Jump to content

ଶରତ ପୂଜାରୀ

ଉଇକିପିଡ଼ିଆ‌ରୁ
ଶରତ ପୂଜାରୀ
ଜନ୍ମ(1934-08-08)୮ ଅଗଷ୍ଟ ୧୯୩୪
ମୃତ୍ୟୁ୧୧ ମଇ ୨୦୧୪(2014-05-11) (ବୟସ ୭୯)
ମୃତ୍ୟୁର କାରଣହୃଦ୍‌ଘାତ
ଶିକ୍ଷାଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
ଶିକ୍ଷାନୁଷ୍ଠାନଆହ୍ଲାବାଦ ବିଶ୍ୱବିଦ୍ୟାଳୟ
ବୃତ୍ତିଶିକ୍ଷାବିତ
ସକ୍ରିୟ ବର୍ଷ୧୯୫୯-୨୦୧୪
ପ୍ରସିଦ୍ଧିଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
ବୈବାହିକ-ସାଥୀସାନ୍ତ୍ୱନା
ସନ୍ତାନଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା)
ପୁରସ୍କାରଜୟଦେବ ପୁରସ୍କାର (୧୯୮୫)

ଶରତ ପୂଜାରୀ ( ୮ ଅଗଷ୍ଟ ୧୯୩୪-୧୧ ମଇ ୨୦୧୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ୬୦ ଦଶକର ଆରମ୍ଭରୁ ୨୦୧୨ ଯାଏଁ ସେ ଓଡ଼ିଆ କଥାଚିତ୍ର ଜଗତରେ, ଜଣେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।

ଶିକ୍ଷା ଓ ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡ଼ାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ଼ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡ଼ରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା । ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ ଅର୍ଥନୀତିରେ ସ୍ନାତକ ଓ ୧୯୫୬ରେ ଚିତ୍ରାଙ୍କନରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ ଅର୍ଥନୀତି ଅଧ୍ୟାପକ ଭାବରେ ବରଗଡ଼ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ୩୪ ବର୍ଷ ବୟସରେ ସେ ଲରମ୍ଭା କଲେଜରେ ଅଧ୍ୟକ୍ଷ ହୋଇପାରିଥିଲେ। []

ପଦ ପଦବୀ

[ସମ୍ପାଦନା]
  • ୧୯୫୯-୧୯୬୬: ଅଧ୍ୟାପକ (ଅର୍ଥନୀତି), ପଞ୍ଚାୟତ କଲେଜ, ବରଗଡ଼
  • ୧୯୬୮- ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜ
  • ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
  • ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର
  • ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ

କଥାଚିତ୍ର ଜୀବନ

[ସମ୍ପାଦନା]

୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା", "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦ୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ" ଓ "ଅସ୍ତରାଗ" କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଗଦାଧର ପୁଟୀଙ୍କ ନିର୍ଦ୍ଦେଶିତ ପୂଜା ପାଇଁ ଫୁଲଟିଏ (୨୦୦୭) । ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ହାସଲ କରିଥିଲା । "କା", "ଅନ୍ଧ ଦିଗନ୍ତ", "ଭୂଖା", "ଦୃଷ୍ଟି", "ଅରଣ୍ୟ ରୋଦନ", "ଆରଣ୍ୟକ", "ଶେଷଦୃଷ୍ଟି", "ସତମିଛ" ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।

କଥାଚିତ୍ର ନାମଚରିତ୍ରଭୂମିକାବର୍ଷ
ମାଟିର ମଣିଷବରଜୁଅଭିନେତା୧୯୬୬
କାଅଭିନେତା୧୯୬୬
ଅରୁନ୍ଧତୀମନୋଜଅଭିନେତା୧୯୬୭
ତଅପୋଇନିର୍ଦ୍ଦେଶକ୧୯୭୮
ଅଶାନ୍ତ ଗ୍ରହଶରତଅଭିନେତା-ନିର୍ଦ୍ଦେଶକ୧୯୮୨
ଅସ୍ତରାଗନିର୍ଦ୍ଦେଶକ୧୯୮୨
ଅନ୍ଧ ଦିଗନ୍ତଅଭିନେତା୧୯୮୮
ଭୂଖାଅଭିନେତା୧୯୮୯
ଦୃଷ୍ଟିଅଭିନେତା୧୯୯୦
ଅରଣ୍ୟ ରୋଦନଅଭିନେତା୧୯୯୨
ଆରଣ୍ୟକରାଜା ସାହେବଅଭିନେତା୧୯୯୪
ଶେଷ ଦୃଷ୍ଟିକେଦାର ବାବୁଅଭିନେତା୧୯୯୭
ଶୂନ୍ୟସ୍ୱରୂପଅଭିନେତା୧୯୯୭
ନୂଆ ବୋଉପ୍ରଯୋଜକ, ଅଭିନେତା୧୯୬୨

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. Singha, Minati. "Veteran actor Sarat Pujari passes away". Times of India. Retrieved 13 May 2014.
  2. "The Hindu : Other States / Orissa News : Hemant Das remembered". hindu.com. 2011. Retrieved 24 January 2013. Hemant Das Kala Samman -- was conferred on legendary actor and Odisha Sangeet Natak Akademi president Sarat Pujari
  3. "cinemasagar.com: Actor Sarat Pujari Felicited by Cine Artist's association". Archived from the original on 2012-02-03. Retrieved 2012-02-17.
  4. odisha360.com: Veteran Odia Actor Sarat Pujari Felicitated
  5. "incredibleorissa.com: Cine Artist Association Orissa awarded veteran actor Sarat Pujari at Utkal Mandap". Archived from the original on 2014-05-17. Retrieved 2012-02-17.
  6. "Kadambini Samman for actor Sarat Pujari". The Hindu. Retrieved 13 May 2014.

ଅଧିକ ତଥ୍ୟ

[ସମ୍ପାଦନା]