ଭୁବନେଶ୍ବର ମିଶ୍ର

ଉଇକିପିଡ଼ିଆ ରୁ
(ଭୁବନେଶ୍ଵର ମିଶ୍ର ରୁ ଲେଉଟି ଆସିଛି)
Jump to navigation Jump to search
ପଣ୍ଡିତ

ଭୁବନେଶ୍ୱର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ ୧୫ ଜୁଲାଇ ୧୯୨୭(1927-07-15)
ମୃତ୍ୟୁ ୭ ମଇ ୧୯୯୩ (୬୫ ବର୍ଷ)
ଜାତୀୟତା ଭାରତୀୟ
ଜୀବିକା ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ, ବେହେଲା ବାଦକ, ସଙ୍ଗୀତ ସଂଯୋଜକ,
ସଙ୍ଗଠନ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର
ଜଣାଶୁଣା କାମ
  • ସଙ୍ଗିନୀରେ ରାସ ରଙ୍ଗିନୀରେ
ପୈତୃକ ବାସସ୍ଥାନ ପାରଳାଖେମୁଣ୍ଡି
ପୁରସ୍କାର

ଭୁବନେଶ୍ବର ମିଶ୍ର (୧୫ ଜୁଲାଇ ୧୯୨୭ - ୭ ମଇ ୧୯୯୩) [୧] ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ବେହେଲା ବାଦକ ଥିଲେ । [୨] ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ସଙ୍ଗୀତରେ ସେ ଦକ୍ଷ ଥିଲେ । ଭୁବନେଶ୍ୱର ସେ ୧୫ ଜୁଲାଇ ୧୯୨୭ରେ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ଅଳ୍ପ କଥା କହୁଥିବାରୁ, ତାଙ୍କ ବାପା ନାମ ରଖିଥିଲେ "ମୁନି" ।

ବାଲ୍ୟକାଳରୁ ସେ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ଲାଭ କରିଥିଲେ । ଦ୍ୱାରମ ଭେଙ୍କଟସ୍ୱାମୀ ନାଇଡୁ ଓ ଦ୍ୱାରମ ନରସିଂହ ରାଓ ନାଇଡୁଙ୍କଠାରୁ ଭୁବନେଶ୍ୱର ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶୈଳୀରେ ବେହେଲା ବାଦନ ଶିକ୍ଷା କରିଥିଲେ ।[୪] ଓଡ଼ିଶୀ ନୃତ୍ୟ ପାଇଁ ସେ ଗବେଷଣା କରି ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ଶୈଳୀରେ ଅନେକ ପଲ୍ଲବୀ ରଚନା କରିଥିଲେ ।

ଗୁରୁ କେଳୁଚରଣ ମହାପାତ୍ରଙ୍କ[୫] ସହିତ ମିଶି ପଣ୍ଡିତ ଭୁବନେଶ୍ବର ମିଶ୍ର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପାଇଁ ବିଶ୍ବବ୍ୟାପି ଆଦୃତି ଆଣି ପାରିଛନ୍ତି ।[୬] ଜୟଦେବଙ୍କ ଗୀତ ଗୋବିନ୍ଦରେ ସୂର ଦେଇ, ସେ ତାକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇ ପାରିଛନ୍ତି ।[୭]

ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ଭୁବନ-ହରି[୮] ନାମରେ ସେ ବହୁ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।[୯] ଆକାଶବାଣୀରେ ଚାକିରୀ କରୁଥିବାରୁ ଭୁବନେଶ୍ବର ମିଶ୍ର 'ଶ୍ରୀକୁମାର' ନାମରେ ନିଜକୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପରିଚିତ କରାଉଥିଲେ ।[୧୦] ୭ ମଇ ୧୯୯୩ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୧] ସଙ୍ଗୀତ ପ୍ରତି ପଣ୍ଡିତ ଭୁବନେଶ୍ବର ମିଶ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ସୃତି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପଣ୍ଡିତ ଭୁବନେଶ୍ବର ମିଶ୍ର ମେମୋରିଆଲ ସମ୍ମାନ ପ୍ରଦାନ କରାଯାଇଥାଏ । [୧୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୯
  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୬[୧୩]

ଆଧାର[ସମ୍ପାଦନା]

  1. BHUBANESWAR MISHRA REMEMBERED, Monday, 03 June 2013, PNS, in Bhubaneswar, The Pioneer.
  2. Asian Recorder. ୧୯୮୭. 
  3. "Bhubaneswar Mishra remembered". The Pioneer. 3 June 2013. http://www.dailypioneer.com/state-editions/bhubaneswar/bhubaneswar-mishra-remembered.html. Retrieved 30 April 2015. 
  4. ପଣ୍ଡିତ ଭୁବନେଶ୍ୱର ମିଶ୍ର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିବରଣୀ
  5. Priyambada Mohanty Hejmadi; Ahalya Hejmadi Patnaik (୧ January ୨୦୦୭). Odissi, an Indian classical dance form. Aryan Books International. ISBN ୯୭୮-୮୧-୭୩୦୫-୩୨୪-୫. 
  6. http://www.narthaki.com/info/rmc/rmc7.html
  7. "ଆଜି ଜନ୍ମ ଦିନ". ସମ୍ବାଦ ୧୫/୦୭/୨୦୧୬ ଭୁବନେଶ୍ବର ସଂସ୍କରଣ ପୃଷ୍ଠା ୨୦. http://www.sambadepaper.com/Details.aspx?id=270917&boxid=393138. Retrieved 15 July 2016. 
  8. Mānnā De (୧ January ୨୦୦୭). Memories Come Alive: An Autobiography. Penguin Books India. pp. ୩୯୨–. ISBN ୯୭୮-୦-୧୪-୩୧୦୧୯୩-୨. 
  9. http://www.newindianexpress.com/states/odisha/article121490.ece?service=print
  10. ପ୍ରଣବ, ଦାସ. "ଜଣେ ତେଜସ୍ବୀ ପୁରୁଷ". ନିତିଦିନ 'ନଜର୍'. Retrieved 28 May 2017. 
  11. http://www.odissivilas.org/mishra.htm
  12. http://www.hindu.com/2007/12/24/stories/2007122456010300.htm
  13. "List of Awardees". Sangeet Natak Akademi Awards. Retrieved 15 March 2017. 

ଅଧିକ ତଥ୍ୟ[ସମ୍ପାଦନା]