ଗୋପାଳ ଚନ୍ଦ୍ର ପଣ୍ଡା

ଉଇକିପିଡ଼ିଆ‌ରୁ
ଗୋପାଳ ଚନ୍ଦ୍ର ପଣ୍ଡା
Born (1940-06-17) ୧୭ ଜୁନ ୧୯୪୦ (ବୟସ ୮୩)
Nationalityଭାରତୀୟ
Occupationଓଡ଼ିଶୀ ସଙ୍ଗୀତ ଗୁରୁ
Organizationଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ
Styleଓଡ଼ିଶୀ ସଙ୍ଗୀତ
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୧]

ଗୋପାଳ ଚନ୍ଦ୍ର ପଣ୍ଡା (ଜନ୍ମ : ୧୭ ଜୁନ ୧୯୪୦) ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ ଓ ଗାୟକ । ଓଡ଼ିଶୀ ସଙ୍ଗୀତ ସାଧନା, ଶିକ୍ଷାଦାନ ଓ ଅନୁସନ୍ଧାନ ତଥା ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟଦା ପ୍ରଦାନ କରିବା ପାଇଁ ସେ ଚେଷ୍ଟିତ ଅଛନ୍ତି । ତାଙ୍କୁ ୨୦୦୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୧ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା ।[୨] ସଙ୍ଗୀତ ସାଧକ ଭିନ୍ନ ସେ ଜଣେ ଓଡ଼ିଆ ଭାଷାପ୍ରେମୀ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗୋପାଳ ଚନ୍ଦ୍ର, ୧୯୪୦ ମସିହାରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଘରେ ବିଭିନ୍ନ ପୂଜା ପାର୍ବଣରେ ସଙ୍ଗୀତର ଆୟୋଜନ କରାଯାଉଥିଲା । ସେ ସବୁ ଛୋଟବେଳୁ ଦେଖି, ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇ ଗୀତ ଗାଇବା ଆରମ୍ଭ କରିଥିଲେ । ତାଙ୍କ କଣ୍ଠସ୍ୱର ସମସ୍ତଙ୍କୁ ଭଲ ଲାଗୁଥିଲା । ବଡ଼ ଭାଇ "ନନ୍ଦ କିଶୋର ପଣ୍ଡା"ଙ୍କ ପ୍ରେରଣାରେ ସେ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ଘରେ ସଙ୍ଗୀତର ପୃଷ୍ଠପୋଷକତା ପାଇଁ ଜମିବାଡ଼ି ସମ୍ପତ୍ତି ବିକ୍ରୀ ହୋଇ ଯାଇଥିଲା ଓ ଅର୍ଥାଭାବ ଯୋଗୁ ତାଙ୍କ ସଙ୍ଗୀତ ଶିକ୍ଷା ବାଧାପ୍ରାପ୍ତ ହୋଇଥିଲା । ପାଠରେ ସେ ଭଲ ଥିଲେ, ତେଣୁ ପରିବାରର ଇଚ୍ଛା ଥିଲା ସେ ପାଠରେ ମନୋନିବେଶ କରନ୍ତୁ । କିନ୍ତୁ ସେ କଲିକତା ଚାଲି ଯାଇ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । କଲିକତାରୁ ବାରଣାସୀପୁନେ ଯାଇ ସେ ଅଧିକ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ, ଜି ସି ପଲୁସ୍କର ଓ ସିଂହାରୀ ଶ୍ୟାମସୁନ୍ଦର କରଙ୍କଠାରୁ ସେ ସଙ୍ଗୀତ ଶିକ୍ଷାଲାଭ କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

