ବିଚିତ୍ର ରାମାୟଣ

ଉଇକିପିଡ଼ିଆ‌ରୁ
ବିଚିତ୍ର ରାମାୟଣ  
ଲେଖକବିଶ୍ୱନାଥ ଖୁଣ୍ଟିଆ
ଭାଷାଓଡ଼ିଆ
ବିଭାଗକାବ୍ୟଗ୍ରନ୍ଥ
ପ୍ରକାଶ ତାରିଖ୧୭୦୮-୧୭୦୯
ମାଧ୍ୟମ ପ୍ରକାରଛାପାବହି

ବିଚିତ୍ର ରାମାୟଣ ଏକ ଓଡ଼ିଆ କାବ୍ୟଗ୍ରନ୍ଥବିଶ୍ୱନାଥ ଖୁଣ୍ଟିଆ ଏହି ଗ୍ରନ୍ଥର ରଚୟିତା । ଏହାର ଲିଖନ ୧୭୦୮ରେ ଆରମ୍ଭ ହୋଇ ୧୭୦୯ରେ ସମ୍ପୂର୍ଣ୍ଣ ହୋଇଥିଲା । ପ୍ରଥମ ଭାଗରେ ଏହାର ଦୁଇଟି ଛପା ସଂସ୍କରଣ ତିଆରି ହୋଇଥିଲା; ଗୋଟିଏ କଟକର ରାଧାରମଣ ପୁସ୍ତକାଳୟଦ୍ୱାରା ଓ ଅନ୍ୟଟି ସେଠାର ଜଗନ୍ନାଥ ସିଂହଙ୍କଦ୍ୱାରା । ଏଥିରେ ୨୨୫ଗୋଟି ଚଉପଦୀ ରହିଛି ଓ ତହିଁରେ ଆଦିରେ ୨୮, ଅଯୋଧ୍ୟାରେ ୧୫, ଅରଣ୍ୟରେ ୨୪, କିସ୍କିନ୍ଧ୍ୟାରେ ୨୬, ସୁନ୍ଦରରେ ୧୮, ଲଙ୍କାରେ ୬୯ ଓ ଉତ୍ତରାରେ ୪୫ ରହିଛି । ଏହି ଗ୍ରନ୍ଥର ଲିଖନ ପ୍ରଥମ ଦିବ୍ୟସିଂହ ଦେବଙ୍କ ୨୫ତମ ଅଙ୍କରେ ସମ୍ପୂର୍ଣ୍ଣ ହୋଇଥିଲା । ଏହାର ଭାଷା ସରଳ ଓ ଗ୍ରନ୍ଥଟି ଅପେକ୍ଷାକୃତ ଛୋଟ ହୋଇଥିବାରୁ ରାବଣଛାୟା[୧]ଗୀତିନାଟ୍ୟ ଆଦିରେ ଅଭିନୟ ପାଇଁ ଆଦୃତ ହୋଇଥିଲା ।[୨] କାବ୍ୟରେ ରଚୟିତା ନିଜକୁ "ବିଶି" ବୋଲି ଦର୍ଶାଇ ଥିବାରୁ ଗ୍ରନ୍ଥଟି "ବିଶି ରାମାୟଣ" ନାମରେ ମଧ୍ୟ ପରିଚିତ ।[୩]

ଆଧାର[ସମ୍ପାଦନା]

  1. Sampa Ghosh; Utpal Kumar Banerjee (2006). Indian Puppets. Abhinav Publications. pp. 60–. ISBN 978-81-7017-435-6.
  2. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 517–. ISBN 978-81-260-1803-1.
  3. Sujit Mukherjee (1998). A Dictionary of Indian Literature: Beginnings-1850. Orient Blackswan. pp. 55–. ISBN 978-81-250-1453-9.

ଅଧିକ ପଠନ[ସମ୍ପାଦନା]