କବିସୂର୍ଯ୍ୟ ବଳଦେବ ରଥ

ଉଇକିପିଡ଼ିଆ‌ରୁ
(ବଳଦେବ ରଥରୁ ଲେଉଟି ଆସିଛି)
Jump to navigation Jump to search
କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର

ବଳଦେବ ରଥ
Odissi music composer Kabisurjya Baladeba Ratha depicted in talapatra (palm leaf manuscript).jpg
ଊନବିଂଶ ଶତାବ୍ଦୀର ସୁପ୍ରସିଦ୍ଧ ଚିତ୍ରକାର ରଘୁନାଥ ପୃଷ୍ଟିଙ୍କ (ମୁଣ୍ଡମରାଇ, ଧରାକୋଟ) ଅଙ୍କିତ କବିସୂର୍ଯ୍ୟ ବଳଦେବ ରଥଙ୍କ ପୋଥିଚିତ୍ର
ଜନ୍ମ ଓ ଜନ୍ମସ୍ଥାନ୧୭୮୯
ମୃତ୍ୟୁ୧୮୪୫
ମୃତ୍ୟୁର କାରଣବସନ୍ତ ରୋଗ
ଜାତୀୟତାଭାରତୀୟ
ଜୀବିକାକବି, ସଙ୍ଗୀତକାର
ଜଣାଶୁଣା କାମ
ଶୈଳୀରୀତି ସାହିତ୍ୟ
ଜୀବନସାଥିରତ୍ନମଣି ଦେବୀ
ବାପା ବୋଉକବିରାଜ ବ୍ରହ୍ମା ଉଜ୍ଜ୍ୱଳ ରଥ
ସମ୍ପର୍କୀୟତ୍ରିପୁରାରୀ ଓତା

କବିସୂର୍ଯ୍ୟ ବଳଦେବ ରଥ (୧୭୮୯ - ୧୮୪୫) ଜଣେ ରୀତିଯୁଗୀୟ ଓଡ଼ିଆ କବି ଏବଂ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟଙ୍କ ଶ୍ରେଷ୍ଠତମ ସାହିତ୍ୟିକ ଓ ସାଙ୍ଗୀତିକ ରଚନା । କବିସୂର୍ଯ୍ୟଙ୍କ ରଚିତ ଓ ପାରମ୍ପରିକ ଉତ୍କଳୀୟ ରାଗରାଗିଣୀରେ ସ୍ୱର ସଂଯୋଜିତ ଶତାଧିକ ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ ଆଦି ଅଦ୍ୟାବଧି ଓଡ଼ିଶାରେ ଅତ୍ୟନ୍ତ ଜନପ୍ରିୟ । ସେ ଢୁମ୍ପା ସଙ୍ଗୀତର ପ୍ରତିଷ୍ଠାତା ଏବଂ ନିଜେ ମଧ୍ୟ ଅନେକ ଢୁମ୍ପା ଗୀତ ରଚନା କରିଛନ୍ତି । ସେ ୧୭୮୯ ମସିହାରେ ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମଗ୍ରହଣ କରିଥିଲେ ଓ ୧୮୪୫ ମସିହାରେ[୧] ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲେ ।

ଜଣେ ବ୍ୟକ୍ତିଙ୍କଦ୍ୱାରା କବିସୂର୍ଯ୍ୟ ବଳଦେବ ରଥଙ୍କ "କେହି ସରିକି ପ୍ରଭୁପଣେ ନୀଳାଦ୍ରି କେଶରୀକି" ଜଣାଣ ଗାନ

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲେ ।[୨][୩] ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରୁଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା ତ୍ରୀପୁରାରି ହୋତା (ଓତା) ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ ।

ବଂଶାବଳୀ[ସମ୍ପାଦନା]

ଶ୍ରୀନିବାସ ରଥ
ଉଜ୍ଜ୍ୱଳ ରଥ
ସୁଲକ୍ଷଣାହରିହରବଳଦେବ ରଥରତ୍ନମଣି ଦେବୀ
ବିଶ୍ୱନାଥ
ଲୋକନାଥ
ଗଣେଶ୍ୱର

କବିସୂର୍ଯ୍ୟ ଉପାଧି[ସମ୍ପାଦନା]

ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିବା ବେଳେ ପୁରୀର ଗଜପତି ରାଜା ମୁକୁନ୍ଦଦେବ ତାଙ୍କ କବିପ୍ରତିଭା ଲାଗି ତାଙ୍କୁ "କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର" ଉପାଧି ଦେଇଥିଲେ । [୪]

କିମ୍ବଦନ୍ତୀ[ସମ୍ପାଦନା]

ସେ ଠାକୁରାଣୀ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରିବା ବିଷୟରେ ଏକ କିମ୍ବଦନ୍ତୀ ରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ ଓ ଅସାଧାରଣ ପାଣ୍ଡିତ୍ୟ ପାଇଥିଲେ । ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସେ କବିତା ରଚନା କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।[୫]

ରଚନାର ଭାଷା[ସମ୍ପାଦନା]

ତାଙ୍କ ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ପ୍ରୟୋଗ ଦେଖାଯାଏ ।[୬] ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼, ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି । ଅପର ପକ୍ଷରେ ତାଙ୍କ ରଚନାରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ଓ ଯାବନିକ ଶବ୍ଦ ମଧ୍ୟ ରହିଛି ।

ରଚନାବଳୀ[ସମ୍ପାଦନା]

ଗଞ୍ଜାମ ଆଠଗଡ଼ପାଟଣାରେ ସ୍ଥିତ କବିସୂର୍ଯ୍ୟଙ୍କ ଆଧୁନିକ ପ୍ରତିମା

ଜଣାଣ ଓ କ୍ଷୁଦ୍ରଗୀତି[ସମ୍ପାଦନା]

  • କାହାକୁ କହିବା
  • ଗୋ ରସନାଟି
  • ସର୍ପ ଜଣାଣ (ବାଧିଲା ଜାଣି କ୍ଷମା)
  • କ୍ଷୀରମୟସିନ୍ଧୁ ଜେମା ଜୀବବନ୍ଧୁ

କାବ୍ୟ[ସମ୍ପାଦନା]

  • ଚନ୍ଦ୍ରକଳା (ଅସମ୍ପୂର୍ଣ୍ଣ)
  • ଜଗତେ କେବଳ

ଚମ୍ପୂ[ସମ୍ପାଦନା]

ଗଦ୍ୟ ରଚନା[ସମ୍ପାଦନା]

  • ହାସ୍ୟକଲ୍ଲୋଳ

ଆଧାର[ସମ୍ପାଦନା]

  1. Gaṅgā Rām Garg (1992). Encyclopaedia of the Hindu World. Concept Publishing Company. pp. 78–. ISBN 978-81-7022-374-0.
  2. "ଜିଲ୍ଲା ସମ୍ବନ୍ଧରେ". ganjam.nic.in. Retrieved 13 August 2018.
  3. Kabi Surya Baladeba Rath
  4. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯
  5. ଡାକୁଆ, ରାମକୃଷ୍ଣ. "ଅଷ୍ଟଦୁର୍ଗ ଐତିହର ସୁରକ୍ଷା ଚିନ୍ତା". ଆମେ ଓଡ଼ିଆ - ମାସିକ ପତ୍ରିକା. Retrieved 11 October 2015.
  6. ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ : ଆମର ସଙ୍ଗୀତଧାରା