ଭୁବନେଶ୍ୱର ମିଶ୍ର

ଉଇକିପିଡ଼ିଆ‌ରୁ
ପଣ୍ଡିତ

ଭୁବନେଶ୍ୱର ମିଶ୍ର
Born(1927-07-15)୧୫ ଜୁଲାଇ ୧୯୨୭
Died୭ ମଇ ୧୯୯୩(1993-05-07) (ବୟସ ୬୫)
Nationalityଭାରତୀୟ
Occupation(s)ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ, ବେହେଲା ବାଦକ, ସଙ୍ଗୀତ ସଂଯୋଜକ,
Organizationଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର
Notable work
  • ସଙ୍ଗିନୀରେ ରାସ ରଙ୍ଗିନୀରେ
Awards

ଭୁବନେଶ୍ୱର ମିଶ୍ର (୧୫ ଜୁଲାଇ ୧୯୨୭ - ୭ ମଇ ୧୯୯୩) [୧] ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ବେହେଲା ବାଦକ ଥିଲେ । [୨] ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ସଙ୍ଗୀତରେ ସେ ଦକ୍ଷ ଥିଲେ । ଭୁବନେଶ୍ୱର ସେ ୧୫ ଜୁଲାଇ ୧୯୨୭ରେ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ଅଳ୍ପ କଥା କହୁଥିବାରୁ, ତାଙ୍କ ବାପା ନାମ ରଖିଥିଲେ "ମୁନି" ।

ବାଲ୍ୟକାଳରୁ ସେ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ଲାଭ କରିଥିଲେ । ଦ୍ୱାରମ ଭେଙ୍କଟସ୍ୱାମୀ ନାଇଡୁ ଓ ଦ୍ୱାରମ ନରସିଂହ ରାଓ ନାଇଡୁଙ୍କଠାରୁ ଭୁବନେଶ୍ୱର ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶୈଳୀରେ ବେହେଲା ବାଦନ ଶିକ୍ଷା କରିଥିଲେ ।[୪] ଓଡ଼ିଶୀ ନୃତ୍ୟ ପାଇଁ ସେ ଗବେଷଣା କରି ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ଶୈଳୀରେ ଅନେକ ପଲ୍ଲବୀ ରଚନା କରିଥିଲେ ।

ଗୁରୁ କେଳୁଚରଣ ମହାପାତ୍ରଙ୍କ[୫] ସହିତ ମିଶି ପଣ୍ଡିତ ଭୁବନେଶ୍ୱର ମିଶ୍ର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପାଇଁ ବିଶ୍ୱବ୍ୟାପି ଆଦୃତି ଆଣି ପାରିଛନ୍ତି ।[୬] ଜୟଦେବଙ୍କ ଗୀତ ଗୋବିନ୍ଦରେ ସୂର ଦେଇ, ସେ ତାକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇ ପାରିଛନ୍ତି ।[୭]

ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ଭୁବନ-ହରି[୮] ନାମରେ ସେ ବହୁ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।[୯] ଆକାଶବାଣୀରେ ଚାକିରୀ କରୁଥିବାରୁ ଭୁବନେଶ୍ୱର ମିଶ୍ର 'ଶ୍ରୀକୁମାର' ନାମରେ ନିଜକୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପରିଚିତ କରାଉଥିଲେ ।[୧୦] ୭ ମଇ ୧୯୯୩ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୧] ସଙ୍ଗୀତ ପ୍ରତି ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ସୃତି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପଣ୍ଡିତ ଭୁବନେଶ୍ୱର ମିଶ୍ର ମେମୋରିଆଲ ସମ୍ମାନ ପ୍ରଦାନ କରାଯାଇଥାଏ । [୧୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୯
  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୬[୧୩]

ଆଧାର[ସମ୍ପାଦନା]

  1. BHUBANESWAR MISHRA REMEMBERED, Monday, 03 June 2013, PNS, in Bhubaneswar, The Pioneer.
  2. Asian Recorder. 1987.
  3. "Bhubaneswar Mishra remembered". The Pioneer. 3 June 2013. Retrieved 30 April 2015.
  4. ପଣ୍ଡିତ ଭୁବନେଶ୍ୱର ମିଶ୍ର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିବରଣୀ
  5. Priyambada Mohanty Hejmadi; Ahalya Hejmadi Patnaik (1 January 2007). Odissi, an Indian classical dance form. Aryan Books International. ISBN 978-81-7305-324-5.
  6. http://www.narthaki.com/info/rmc/rmc7.html
  7. "ଆଜି ଜନ୍ମ ଦିନ". ସମ୍ବାଦ ୧୫/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. Retrieved 15 July 2016.[permanent dead link]
  8. Mānnā De (1 January 2007). Memories Come Alive: An Autobiography. Penguin Books India. pp. 392–. ISBN 978-0-14-310193-2.
  9. http://www.newindianexpress.com/states/odisha/article121490.ece?service=print[permanent dead link]
  10. ପ୍ରଣବ, ଦାସ. "ଜଣେ ତେଜସ୍ୱୀ ପୁରୁଷ". ନିତିଦିନ 'ନଜର୍'. Retrieved 28 May 2017.[permanent dead link]
  11. "ଆର୍କାଇଭ୍ କପି". Archived from the original on 2013-12-12. Retrieved 2014-02-18. {{cite web}}: Cite has empty unknown parameter: |1= (help)
  12. http://www.hindu.com/2007/12/24/stories/2007122456010300.htm
  13. "List of Awardees". Sangeet Natak Akademi Awards. Retrieved 15 March 2017.

ଅଧିକ ତଥ୍ୟ[ସମ୍ପାଦନା]