ଧରିତ୍ରୀ (ଖବରକାଗଜ)

ଉଇକିପିଡ଼ିଆ‌ରୁ
ଧରିତ୍ରୀ
ମାଲିକସମାଜବାଦି ସୋସାଇଟି[୧]
ପ୍ରତିଷ୍ଠାତାସମାଜବାଦି ସୋସାଇଟି
ସମ୍ପାଦକତଥାଗତ ଶତପଥୀ[୨]
ପ୍ରତିଷ୍ଠିତ୧୯୭୪
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ୱେବସାଇଟdharitir.com

ଧରିତ୍ରୀ ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, ରାୟଗଡ଼ା, ଭୁବନେଶ୍ୱରସମ୍ବଲପୁରରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ୨୪ ନଭେମ୍ବର ୧୯୭୪ ତାରିଖରୁ 'ସମାଜବାଦି ସୋସାଇଟି' ତରଫରୁ ଧରିତ୍ରୀର ପ୍ରକାଶନ ଆରମ୍ଭ କରାଯାଇଥିଲା ।[୩] ୦୧ ଜାନୁଆରୀ ୨୦୦୯ଠାରୁ ଧରିତ୍ରୀର ଇ-ପେପର ପ୍ରକାଶନ ଆରମ୍ଭ ହୋଇଥିଲା ।

ଏହା ଏକ ୨୦ ପୃଷ୍ଠା ସମ୍ବଳିତ ଖବରକାଗଜ । ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ 'ଆଗାମୀ ଆଶା' ଓ ସ୍ୱତନ୍ତ୍ର 'ଛୁଟିଦିନ', ସୋମବାର ଦିନ 'ଆଇଟି' ଓ 'ସ୍ୱାସ୍ଥ୍ୟ ବିଜ୍ଞାନ', ମଙ୍ଗଳବାର ଦିନ 'ବିଜିନେଶ୍' ଓ 'ନାରୀ' , ବୁଧବାର ଦିନ 'ଅଟୋମୋବାଇଲ୍' ଓ 'କୃଷି ଜୀବନ' , ଗୁରୁବାର ଦିନ 'ବିଜିନେଶ୍' ଓ 'ବିଚିତ୍ରା', ଶୁକ୍ରବାର ଦିନ 'ବିଜିନେଶ୍' ଓ 'କ୍ରୀଡ଼ା ଜଗତ' ଏବଂ ଶନିବାର ଦିନ 'ପିଲାଙ୍କ ଧରିତ୍ରୀ' ପ୍ରକାଶିତ ହୁଏ । ଏତଦ ବ୍ୟତୀତ ନିୟମିତ ଭାବେ ସମ୍ପାଦକୀୟ ପୃଷ୍ଠା, ଆଜିର ରାଶିଫଳ, କାର୍ଟୁନ୍ କର୍ଣ୍ଣର, ଢଗଢମାଳି, ପ୍ରଭୃତି ପ୍ରକାଶ ପାଏ । ଏଥି ସହିତ ଶନିବାର ଦିନ ଏକ ପାକ୍ଷିକ କ୍ରୋଡ଼ ପତ୍ରିକା 'ସାହିତ୍ୟାୟନ' ପ୍ରକାଶିତ ହୁଏ ।

ଆଧାର[ସମ୍ପାଦନା]

  1. Hari Krishna Behera. GENDER BIAS IN INDIAN NEWS MEDIA: A STUDY OF THE ORIYA LANGUAGE NEWSPAPERS. Lulu.com. pp. 93–. ISBN 978-1-329-78644-8.
  2. Vidura. Press Institute of India. 2004.
  3. Dharitri. Retrieved 16 July 2012.

ବାହାର ଆଧାର[ସମ୍ପାଦନା]