Jump to content

ବନମାଳି ମହାରଣା

ଉଇକିପିଡ଼ିଆ‌ରୁ
ବନମାଳି ମହାରଣା
ଜନ୍ମ(1941-05-16)୧୬ ମଇ ୧୯୪୧
Died୧୭ ନଭେମ୍ବର ୨୦୧୮(2018-11-17) (ବୟସ ୭୭)
ପେଷାଓଡ଼ିଶୀ ମର୍ଦ୍ଦଳ ଗୁରୁ
Styleଓଡ଼ିଶୀ ସଙ୍ଗୀତ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ବନାମାଳି ମହାରଣା (୧୬ ମଇ ୧୯୪୧ - ୧୭ ନଭେମ୍ବର ୨୦୧୮) କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ମର୍ଦ୍ଦଳ ଗୁରୁ ଥିଲେ । ଓଡ଼ିଶୀ ମର୍ଦ୍ଦଳକୁ ଏକ ଶାସ୍ତ୍ରୀୟ ବାଦ୍ୟ ହିସାବରେ ପରିଚିତ କରାଇବାରେ ବନମାଳିଙ୍କ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଆଦ୍ୟ ଜୀବନ

[ସମ୍ପାଦନା]

ବନମାଳି ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ସଙ୍ଗୀତପ୍ରତି ଆକର୍ଷିତ ଥିଲେ ମଧ୍ୟ ସଙ୍ଗୀତରେ କୌଣସି ଧରାବନ୍ଧା ଶିକ୍ଷା ପାଇନଥିଲେ । କିନ୍ତୁ ସେ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ରାସଲୀଳା ପ୍ରତି ବହୁତ ପ୍ରଭାବିତ ଥିଲେ । କ୍ରମେ ସେ ମୋହନ ସୁନ୍ଦରଙ୍କ ଦଳରେ ଢୋଲ ଓ ଖୋଳ ବଜେଇବା ଆରମ୍ଭ କରିଥିଲେ । ପରେ,ସେ ଅନ୍ନପୂର୍ଣ୍ଣା ଥିଏଟରରେ ଯୋଗଦେଇଥିଲେ ।ସେଠାରେ ତାଙ୍କୁ ସିଂହାରୀ ଶ୍ୟାମସୁନ୍ଦର କର ଓ କ୍ଷେତ୍ରମୋହନ କରଙ୍କଠାରୁ ତାଳବାଦ୍ୟର ପ୍ରକୃତ ଶିକ୍ଷା ମିଳିଥିଲା ।[୧] ରଘୁରାଜପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା କେଳୁଚରଣ ମହାପାତ୍ର ହିସାବରେ ତାଙ୍କର ବଡ଼ ଭାଇଥିଲେ । ବନମାଳି, କେଳୁଚରଣଙ୍କ ନୃତ୍ୟ ପ୍ରଦର୍ଶନରେ ସବୁବେଳେ ମର୍ଦ୍ଦଳ ବାଦନ କରୁଥିଲେ । ବନମାଳି କଟକର କଳାବିକାଶ କେନ୍ଦ୍ରରୁ ମର୍ଦ୍ଦଳ ଶିଖେଇବା ଆରମ୍ଭ କରିଥିଲେ ଓ ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ମର୍ଦ୍ଦଳ ବିଭାଗରେ ଯୋଗ ଦେଇଥିଲେ । [୨] ୧୯୯୯ମସିହାରେ, ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ମର୍ଦ୍ଦଳ ବିଭାଗର ମୁଖ୍ୟ ଭାବରେ ସେବାନିବୃତ ହୋଇଥିଲେ । କେଳୁଚରଣଙ୍କ ବ୍ୟତିତ ବନମାଳି ସଂଯୁକ୍ତା ପାଣିଗ୍ରାହୀ, ପ୍ରିୟମ୍ବଦା ମହାନ୍ତି ହେଜମାଦି, ସୋନାଲ ମାନସିଂହ, ଅରୁଣା ମହାନ୍ତି ଓ ସୁଜାତା ମହାପାତ୍ର ଆଦିଙ୍କ ସହିତ ବହୁବାର ମର୍ଦ୍ଦଳ ବାଦନ କରିଥିଲେ ।[୩]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. ↑ "Noted percussionist Guru Banamali Maharana passed away". United News of India. 17 November 2018. Retrieved 1 December 2018.
  2. ↑ "add add Eminent percussionist Guru Banamali Maharana passes away". pti news. Retrieved 30 November 2018.
  3. ↑ "Mardala exponent Banamali Maharana passes away". New India Express. Retrieved 30 November 2018.
  4. ↑ "Eminent percussionist Guru Banamali Maharana passes away". Business Standard. Retrieved 30 November 2018.
  5. ↑ "୩ଜଣଙ୍କୁ ମିଳିବ ଗଙ୍ଗାଧର ସ୍ମୃତି ପୁରସ୍କାର". dharitri.com/e-Paper. Retrieved 10 February 2021.