍ଲ କର ୨୦୨୨ ମସିହାର ଅପ୍ରେଲ ୧୭ ତାରିଖରେ ମୃତ୍ୟବରଣ କରିଥିଲେ ।[୨୯] ସେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।[୩୦]

  1. Kisan world. Sakthi Sugars, Ltd. 1982. Retrieved 7 August 2012.
  2. ସମ୍ବାଦ ୧୭/୦୨/୨୦୧୫ ପୃଷ୍ଠା ୧୫
  3. http://www.telegraphindia.com/1110218/jsp/orissa/story_13597854.jsp
  4. Orissa reference: glimpses of Orissa. TechnoCAD Systems. 2001. Retrieved 7 August 2012.
  5. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6. Retrieved 21 January 2013.
  6. N. C. Behuria; Orissa (India). Gazetteers Unit. Orissa state gazetteer. Gazetteers Unit, Dept. of Revenue, Govt. of Orissa. Retrieved 21 January 2013.
  7. "Prafulla Kar, legendary Odia singer, passes away at 83" (in ଆମେରିକୀୟ ଇଂରାଜୀ). 2022-04-17. Archived from the original on 2022-04-18. Retrieved 2022-04-18.
  8. "ପୁସ୍ତକ ବିଭାଗ". ପୌରୁଷ (ଜୁଲାଇ ୨୦୧୮): ୧୧୯. Retrieved 20 July 2018.[permanent dead link]
  9. "ସମ୍ପର୍କ". ରବିବାର ସମ୍ବାଦ ୧୪/୦୪/୨୦୧୯ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡିଆ. Retrieved 17 April 2019.[permanent dead link]
  10. http://www.odisha.com/20100216/fullstory/prafulla_kar.html
  11. ପ୍ରଗତିବାଦୀ ୩୦/୦୧/୨୦୧୫ ପୃଷ୍ଠା 'କ'ରେ ପ୍ରକାଶିତ "କମଳ ଦେଶ ରାଜକୁମାର ମୁଁ"
  12. 1 2 http://www.hindu.com/2009/02/14/stories/2009021450590200.htm%5B%5D
  13. http://cinemasagar.com/award/pranab-pattnaik-awarded-prafulla-kar-samman/%5B%5D
  14. https://www.batoi.com/360/odisha/2012/02/17/prafulla-kar-samman-conferred-on-chitta-jena/
  15. "ଆର୍କାଇଭ୍ କପି". Archived from the original on 2015-11-25. Retrieved 2015-02-17. {{cite web}}: Cite has empty unknown parameter: |1= (help)
  16. "Padma Awards 2015:". TheIndianExpress. Retrieved 25 January 2015.
  17. http://www.orissacinema.com/history/orissa-state-film-award.html
  18. "ଆର୍କାଇଭ୍ କପି". Archived from the original on 2016-08-18. Retrieved 2012-08-06. {{cite web}}: Cite has empty unknown parameter: |1= (help)
  19. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 11 June 2019.
  20. http://www.thehindu.com/todays-paper/tp-national/tp-otherstates/article2779832.ece?css=print
  21. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2012-08-06. {{cite web}}: Cite has empty unknown parameter: |1= (help)
  22. https://www.batoi.com/360/odisha/2012/03/23/manimala-devi-prafulla-kar-conferred-with-kabi-samrat-upendra-bhanja-award/
  23. "ଆର୍କାଇଭ୍ କପି". Archived from the original on 2012-05-11. Retrieved 2012-08-06. {{cite web}}: Cite has empty unknown parameter: |1= (help)
  24. "ଆର୍କାଇଭ୍ କପି". Archived from the original on 2008-05-22. Retrieved 2012-08-06. {{cite web}}: Cite has empty unknown parameter: |1= (help)
  25. "ଆର୍କାଇଭ୍ କପି". Archived from the original on 2010-10-29. Retrieved 2012-08-06. {{cite web}}: Cite has empty unknown parameter: |1= (help)
  26. https://www.batoi.com/360/odisha/2012/03/31/prafulla-kar-asim-basu-bhagirathi-mohapatra-honored-with-parampara-samman-2012/
  27. "ଆର୍କାଇଭ୍ କପି". Archived from the original on 2010-11-05. Retrieved 2012-08-06. {{cite web}}: Cite has empty unknown parameter: |1= (help)
  28. http://www.thehindu.com/todays-paper/tp-national/tp-otherstates/article3590888.ece
  29. Jena, Suryakant (18 April 2022). "Celebrated musician from Odisha, Padma Shri Prafulla Kar no more". Celebrated musician from Odisha, Padma Shri Prafulla Kar no more (in English). Archived from the original on 18 April 2022. Retrieved 18 April 2022.{{cite news}}: CS1 maint: unrecognized language (link)
  30. Routray, Rituparna (18 April 2022). "ଅଫେରା ରାଇଜରେ ଲକ୍ଷେ ରାଜାର ମଉଡମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର | Kanak News". Kanak News. kanaknews.com. Retrieved 18 April 2022.

ଅଧିକ ତଥ୍ୟ

[ସମ୍ପାଦନା]