ନିତାଇ ପାଲିତ
ନିତାଇ ପାଲିତ | |
---|---|
ଜନ୍ମ | ନିତ୍ୟାନନ୍ଦ ପାଲିତ ୮ ମାର୍ଚ୍ଚ ୧୯୨୩ |
ମୃତ୍ୟୁ | ୨୬ ଜୁଲାଇ ୧୯୯୦ | (ବୟସ ୬୭)
ବୃତ୍ତି(ସମୂହ) | ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର |
ସକ୍ରିୟ ବର୍ଷ | ୧୯୫୪-୧୯୯୦ |
ବୈବାହିକ-ସାଥୀ | ବୀଣା କୁମାରୀ |
ନିତାଇ ପାଲିତ ( ୮ମାର୍ଚ ୧୯୨୩ - ୨୬ଜୁଲାଇ ୧୯୯୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଯୋଜକ, ନିର୍ଦ୍ଦେଶକ ତଥା କାହାଣୀକାର ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୮ମାର୍ଚ ୧୯୨୩ ମସିହାରେ ସେ କଟକରେ ସେ ପିତା ନଗେନ୍ଦ୍ରନାଥ ଓ ମାତା ସରୋଜିନି ଦେବିଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ । କଟକର ରେଭେନ୍ସା କଲିଜିଏଟ ସ୍କୁଲ ସେ ଶିକ୍ଷାଗ୍ରହଣ କରିଥିଲେ । ପିଲାଦିନରୁ ସେ ଡ୍ରାମା ଓ ସଂଗୀତ ପ୍ରତି ଆକ୍ରୁଷ୍ଟ ଥିଲେ ଓ କାଳକ୍ରମେ ରଙ୍ଗମଞ୍ଚରେ ଯୋଗଦାନ କରିଥିଲେ । କ୍ରମେ ସେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆକ୍ରୁଷ୍ଟ ହେଲେ ଏବଂ ଚଳଚ୍ଚିତ୍ର ନିର୍ମାଣ କଳାକୁ ଆୟତ୍ତ କରିଥିଲେ ।
ଚଳଚ୍ଚିତ୍ର ଜୀବନ
[ସମ୍ପାଦନା]୧୯୫୪ ମସିହାରେ ସେ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସହ ମିଶି କେଦାର ଗୌରୀ କଥାଚିତ୍ର ନିର୍ମାଣ କରିଥିଲେ । [୨] ୧୯୫୫ ମସିହାରେ ସେ ସ୍ୱତନ୍ତ୍ର ଭାବରେ ଭାଇ ଭାଇ କଥାଚିତ୍ର ନିର୍ମାଣ କରିଥିଲେ । ଏହି କଥାଚିତ୍ରର ଅଦ୍ଭୁତ ସଫଳତା ପରେ ସେ ରଙ୍ଗମଞ୍ଚ ଛାଡି ସମ୍ପୂର୍ଣ୍ଣ ଭାବରେ କଥାଚିତ୍ର ନିର୍ମାଣରେ ମନୋଯୋଗ କରିଥିଲେ । "କ୍ରୀଏଟିବ ମୁଭିଜ୍ ପ୍ରଡକ୍ସନସ" ନାମରେ ଏକ ପ୍ରଯୋଜନା ସଂସ୍ଥା ଗଠନ କରି ସେ କଥାଚିତ୍ର ନିର୍ମାଣ କରୁଥିଲେ ।
ସମ୍ମାନ
[ସମ୍ପାଦନା]- ରାଷ୍ଟ୍ରପତି ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୬୫ ମସିହା (ମଲାଜହ୍ନ)
- ରୌପ୍ୟ କମଳ ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୬୫ ମସିହା (ମଲାଜହ୍ନ)
- ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ନିର୍ଦ୍ଦେଶକ ୧୯୭୨,୧୯୭୫,୧୯୭୭,୧୯୮୨
- ଓଡ଼ିଶା ସଂଗୀତ ନାଟକ ଏକାଡେମି - ୧୯୮୨
- ଜୟଦେବ ସମ୍ମାନ - ୧୯୮୨
