ପାର୍ବତୀ ଘୋଷ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ପାର୍ବତୀ ଘୋଷ
ଜନ୍ମ ଓ ଜନ୍ମସ୍ଥାନ ଚପଳା ନାୟକ
ମାର୍ଚ୍ଚ ୨୮, ୧୯୩୩(1933-03-28)
ଓଡ଼ିଶା, କଟକ
ମୃତ୍ୟୁ

୧୨ ଫେବୃଆରୀ ୨୦୧୮ (୮୪ ବର୍ଷ)

[୧]
ଭୁବନେଶ୍ୱର
ଜୀବିକା ଅଭିନେତ୍ରୀ
କାର୍ଯ୍ୟକାଳ ୧୯୫୦-୧୯୯୮
ଜୀବନସାଥି ଗୌର ଘୋଷ
ସନ୍ତାନ ରାତ୍ରୀ

ପାର୍ବତୀ ଘୋଷ (ଜନ୍ମ ୨୮ ମାର୍ଚ ୧୯୩୩)[୨] ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା । ଓଡ଼ିଆ ନାଟକ ''ମମତା'' ଓ ହିନ୍ଦୀ ନାଟକ ''ଦୋ ଆଁସୁ''ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।[୩] ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''ଆମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଆଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଆଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ବିବାହ ଓ ପରିବାର[ସମ୍ପାଦନା]

ପାର୍ବତୀ ଘୋଷ ବିବାହ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ବର୍ଗତ ଗୌର ଘୋଷଙ୍କୁ। ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଗୌର ଘୋଷଙ୍କୁ ବିବାହ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ସେ ଚପଳା ନାୟକ ଭାବେ ପରିଚିତ ଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ରାତ୍ରୀ। ରାତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ। ପାର୍ବତୀ ଘୋଷ ହେଉଛନ୍ତି ଆଠ ଭାଇ ଓ ଭଉଣୀ। ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ବରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।[୪]

ଚଳଚ୍ଚିତ୍ର ଜୀବନ[୫][ସମ୍ପାଦନା]

ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ ''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଛି। ''ଆମରି ଗାଁ ଝିଅ'' (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଆଧାରିତ ଥିଲା। ''ଭାଇଭାଇ'' (୧୯୫୬), ''ମା'' (୧୯୫୯),"କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭) ଏବଂ ''ସଂସାର'' (୧୯୭୩) ଆଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି। ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ''ଲକ୍ଷ୍ମୀ'' (୧୯୬୩) । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ''ସଂସାର'' ସିନେମାରେ ସେ ନିଜ ସ୍ବାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ''ପ୍ରଶ୍ନ'' ଏବଂ ''ସୋପାନ'' ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ ଫକୀରମୋହନ ସେନାପତିଙ୍କ ଉପନ୍ୟାସକୁ ଆଧାର କରି ନିର୍ମିତ ହୋଇଥିବା ''ଛ ମାଣ ଆଠ ଗୁଣ୍ଠ'' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ତାଙ୍କର ଅବଦାନ କେବଳ ସିନେମା ଦୁନିଆରେ ସୀମିତ ନ ଥିିଲା। ଆଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ''ନାହିଁ ତ ହୃଦୟଟିଏ'' ଆଲବମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ସେ ନଜର ଆସି ନାହାନ୍ତି। ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ "ସାଲବେଗ" (୧୯୯୯) ହେଉଛି ତାଙ୍କ ଅଭିନୀତ ଶେଷ ସିନେମା।

ଓଡ଼ିଆ ଚଳଚ୍ଚିତ୍ର ଦୁନିଆକୁ ଅବଦାନ[ସମ୍ପାଦନା]

ପାର୍ବତୀ ଘୋଷ ଓଡ଼ିଆ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅବଦାନ ଦେଇଛନ୍ତି।[୬]

