ବନମାଳୀ ଦାସ

ଉଇକିପିଡ଼ିଆ‌ରୁ
ବନମାଳୀ ଦାସ
ବନମାଳୀ ଦାସ
ବନମାଳୀ ଦାସ
ଜନ୍ମ ଓ ଜନ୍ମସ୍ଥାନବନମାଳୀ ପଟ୍ଟନାୟକ
ବୃତ୍ତିକବି
ଭାଷାଓଡ଼ିଆ
ସମୟରୀତି ଯୁଗ
ଶୈଳୀରୀତିକାବ୍ୟ
ବିଷୟଭକ୍ତି

ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । "ଦୀନବନ୍ଧୁ ଦଇତାରୀ"[୧] , "କେତେ ଛନ୍ଦ ଜାଣେ ଲୋ ସହି" ଓ "ମଣିମା ହେ ଏତିକି ମାଗୁଣି ମୋର" ଆଦି ତାଙ୍କର କେତୋଟି ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା ।[୨] ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବନମାଳୀ ଦାସଙ୍କ ଜନ୍ମ ତାରିଖ ସଠିକ ଲିପିବଦ୍ଧ ହୋଇନଥିବାରୁ ବିଭିନ୍ନ ଗବେଷକ ଭିନ୍ନ ଭିନ୍ନ ମତପୋଷଣ କରିଥାନ୍ତି । ତାଙ୍କ ଜନ୍ମ ୧୭୩୬ ଓ ଦେହାନ୍ତ ୧୭୯୩ ବୋଲି ଏକ ଗବେଷଣା ନିବନ୍ଧରେ ଦର୍ଶାଯାଇଥିବା ବେଳେ ଗବେଷକ ଜାନକୀ ବଲ୍ଲଭ ମହାନ୍ତି ତାଙ୍କୁ ବୀରକିଶୋର ଦେବଙ୍କ ସମକାଳୀନ ଓ ଆନୁମାନିକ ଜନ୍ମ ସମୟ ୧୭୨୦ଠାରୁ ୧୭୩୦ ମଧ୍ୟରେ ତଥା ଦେହାନ୍ତ ସମୟ ଜଣାନାହିଁ ବୋଲି ଦର୍ଶାଇଛନ୍ତି ।[୨]

ରଚନାବଳୀ[ସମ୍ପାଦନା]

ଚଉପଦୀ[ସମ୍ପାଦନା]

  • କେତେ ଛନ୍ଦ ଜାଣେ ଲୋ ସହି
  • ତୋ ଲାଗି ଗୋପଦାଣ୍ଡ ମନା
  • କି ଲାଜ ପାଇଲି ଆଜ
  • ସଙ୍ଗିନୀରେ ଚାହାଁ
  • ମଣି ବିମାନେ ଗୋବିନ୍ଦ
  • ଆଗୋ ଦୂତୀ! ଆଜ ରାତି
  • ସରିବ କି ଏ ନିଶି ଗୋ
  • ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
  • ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
  • ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା
  • କିଏ ଲୋ ସଜନୀ! କେଳି କଦମ୍ବ ମୂଳେ
  • କଳାବତୀ ଖଞ୍ଜନାକ୍ଷି

ଜଣାଣ[ସମ୍ପାଦନା]

  • ଶ୍ରୀ ଶରଧାବାଲି ମାଗୁଣି ଜଣାଣ (ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ)
  • ଜୟ ଜଗନ୍ନାଥ ହେ ଯଶୋଦା କୁମର
  • ଦୀନବନ୍ଧୁ ଦଇତାରୀ
  • ମଣିମା ହେ ଏତିକି ମାଗୁଣି ମୋର
  • ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
  • କୃଷ୍ଣ କେଶବ ହରି
  • ଆହେ ପ୍ରଭୁ କଳା ଶ୍ରୀମୁଖ
  • ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ

ଆଧାର[ସମ୍ପାଦନା]

  1. "A musical treat". New Indian Express. 19 January 2012. Archived from the original on 14 November 2015. Retrieved 8 November 2015.
  2. ୨.୦ ୨.୧ Janaki Ballabha Mohanty (1 January 1993). Banamali Das. Sahitya Akademi. ISBN 978-81-7201-449-0.
  3. Ayyappappanikkar (1 January 1997). Medieval Indian Literature: Surveys and selections. Sahitya Akademi. pp. 412–. ISBN 978-81-260-0365-5.

ବାହାର ଆଧାର[ସମ୍ପାଦନା]