ମଣିମାଳା ଦେବୀ
Appearance
ମଣିମାଳା ଦେବୀ | |
---|---|
ଜନ୍ମ | ବାଲିବିଶି, କଟକ | ୧୯ ଜୁନ ୧୯୩୧
ମୃତ୍ୟୁ | ୧୬ ଜୁନ ୨୦୧୬ | (ବୟସ ୮୪)
ଜାତୀୟତା | ଭାରତୀୟ |
ସକ୍ରିୟ ବର୍ଷ | ୧୯୬୦-୧୯୯୦ |
ପ୍ରସିଦ୍ଧି | ଅଭିନେତ୍ରୀ |
ସନ୍ତାନ | ଶଙ୍କର ଘୋଷ |
ମଣିମାଳା ଦେବୀ (୧୯ ଜୁନ ୧୯୩୧[୧] - ୧୬ ଜୁନ ୨୦୧୬[୨])ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୩] ମଣିମାଳା ୧୯ ଜୁନ ୧୯୩୧, ଶୁକ୍ରବାର ଦିନ କଟକ ଜିଲ୍ଲାର ବାଲିବିଶି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୪] ନଅବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ସେ ଆଦୌ ସ୍କୁଲ ଯାଇନଥିଲେ । ୧୯୪୫ ମସିହାରେ କଟକ ଆସି ସେ ଅନ୍ନପୂର୍ଣ୍ଣା-ଏ ଥିଏଟରରେ ଯୋଗଦେଇ ଜୟଦେବ ନାଟକରେ ଅଭିନୟ କରିଥିଲେ । ଅନ୍ନପୂର୍ଣ୍ଣା ଥିଏଟରରେ ସେ କାଳୀଚରଣ ପଟ୍ଟନାୟକ, ବାଳକୃଷ୍ଣ ଦାସ ଓ ଧୀରେନ ଦାଶଙ୍କଠାରୁ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଶିକ୍ଷା କରିଥିଲେ ।[୫]
ତାଙ୍କ ଅଭିନିତ ପ୍ରଥମ କଥାଚିତ୍ର ଶ୍ରୀ ଲୋକନାଥ[୬] ସହ ୧୪ଟି କଥାଚିତ୍ର ଜାତୀୟ ପୁରସ୍କାରରେ ସମ୍ମାନିତ । [୭] ସେ ୩୦ଟି କଥାଚିତ୍ର ଓ ଶତାଧିକ ରଙ୍ଗମଞ୍ଚ ନାଟକରେ ଅଭିନୟ କରିଛନ୍ତି । ସାମୁଏଲ ସାହୁଙ୍କ ସହ, ମଣିମାଳାଙ୍କ ଯୋଡି ଦର୍ଶକମାନେ ପସନ୍ଦ କରୁଥିଲେ ।
ଅଭିନୀତ ନାଟକ
[ସମ୍ପାଦନା]- ଚଣ୍ଡାଲୁଣୀ
- ଜାନକୀ
- ଚଷା ଝିଅ
- କଳା ପାହାଡ଼
- ମୁକ୍ତି କୋଣାର୍କ
- ଶ୍ରୀ ଜୟଦେବ
ଅଭିନୀତ କଥାଚିତ୍ର
[ସମ୍ପାଦନା]- ଅନ୍ଧ ଦିଗନ୍ତ, ୧୯୯୦
- କିଛି ସ୍ମୃତି କିଛି ଅନୁଭୂତି, ୧୯୮୯
- ନିଷିଦ୍ଧ ସ୍ୱପ୍ନ, ୧୯୮୮
- କ୍ଳାନ୍ତ ଅପରାହ୍ଣ, ୧୯୮୫
- ମାୟା ମିରିଗ, ୧୯୮୪
- ନୀରବ ଝଡ଼, ୧୯୮୪
- କିଏ କାହାର, ୧୯୬୭
- ଭାଇ ଭାଉଜ, ୧୯୬୭
- କା, ୧୯୬୬
- ମଲାଜହ୍ନ, ୧୯୬୫
- ଅଭିନେତ୍ରୀ, ୧୯୬୫
- ଜୀବନସାଥୀ, ୧୯୬୩
- ସୂର୍ଯ୍ୟମୁଖୀ, ୧୯୬୩
- ଲକ୍ଷ୍ମୀ, ୧୯୬୨[୮]
- ଶ୍ରୀ ଲୋକନାଥ, ୧୯୬୦
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ: ୨୦୦୮[୯][୧୦]
- ଜୟଦେବ ପୁରସ୍କାର: ୨୦୦୦[୧୧]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ: ୧୯୯୯[୧୨][୧୩]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୭(ଜୀବନବ୍ୟାପି ଅବଦାନ ପାଇଁ)[୧୪]
ଆଧାର
[ସମ୍ପାଦନା]- ↑ Acharya, Aurosmita. "Veteran Odia actor Manimala Devi breathes her last". DNA. Retrieved 29 December 2016.
- ↑ "Veteran actress Manimala Devi passes away". 16 June 2016. Retrieved 16 June 2016.
- ↑ "ଅଭିନେତ୍ରୀ ମଣିମାଳା ଦେବୀ ଅସୁସ୍ଥ". ଧରିତ୍ରୀ. Retrieved 13 March 2016.
- ↑ Palit, Ashok (2011). "Manimala: A Forgotten Queen of Orissa celluloid world, Orissa Entertainment News". orissadiary.com. Archived from the original on 16 August 2016. Retrieved 13 March 2016.
Born on June 19,1931 Balibisi village, Cuttack
- ↑ "ମନେପଡ଼ିବେ ମଣି ଅପା". ଧରିତ୍ରୀ. No. 17 June 2016. Retrieved 29 December 2016.
- ↑ ବେହେରା, ସୌମ୍ୟରଞ୍ଜନ (17 June 2016). "ଝଲସୁଥିବେ ଚିରଦିନ ମଣିମାଳା". ସମୟ. Archived from the original on 20 June 2016. Retrieved 17 June 2016.
- ↑ Singha, Minati (2012). "Manimala Devi battles penury and disease - Times Of India". indiatimes.com. Archived from the original on 2013-01-03. Retrieved 16 October 2012.
She has acted in 30 feature films and over 100 plays, of which14 films have bagged the national award, including her debut film 'Sri Loknath'
- ↑ http://www.odisha.com/archives/23634
- ↑ http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ "Manimala Devi, Prafulla Kar Conferred with 'Kabi Samrat Upendra Bhanja' Award". odisha.360.batoi.com. 2012. Retrieved 21 January 2013.
Manimala Devi, Veteran Odia actress conferred with the prestigious 'Kabi Samrat Upendra Bhanja' award, the highest award of the Orissa Sangeet Natak Akademi for the year 2008
- ↑ Singha, Minati (10 October 2012). "Manimala Devi battles penury and disease". Times of India. Retrieved 2 February 2015.
- ↑ "Award for three veteran artistes". expressindia.com. 1999. Retrieved 5 February 2013.
and Manimala Devi (Oriya cinema).
- ↑ "The Tribune...Arts Tribune". tribuneindia.com. 1999. Retrieved 5 February 2013.
and Manimala Devi (Oriya cinema).
- ↑ http://timesofindia.indiatimes.com/city/bhubaneswar/Veteran-actor-Manimala-Devi-passes-away/articleshow/52785169.cms
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଣିମାଳା ଦେବୀ