ପ୍ରଯୋଜିକା
  • ୧୯୮୬ - ଛ ମାଣ ଆଠ ଗୁଣ୍ଠ
  • ୧୮୭୩ - ସଂସାର
  • ୧୯୬୮- ସ୍ତ୍ରୀ
  • ୧୯୬୬ ଲକ୍ଷ୍ମୀ (ସହ ପ୍ରଯୋଜିକା)
  • ୧୯୫୮ - ମା (ସହ ପ୍ରଯୋଜିକା)
ନିର୍ଦ୍ଦେଶିକା
  • ୧୯୮୬ - ଛ ମାଣ ଆଠ ଗୁଣ୍ଠ
  • ୧୮୭୩ - ସଂସାର
ଅଭିନେତ୍ରୀ
  • ୧୯୮୬ - ଛମାଣ ଆଠ ଗୁଣ୍ଠ (ସାରିଆ)
  • ୧୮୯୪ - ଡୋରା
  • ୧୯୭୭ - ଅମର ପ୍ରେମ (ଅତିଥି କଳାକାର)
  • ୧୮୭୩ - ସଂସାର
  • ୧୯୬୮ - ସ୍ତ୍ରୀ (ଅନୁରାଧା)
  • ୧୯୬୬ - କା
  • ୧୯୬୨ - ଲକ୍ଷ୍ମୀ (ଅଳକା)
  • ୧୯୫୮ - ମା
  • ୧୯୫୬ - ଭାଇଭାଇ
  • ୧୯୫୩ - ଆମରି ଗାଁ ଝୁଅ[୭]
  • ୧୯୫୦ - ଶ୍ରୀ ଜଗନ୍ନାଥ (ଶିଶୁ କଳାକାର)
ଲେଖିକା
  • ୧୯୮୬- ଛ ମାଣ ଆଠ ଗୁଣ୍ଠ (ସଂଳାପ)
ସଂଗୀତ
  • ୧୯୮୬ - ଛ ମାଣ ଆଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)

ସମ୍ମାନ ଓ ସ୍ବୀକୃତି[ସମ୍ପାଦନା]

ଚଳଚ୍ଚିତ୍ର କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି ।[୮]

  • ଲାୟନସ୍ ଆଓ୍ବାର୍ଡ (୧୯୭୦)
  • ଜୟଦେବ ପୁରସ୍କାର (୧୯୮୮)[୯]
  • ବେଙ୍ଗଲ ଫିଲ୍ମ୍ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍ ଆଓ୍ବାର୍ଡ
  • ଓଡ଼ିଶା ସିନେ କ୍ରିଟିକ୍ ଆଓ୍ବାର୍ଡ (୧୯୯୮)
  • ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ମୃତ୍ୟୁ[ସମ୍ପାଦନା]

ପାର୍ବତୀ ୧୨ ଫେବୃଆରୀ ୨୦୧୮ରେ ପାଖାପାଖି ରାତି ସାଢ଼େ ୧୨ଟା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ, ତେଣୁ ତାଙ୍କୁ ତୁରନ୍ତ ହସ୍ପାତାଳକୁ ନିଆଯାଇଥିଲା । ସେତେବେଳକୁ ତାଙ୍କର ଦେହାନ୍ତ ହୋଇସାରିଥିଲା ।[୧][୧୦]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପାର୍ବତୀ ଘୋଷ ଆଉ ନାହାନ୍ତି". sambad.in. 12 February 2018. http://sambad.in/state/odia-actress-parbati-ghosh-passes-away-82744/. Retrieved 12 February 2018. 
  2. {{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018%7Cpublisher=OMIS Private Limited|accessdate=18 June
  3. ଦ ସନ୍‌ଡେ ଇଣ୍ଡିଆନ୍
  4. ଦ ସନ୍‌ ଡେ ଇଣ୍ଡିଆନ୍
  5. ଦ ସନ୍‌ଡେ ଇଣ୍ଡିଆନ୍
  6. http://www.imdb.com/name/nm0315909/
  7. ଦେଓ, ସୂର୍ଯ୍ୟ (୧୮-୦୨-୨୦୧୮). "ମୁଁ ଯେ ଭାସେ ସପନେ, ଭରା ତାର ଗଗନେ". ସମ୍ବାଦ ରବିବାର. 
  8. http://www.womanodisha.com/parbati-ghosh/
  9. ଦ ସନ୍‌ଡେ ଇଣ୍ଡିଆନ୍
  10. "ବର୍ଷିଆନ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ପରଲୋକ". Odisha Reporter. 12 February 2018. http://odishareporter.in/odisha/ollywood-actress-parbati-ghosh-passes-away/. Retrieved 12 February 2018. 

ଅଧିକ ତଥ୍ୟ[ସମ୍ପାଦନା]