Jump to content

ଶାନ୍ତନୁ ମହାପାତ୍ର

ଉଇକିପିଡ଼ିଆ‌ରୁ
ଶାନ୍ତନୁ ମହାପାତ୍ର
ଜନ୍ମ(1936-01-06)୬ ଜାନୁଆରୀ ୧୯୩୬
ମୃତ୍ୟୁ୩୦ ଡିସେମ୍ବର ୨୦୨୦(2020-12-30) (ବୟସ ୮୪)
ମୃତ୍ୟୁର କାରଣଆକ୍ୟୁଟ୍‌ ନିମୋନିଆ
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ସଙ୍ଗୀତକାର
ପିତାମାତାରମେଶ ମହାପାତ୍ର
ସୌଦାମିନୀ ମହାପାତ୍ର

ଶାନ୍ତନୁ ମହାପାତ୍ର (୬ ଜାନୁଆରୀ ୧୯୩୬ - ୩୦ ଡିସେମ୍ବର ୨୦୨୦) ଜଣେ ଓଡ଼ିଆ ସଙ୍ଗୀତକାର ଥିଲେ ।[] [] ଓଡ଼ିଆ ବ୍ୟତୀତ ସେ ହିନ୍ଦୀ, ବଙ୍ଗଳା. ଅହମିଆତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶାନ୍ତନୁ ମହାପାତ୍ର ୧୯୩୬ ମସିହାର ଜାନୁଆରୀ ୬ ତାରିଖରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାସ୍ଥିତ ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ପାଞ୍ଚ ବର୍ଷ ବୟସରୁ ସେ ଗୁରୁ ବାଞ୍ଛାନିଧି ପଣ୍ଡାଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ ।[] ୯ ବର୍ଷ ବୟସରୁ ସେ ମଞ୍ଚରେ ସଙ୍ଗୀତ ପରିବେଷଣ ଆରମ୍ଭ କରିଥିଲେ । ୧୯୫୭ ମସିହାରେ ସେ ଆଇଆଇଟି ଖଡ଼ଗପୁରରୁ ଆପ୍ଲାଏଡ୍ ଜିଓଲଜି ଆଣ୍ଡ୍‌ ଜିଓଫିଜିକ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଆଇଆଇଟିରେ ପଢ଼ିବା ସମୟରେ ସେ ଆଇପିଟିଏ ସହିତ ଜଡ଼ିତ ହୋଇଥିଲେ ଓ ସେଠାରେ ସମୂହ ସଙ୍ଗୀତର କଳା ଆୟତ୍ତ କରିଥିଲେ । ସେ ସଲୀଳ ଚୌଧୁରୀଙ୍କଠାରୁ ସଙ୍ଗୀତ ନିର୍ଦ୍ଦେଶନା ଶିଖିଥିଲେ ।[] ୧୯୫୭ ମସିହା ଜୁନ ମାସରେ ସେ ଓଡ଼ିଶା ସରକାରଙ୍କ ମାଇନିଂ ଏବଂ ଜିଓଲଜି ବିଭାଗରେ ଯୋଗଦେଇଥିଲେ ଓ ୧୯୯୪ ମସିହାରେ ସେଠାରୁ ନିର୍ଦ୍ଦେଶକ ଭାବରେ ଅବସର ଗ୍ରହଣ କରିଥିଲେ ।

କଥାଚିତ୍ରରେ ସଂଗୀତ ନିର୍ଦ୍ଦେଶନା

[ସମ୍ପାଦନା]

ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ସଂଗୀତକାର ଭାବେ ସେ ୧୯୬୩ ମସିହାରେ ଓଡ଼ିଆ କଥାଚିତ୍ର ସୂର୍ଯ୍ୟମୁଖୀରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ନିଜ ଜୀବନକାଳ ଭିତରେ ସେ ୫୦ଟି ଓଡ଼ିଆ କଥାଚିତ୍ରରେ ୧୯୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[]