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ କେଦାର ଗୌରୀ କଥାଚିତ୍ରର ଅଭିନେତ୍ରୀ ବୀଣା କୁମାରୀଙ୍କୁ ବିବାହ କରିଥିଲେ । ସେ ଜଣେ ସମ୍ପୁର୍ଣ୍ଣ ପାରିବାରିକ ବ୍ୟକ୍ତି ଥିଲେ ଏବଂ ପତ୍ନୀ ଓ ଛଅ ଝିଅମାନଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଥିଲେ । ଚଳଚ୍ଚିତ୍ର ବ୍ୟତିତ, ସେ ପଢ଼ିବା, କବିତା ଲେଖିବା, ଚିତ୍ରାଙ୍କନ ଓ ତବଲା ବାଦନରେ ରୁଚି ରଖିଥିଲେ । ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କର୍ମଚଞ୍ଚଳ ଥିଲେ । ୨୬ ଜୁଲାଇ ୧୯୯୦ ମସିହାରେ ନିଜ ଶେଷ ଚଳଚ୍ଚିତ୍ର "କିଛି ଆଶା କିଛି ସ୍ୱପ୍ନ" ତିଆରି କରିବା ଅବସ୍ଥାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।
ତାଙ୍କୁ ସମ୍ମାନ ଜଣାଇ ସମ୍ମାନରେ ପ୍ରତି ବର୍ଷ ଓଡ଼ିଆ ସିନେମାରେ ଉଲ୍ଲେଖନିୟ ପ୍ରଦର୍ଶନ ପାଇଁ "ନିତାଇ ପାଲିତ ସମ୍ମାନ" ପୁରସ୍କାର ଦିଆ ଯାଉଛି ।
ଫିଲ୍ମରେ ଭୂମିକା
[ସମ୍ପାଦନା]ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]- ରଘୁ ଅରକ୍ଷିତ (୧୯୯୭)
- ଉଷା (୧୯୮୭, ଟେଲିଫିଲ୍ମ)
- କିଏ ଜିତେ କିଏ ହାରେ (୧୯୮୧)
- ଅନୁରାଗ (୧୯୮୦)
- ବନ୍ଧୁ ମହାନ୍ତି (୧୯୭୭)
- କୃଷ୍ଣ ସୁଦାମା (୧୯୭୬)
- ମନ ଆକାଶ (୧୯୭୪)
- ଧରିତ୍ରୀ (୧୯୭୨)
- ବନ୍ଧନ (୧୯୬୯)
- କିଏ କାହାର (୧୯୬୮)
- ମଲାଜହ୍ନ (୧୯୬୫) [୩]
- ମା (୧୯୫୯)
- ଭାଇ ଭାଇ (୧୯୫୬)
- କେଦାର ଗୌରୀ (୧୯୫୪)[୪]
କାହାଣିକାର ଭାବରେ
[ସମ୍ପାଦନା]- ବନ୍ଧୁ ମହାନ୍ତି (୧୯୭୭)
- ମଲାଜହ୍ନ (୧୯୬୫)
ପ୍ରଯୋଜକ ଭାବରେ
[ସମ୍ପାଦନା]- ରଘୁ ଅରକ୍ଷିତ (୧୯୯୭) (ସହକାରି ପ୍ରଯୋଜକ)
ଆଧାର
[ସମ୍ପାଦନା]- ↑ http://books.google.co.in/books?id=R0EOAQAAMAAJ&q=nitai+palit&dq=nitai+palit&hl=en&sa=X&ei=53fYT47XFJDIrQeYwfHpBg&redir_esc=y
- ↑ http://books.google.co.in/books?id=W2ZuAAAAMAAJ&q=nitai+palit&dq=nitai+palit&hl=en&sa=X&ei=53fYT47XFJDIrQeYwfHpBg&redir_esc=y
- ↑ http://books.google.co.in/books?id=-OpkAAAAMAAJ&q=nitai+palit&dq=nitai+palit&hl=en&sa=X&ei=53fYT47XFJDIrQeYwfHpBg&redir_esc=y
- ↑ "Kedar Gouri Movie | Oriya Film Director, Star Cast, Release, Music". incredibleorissa.com. 2012. Archived from the original on 6 January 2013. Retrieved 13 June 2012.
Director – Nitai Palit
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିତାଇ ପାଲିତ
- [୧]
- ଓଡ଼ିଶା ଡାଏରୀ Archived 2013-03-07 at the Wayback Machine.