୧୯୭୨ ମସିହାରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସେ "ଓଡ଼ିଶୀ କଣ୍ଠ ସଙ୍ଗୀତ" ବିଭାଗରେ ଅଧ୍ୟାପନା ଆରମ୍ଭ କରିଥିଲେ । ୨୬ ବର୍ଷ ସେଠାରେ ଶିକ୍ଷାଦାନ କରି ସେ ୧୯୯୮ ମସିହାରେ ବିଭାଗୀୟ ମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ ।[୩] ଅବସର ପରେ ସେ "ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ" ପ୍ରତିଷ୍ଠା କରି, ଓଡ଼ିଶୀ ସଙ୍ଗୀତ ଉପରେ ଅନୁସନ୍ଧାନ ଜାରୀ ରଖିଛନ୍ତି ଓ ଶାସ୍ତ୍ରୀୟ ସଙ୍ଗୀତର ମର୍ଯ୍ୟଦା ପାଇବା ପାଇଁ ପ୍ରୟାସ କରୁଛନ୍ତି । ଏହି ଅନୁଷ୍ଠାନ ଆନୁକୁଲ୍ୟରେ ପ୍ରତିବର୍ଷ "ଓଡ଼ିଶୀ ରାଗ ଉତ୍ସବ"ର ଆୟୋଜନ କରା ଯାଇଥାଏ ।[୪] ସେ ସେ ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ସଂରଚନା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ଉପରେ ପର୍ଯ୍ୟବସିତ ତାଙ୍କର ଅନେକ ଆଲବମ ରହିଛି । ସେ ଓଡ଼ିଶୀ ସଙ୍ଗୀତ ଉପରେ ପର୍ଯ୍ୟବସିତ ପୁସ୍ତକମାନ ରଚନା କରିଛନ୍ତି । ସେ ସବୁ :

ରଚନାବଳୀ[ସମ୍ପାଦନା]

  • ଓଡ଼ିଶୀ ରାଗ ରତ୍ନାବଳୀ
  • ଓଡ଼ିଶୀ ସଙ୍ଗୀତ ମଞ୍ଜରୀ
  • ଓଡ଼ିଶୀ ରାଗ ପ୍ରକାଶ
  • ଓଡ଼ିଶୀ ରାଗ ପରିଚୟ
  • ଓଡ଼ିଶୀ ରାଗ ବିଜ୍ଞାନ
  • ଶ୍ରୀ ଗୀତ ଗୋବିନ୍ଦ ସ୍ୱରଲିପି[୫]

ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୧[୬]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୦
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୦୯
  • ସଂଗୀତ ସୁଧାକର ସ୍ମାରକୀ ସମ୍ମାନ - ୨୦୧୯ ( ନାଲକୋଦ୍ୱାରା ପ୍ରଦତ୍ତ)[୭]
  • ଗଙ୍ଗାଧର ସ୍ମୃତି ପୁରସ୍କାର, ୨୦୧୧[୮]

ଆଧାର[ସମ୍ପାଦନା]

  1. "Gopal Ch. Panda To Receive Sangeet Natak Akademi Award". odishatv.in. odisha tv. Archived from the original on 2 March 2020. Retrieved 2 March 2020.
  2. "ସଙ୍ଗୀତ ନାଟକ ଏକାଡେମୀ ସମ୍ମାନପ୍ରାପ୍ତ ଓଡ଼ିଆ କଳାକାରଙ୍କୁ ସଂସ୍କୃତି ମନ୍ତ୍ରୀଙ୍କ ଶୁଭେଚ୍ଛା" (PDF). inpr.odisha.gov.in. inpr.odisha.gov.in.
  3. "ସାକ୍ଷାତକାର". No. ରବିବାର ସମ୍ବାଦ ୦୧/୦୩/୨୦୨୦ ପୃଷ୍ଠା ୬. ସମ୍ବାଦ. Retrieved 2 March 2020.
  4. "In solidarity with Odissi". www.thehindu.com. the hindu. Retrieved 2 March 2020.
  5. "Book to popularise Odissi ragas - Gopal Chandra Panda brings out his 40 years of research on music". www.telegraphindia.com. telegraph. Retrieved 2 March 2020.
  6. "Gopal Chandra Panda". sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ. Retrieved 2 March 2020.
  7. "ଗୋପାଳ ପଣ୍ଡା ପାଇବେ ନାଲ୍‌କୋ ସଂଗୀତ ସୁଧାକର ସ୍ମାରକୀ ସମ୍ମାନ". sambad.in/. ସମ୍ବାଦ. Retrieved 2 March 2020.
  8. "୩ଜଣଙ୍କୁ ମିଳିବ ଗଙ୍ଗାଧର ସ୍ମୃତି ପୁରସ୍କାର". dharitri.com/e-Paper. Retrieved 10 February 2021.