କଥାଚିତ୍ରରେ ଅବଦାନ

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକଭୂମିକା
ଚିଲିକା ତୀରେ୧୯୭୭ବିପ୍ଳବ ରାୟଚୌଧୁରୀସଙ୍ଗୀତକାର
ଅରୁନ୍ଧତୀ୧୯୬୭ପ୍ରଫୁଲ୍ଲ ସେନଗୁପ୍ତାସଙ୍ଗୀତକାର
ସୂର୍ଯ୍ୟମୁଖୀ୧୯୬୩ପ୍ରଶାନ୍ତ ନନ୍ଦସଙ୍ଗୀତକାର
ତୁମେ ହିଁ ସାଥୀ ମୋର୨୦୦୯ସୁରେନ୍ଦ୍ର ମହାନ୍ତିସଙ୍ଗୀତକାର
ରଣଭୂମି୧୯୯୫ବସନ୍ତ ନାୟକସଙ୍ଗୀତକାର
ନିର୍ବାଚନ୧୯୯୪ବିପ୍ଳବ ରାୟଚୌଧୁରୀସଙ୍ଗୀତକାର
ଭିନ୍ନ ସମୟ୧୯୯୨ମନମୋହନ ମହାପାତ୍ରସଙ୍ଗୀତକାର
ଅଗ୍ନି ବୀଣା୧୯୯୦ମନମୋହନ ମହାପାତ୍ରସଙ୍ଗୀତକାର
ବାଘ ବାହାଦୁର୧୯୮୯ର ବଙ୍ଗଳା କଥାଚିତ୍ରବୁଦ୍ଧଦେବ ଦାସଗୁପ୍ତାସଙ୍ଗୀତକାର
ମଝି ପାହାଚ୧୯୮୭ମନମୋହନ ମହାପାତ୍ରସଙ୍ଗୀତକାର
କ୍ଳାନ୍ତ ଅପରାହ୍ଣ୧୯୮୫ମନମୋହନ ମହାପାତ୍ରସଙ୍ଗୀତକାର
ଡୋରା୧୯୮୪ପ୍ରଶାନ୍ତ ନନ୍ଦସଙ୍ଗୀତକାର
ଜଗା ବଳିଆ୧୯୮୪ପ୍ରଶାନ୍ତ ନନ୍ଦସଙ୍ଗୀତକାର
ନୀରବ ଝଡ଼୧୯୮୪ମନମୋହନ ମହାପାତ୍ରସଙ୍ଗୀତକାର
କାଚଘର୧୯୮୧ବ୍ୟୋମକେଶ ତ୍ରିପାଠୀସଙ୍ଗୀତକାର
ଶୀତ ରାତି୧୯୮୧ମନମୋହନ ମହାପାତ୍ରସଙ୍ଗୀତକାର
ଶୋଧ୧୯୭୯ର ହିନ୍ଦୀ କଥାଚିତ୍ରବିପ୍ଳବ ରାୟଚୌଧୁରୀସଙ୍ଗୀତକାର
ଅଗ୍ନି ପରୀକ୍ଷା୧୯୮୦ବଳାଇ ସେନସଙ୍ଗୀତକାର
ମେଘମୁକ୍ତି୧୯୮୦ବିଶ୍ୱଜିତ ଦାସସଙ୍ଗୀତକାର

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ନିମୋନିଆ ରୋଗରେ ପୀଡ଼ିତ ହୋଇ ୨୦୨୦ ମସିହା ଡିସେମ୍ବର ୩୦ ତାରିଖରେ ୮୪ ବର୍ଷ ବୟସରେ ଶାନ୍ତନୁଙ୍କର ଦେହାନ୍ତ ହୋଇଥିଲା ।

  1. National Film Festival. Directorate of Film Festivals, Ministry of Information and Broadcasting, Government of India. 1994.
  2. "profile.odiamusic.com: shantanumohapatra-childhood". Archived from the original on 2011-11-17. Retrieved 2012-01-20.
  3. "ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ". www.khabar.odishatv.in. odisha tv. Archived from the original on 30 December 2020. Retrieved 30 December 2020.
  4. "ବିଶିଷ୍ଟ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ୮୫ ବର୍ଷ ବୟସରେ ପରଲୋକ, ଅସୁସ୍ଥତା କାରଣରୁ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ". www.knewsodisha.com. knews odisha. Archived from the original on 30 December 2020. Retrieved 30 December 2020.
  5. "ଜୀବନ ନାଟକରେ ଯବନିକା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Retrieved 31 December 2020. {{cite web}}: |archive-url= requires |archive-date= (help)
  6. "ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଅସୁସ୍ଥ". www.dharitri.com. ଧରିତ୍ରୀ. Retrieved 30 December 2020.
  7. "ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 December 2020. Retrieved 30 December 2020.
  8. "Music Maestro Shantanu Mohapatra Dies at 84, Odisha CM Naveen Patnaik Offers Condolences". www.news18.com. news18. Retrieved 30 December 2020.

ବାହାର ଆଧାର

[ସମ୍ପାଦନା]